Advertisment

ସାମ୍ବାଦିକ ସିଦ୍ଦିକ୍‌ କପ୍ପାନଙ୍କ ଜାମିନ ଆବେଦନ ଖାରଜ, ଜେଲରେ ରହିବେ

ଲକ୍ଷ୍ନୌ: କେରଳର ବରିଷ୍ଠ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଦୀର୍ଘ ୨ ବର୍ଷ ହେଲା ଉତ୍ତର ପ୍ରଦେଶ ପୁଲିସ୍‌ ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା କପ୍ପାନ ମନି ଳଣ୍ଡରିଂ ମାମଲାରେ ଜାମିନ ଆବେଦନ କରିଥିଲେ। ହେଲେ ଆଜି ଉତ୍ତର ପ୍ରଦେଶର ଗୋଟିଏ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାର ଅର୍ଥ ସେ ପୂର୍ବଭଳି ଜେଲରେ ରହିବେ। ତାଙ୍କ ନାଁରେ ରୁଜୁ ହୋଇଥିବା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ମାମଲାରେ […]

ସାମ୍ବାଦିକ ସିଦ୍ଦିକ୍‌ କପ୍ପାନଙ୍କ ଜାମିନ ଆବେଦନ ଖାରଜ, ଜେଲରେ ରହିବେ

siddque

Advertisment

ଲକ୍ଷ୍ନୌ: କେରଳର ବରିଷ୍ଠ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଦୀର୍ଘ ୨ ବର୍ଷ ହେଲା ଉତ୍ତର ପ୍ରଦେଶ ପୁଲିସ୍‌ ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା କପ୍ପାନ ମନି ଳଣ୍ଡରିଂ ମାମଲାରେ ଜାମିନ ଆବେଦନ କରିଥିଲେ। ହେଲେ ଆଜି ଉତ୍ତର ପ୍ରଦେଶର ଗୋଟିଏ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାର ଅର୍ଥ ସେ ପୂର୍ବଭଳି ଜେଲରେ ରହିବେ।

Advertisment

ତାଙ୍କ ନାଁରେ ରୁଜୁ ହୋଇଥିବା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ଗତ ମାସରେ କପ୍ପାନଙ୍କୁ ଜାମିନ ଦେଇଥିଲେ। ହେଲେ ତାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା କରିଥିବାରୁ ତାଙ୍କୁ ଜେଲରୁ ଖଲାସ କରାଯାଇ ନଥିଲା। ଏଥିପାଇଁ କପ୍ପାନ ଉତ୍ତର ପ୍ରଦେଶର ଗୋଟିଏ କୋର୍ଟରେ ଜାମିନ ଆବେଦନ କରିଥିଲେ।

ଆଜି ଜାମିନ ମିଳିଥିଲେ, ସେ ଜେଲରୁ ରିଲିଜ୍‌ ହୋଇଥାଆନ୍ତେ। କିନ୍ତୁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତେଣୁ ତାଙ୍କୁ ଲକ୍ଷ୍ନୌ ଜେଲରେ ରହିବାକୁ ପଡ଼ିବ।

Advertisment

୨୦୨୦ ଅକ୍ଟୋବରରେ ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ରିପୋର୍ଟିଂ କରିବାକୁ କପ୍ପାନ ଅକ୍ଟୋବର ୫ରେ ହାଥରସର ବୋଲାଗରି ଗାଁକୁ ଯାଉଥିଲେ। ହେଲେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଗିରଫ କରିଥିଲା। ତାଙ୍କ ନାଁରେ ୟୁଏପିଏ ଲଗା ଯାଇଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି। କପ୍ପାନଙ୍କ ନାଁରେ ଦେଶଦ୍ରୋହ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା ବି ରୁଜୁ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe