Advertisment

କାଳୀଙ୍କ ପରେ ଶିବ-ପାର୍ବତୀ ପିଉଛନ୍ତି ସିଗାରେଟ୍‌!

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ଲାଗି ରହିଛି। ଏହାକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଏପରିକି ଏହି ପୋଷ୍ଟରକୁ ନେଇ ରାଜନୈତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ ଲୀନା ମଣିମେକଲାଇ ଆଉ ଏକ ବିବାଦୀୟ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ କାଳୀଙ୍କ ପରେ ଶିବ-ପାର୍ବତୀଙ୍କୁ ସିଗରେଟ୍‌ ପିଉଥିବା ଦର୍ଶାଯାଇଛି। ଲୀନା ନିଜ ଟ୍ୱିଟରେ ‘ଶିବ-ପାର୍ବତୀ’ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଛନ୍ତି। ଫୋଟୋକୁ ଟ୍ୱିଟ୍ […]

ଅଦ୍ୟତନ ହୋଇଛି
କାଳୀଙ୍କ ପରେ ଶିବ-ପାର୍ବତୀ ପିଉଛନ୍ତି ସିଗାରେଟ୍‌!

lord-shiva-and-parvati

Advertisment

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ର ପୋଷ୍ଟରକୁ ନେଇ ବିବାଦ ଲାଗି ରହିଛି। ଏହାକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଏପରିକି ଏହି ପୋଷ୍ଟରକୁ ନେଇ ରାଜନୈତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ ଲୀନା ମଣିମେକଲାଇ ଆଉ ଏକ ବିବାଦୀୟ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ କାଳୀଙ୍କ ପରେ ଶିବ-ପାର୍ବତୀଙ୍କୁ ସିଗରେଟ୍‌ ପିଉଥିବା ଦର୍ଶାଯାଇଛି।

Advertisment

ଲୀନା ନିଜ ଟ୍ୱିଟରେ ‘ଶିବ-ପାର୍ବତୀ’ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଛନ୍ତି। ଫୋଟୋକୁ ଟ୍ୱିଟ୍ କରି ଲୀନା ଲେଖିଛନ୍ତି ଯେ, ‘ ଆଉ କେଉଁଠି’। ତାଙ୍କର ଏହି ଟ୍ୱିଟ୍‌କୁ ନେଇ ଏବେ ଟ୍ୱିଟର ୟୁଜର୍ସ ତାଙ୍କୁ ବିରୋଧ କରିବା ସହ ଟାର୍ଗେଟ କରିଛନ୍ତି।

https://twitter.com/LeenaManimekali/status/1544860079945646080?s=20&t=92wygsGnQDKLzK00bO1ACg

Advertisment

ଏପରି ପୋଷ୍ଟ କରି ନିର୍ଦ୍ଦେଶିକା ଦେଶରେ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି। ଲୀନା ହିନ୍ଦୁ ଦେବାଦେବୀଙ୍କ ଅପମାନ କରିବା ବନ୍ଦ କରନ୍ତୁ ବୋଲି ୟୁଜର୍ସମାନେ କହିଛନ୍ତି। ସେପଟେ ଲୀନାଙ୍କ ଏହି ଟ୍ୱିଟ୍‌କୁ ନେଇ ରାଜନେତାଙ୍କ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ ହୋଇଗଲାଣି।

ବିଜେପି ନେତା ଶାହଜାଦ ପୁନାୱାଲା କହିଛନ୍ତି ଯେ, ‘ଏହା ଅଭିବ୍ୟକ୍ତି ପରିପ୍ରକାଶର ଅପବ୍ୟବହାର । ଏହା ଜାଣିଶୁଣି ହିଂସାକୁ ଉସକାଇବା ଭଳି କାମ। ହିନ୍ଦୁଙ୍କୁ ଗାଳି ଦେବା ଧର୍ମନିରପେକ୍ଷତା? ହିନ୍ଦୁ ଧାର୍ମିକ ଭାବନାର ଅପମାନ କରି ଉଦାରବାଦ ?’ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା। କେବଳ ସେତିକି ନୁହେଁ କଂଗ୍ରେସ ଓ ଟିଏମସି ତାଙ୍କୁ ସପୋର୍ଟ କରୁଥିବାରୁ ଏପରି ଭୁଲ କାମ କରିବାକୁ ସେ ସାହାସ ପାଉଛନ୍ତି ବୋଲି ବିଜେପି ନେତା କହିଛନ୍ତି।

ଏହାପୂର୍ବରୁ କାନାଡାରେ ରହୁଥିବା ଫିଲ୍ମ ନିର୍ମାତା ଲୀନାଙ୍କ ଫିଲ୍ମ 'କାଳୀ'ର ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ପୋଷ୍ଟରରେ ମା' କାଳୀଙ୍କୁ ସିଗାରେଟ୍‌ ପିଉଥିବା ସହ ହାତରେ ଏଲ୍‌ଜିବିଟି ପତାକା ଧରିଥିବା ଦର୍ଶାଯାଇଥିଲା। ଏହାକୁ ନେଇ ବିବାଦ ବଢ଼ିବା ପରେ ଟ୍ୱିଟରର ମଣିମେକାଲାଇଙ୍କ ଏହି ପୋଷ୍ଟକୁ ହଟାଇ ଦେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe