Advertisment

କାନପୁର ଦୁର୍ଘଟଣା: ଠିକ୍‌ ସମୟରେ ଆସିଲାନି ଆମ୍ବୁଲାନ୍ସ, ହସ୍ପିଟାଲରେ ନଥିଲେ ଡାକ୍ତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୪ ମହିଳା ଓ ୧୧ ଶିଶୁ ଅଛନ୍ତି। ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କାନପୁର ଡିଏମ୍ ଏବଂ ଅନ୍ୟ ପ୍ରାଶାସନିକ ଅଧିକାରୀ। ସ୍ଥାନୀୟ କମ୍ୟୁନିଟି ହେଲ୍‌ଥ ସେଣ୍ଟରରେ ଆହତଙ୍କ ଚିକିତ୍ସା ଚାଲିଛି। ୫ ଗୁରୁତରଙ୍କୁ କାନପୁର ସ୍ଥାନାନ୍ତର କରାଯାଇଛି। ଶନିବାର ରାତିରେ କାନପୁରର ଘାତମପୁର ଅଞ୍ଚଳରେ ଏହି […]

author-image
Madhupriya Mistry
ଅଦ୍ୟତନ ହୋଇଛି
କାନପୁର ଦୁର୍ଘଟଣା: ଠିକ୍‌ ସମୟରେ ଆସିଲାନି ଆମ୍ବୁଲାନ୍ସ, ହସ୍ପିଟାଲରେ ନଥିଲେ ଡାକ୍ତର

Kanpur Accident

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୪ ମହିଳା ଓ ୧୧ ଶିଶୁ ଅଛନ୍ତି। ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କାନପୁର ଡିଏମ୍ ଏବଂ ଅନ୍ୟ ପ୍ରାଶାସନିକ ଅଧିକାରୀ। ସ୍ଥାନୀୟ କମ୍ୟୁନିଟି ହେଲ୍‌ଥ ସେଣ୍ଟରରେ ଆହତଙ୍କ ଚିକିତ୍ସା ଚାଲିଛି। ୫ ଗୁରୁତରଙ୍କୁ କାନପୁର ସ୍ଥାନାନ୍ତର କରାଯାଇଛି।

Advertisment

'चीख उठी मां... कोई तो बचा लो भैया', कानपुर में तालाब में समा गई ट्रैक्टर ट्रॉली, 29 की मौत

ଶନିବାର ରାତିରେ କାନପୁରର ଘାତମପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଉନ୍ନାଓରୁ ଦେବୀ ଦର୍ଶନ ସାରି ଶ୍ରଦ୍ଧାଳୁମାନେ ଏକ ଟ୍ରାକ୍ଟରରେ ଫେରୁଥିବା ବେଳେ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ପୋଖରୀ ମଧ୍ୟକୁ ଓଲଟି ପଡ଼ିଥିଲା।

कानपुर हादसे में 26 लोगों की मौत

ଅନ୍ଧାର ଭିତରେ ପାଣିରେ ଅନେକ ଶ୍ରଦ୍ଧାଳୁ ବୁଡିଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଠିକ୍‌ ସମୟରେ ଆମ୍ବୁଲାନ୍ସ ନ ଆସିବା ଓ କିଛି ଆହତଙ୍କୁ ଜୀବନ୍ତ ଅବସ୍ଥାରେ ଲୋକେ ମେଡିକାଲ ଆଣିଥିଲେ ମଧ୍ୟ ମେଡିକାଲରେ ଡାକ୍ତର ନଥିବାରୁ ଆହତଙ୍କର ମୃତ୍ୟୁ ହୋଇଥିବା ସଂପର୍କୀୟମାନେ ଅଭିଯୋଗ କରିଛନ୍ତି।

Advertisment

https://twitter.com/PMOIndia/status/1576245164741660673?s=20&t=OOqImksCENTioGBe9c6Shg

ଅନ୍ୟପଟେ କିଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା ଏବଂ ସମ୍ପର୍କୀୟମାନେ ଯାହା ଅଭିଯୋଗ ଆଣିଛନ୍ତି ତା'ର ତଦନ୍ତ ଚାଲିଥିବା କାନପୁର ଡିଏମ୍ କହିଛନ୍ତି। ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଟ୍ୱିଟ୍ କରି ରାଷ୍ଟ୍ରପତି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପିଏମ୍ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଁଏ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

https://twitter.com/myogiadityanath/status/1576244235384553472?s=20&t=IT99_EtJq1FXCUqX7ONRpw