Advertisment

ମନ୍ଦିର ଭିତରେ ମାଂସ ଖଣ୍ଡ, ଦୋକାନ ଜାଳି ଦେଲେ ଲୋକେ

ଲକ୍ଷ୍ନୌ: ମନ୍ଦିର ଭିତରେ ମାଂସ ଖଣ୍ଡ। ଶିବ ମନ୍ଦିରରୁ ମିଳିଲା ମାଂସ। ରାଗିଲେ ଶ୍ରଦ୍ଧାଳୁ, ଜାଳିଦେଲେ ଏକାଧିକ ମାଂସ ଦୋକାନ। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ତାଲଗ୍ରାମରେ। ଶନିବାର ତାଲାଗ୍ରାମ ଥାନା ଅଧୀନ ରସୁଲାବାଦରେ ହଠାତ୍‌ ସ୍ଥିତି ବେକାବୁ ହୋଇପଡ଼ିଥିଲା। ଏଠାରେ ଚାଷ ଜମିରେ ଥିବା ଏକ ଶିବ ମନ୍ଦିର ପରିସରରୁ ମାଂସ ଖଣ୍ଡ ମିଳିବାକୁ ବିରୋଧ କରି ହିନ୍ଦୁ ସଙ୍ଗଠନ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ପ୍ରଥମେ ତାଲଗ୍ରାମ-ଇନ୍ଦରଗଡ ଜାତୀୟ ରାଜପଥ ଅବରୋଧ କରିଥିଲେ। […]

ଅଦ୍ୟତନ ହୋଇଛି
ମନ୍ଦିର ଭିତରେ ମାଂସ ଖଣ୍ଡ, ଦୋକାନ ଜାଳି ଦେଲେ ଲୋକେ

set-fire-to-3-meat-shops

Advertisment

ଲକ୍ଷ୍ନୌ: ମନ୍ଦିର ଭିତରେ ମାଂସ ଖଣ୍ଡ। ଶିବ ମନ୍ଦିରରୁ ମିଳିଲା ମାଂସ। ରାଗିଲେ ଶ୍ରଦ୍ଧାଳୁ, ଜାଳିଦେଲେ ଏକାଧିକ ମାଂସ ଦୋକାନ। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ତାଲଗ୍ରାମରେ।

Advertisment

ଶନିବାର ତାଲାଗ୍ରାମ ଥାନା ଅଧୀନ ରସୁଲାବାଦରେ ହଠାତ୍‌ ସ୍ଥିତି ବେକାବୁ ହୋଇପଡ଼ିଥିଲା। ଏଠାରେ ଚାଷ ଜମିରେ ଥିବା ଏକ ଶିବ ମନ୍ଦିର ପରିସରରୁ ମାଂସ ଖଣ୍ଡ ମିଳିବାକୁ ବିରୋଧ କରି ହିନ୍ଦୁ ସଙ୍ଗଠନ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ପ୍ରଥମେ ତାଲଗ୍ରାମ-ଇନ୍ଦରଗଡ ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ତିନୋଟି ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିବା ପୁଲିସ ସୂଚନା ଦେଇଛି।

ପୁଲିସର କହିବା ମୁତାବକ, ରସୁଲାବାଦ ଗାଁ ବାହାରେ ଥିବା ଏକ ଚାଷ ଜମି ସ୍ଥିତ ଶିବ ମନ୍ଦିରରେ ପୂଜକ ଭୋରରୁ ପୂଜା କରିବା ପାଇଁ ପହଞ୍ଚିଥିଲେ। ସେ ମନ୍ଦିର କବାଟ ଖୋଲିବା ପରେ ହୋମ କୁଣ୍ଡରେ ଏକ ମାଂସ ଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପୁଲିସକୁ ସୂଚନା ଦେଇଥିଲେ।

Advertisment

ଅଧୀକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ସଫା କରିଥିଲେ, କିନ୍ତୁ ଏହି ଘଟଣାର ପ୍ରତିବାଦରେ ହିନ୍ଦୁ ସଂଗଠନ ତାଲଗ୍ରାମ-ଇନ୍ଦରଗଡ ରାସ୍ତା ଅବରୋଧ କରିଥିଲେ। ଦୋଷୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ସେମାନେ ଦାବି କରିଥିଲେ। ଏହାପରେ ସ୍ଥିତି ବେକାବୁ ହୋଇପଡିଥିଲା। ମନ୍ଦିର ଠାରୁ କିଛି ଦୂରରେ ଅବସ୍ଥିତ ମାଂସ ଦୋକାନରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ।

ଅତ୍ୟଧିକ ଉତ୍ତେଜନା ପ୍ରକାଶ ପାଇବା ପରେ କାନପୁର ଡିଭିଜନାଲ କମିଶନର ତଥା କାନପୁର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ପ୍ରଶାନ୍ତ କୁମାର ତାଲଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେପଟେ ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ଏହି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସବ୍-କଲେକ୍ଟର ଅଶୋକ କୁମାର କହିଥିଲେ। ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ସହ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe