Advertisment

ହିଜାବ ବିବାଦ: କର୍ଣ୍ଣାଟକ ଛାତ୍ରୀଙ୍କୁ ସମର୍ଥନ କଲା ଆରଏସ୍‌ଏସ୍ ମୁସଲିମ୍ ଶାଖା

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଉପରେ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)ର ମୁସଲିମ୍ ଶାଖା କର୍ଣ୍ଣାଟକର ଛାତ୍ରୀ ବିବି ମୁସ୍କାନ୍ ଖାନଙ୍କୁ ସମର୍ଥନ କରିଛି। ସଂଘର ମୁସଲିମ୍ ଶାଖା କହିଛି ଯେ ହିଜାବ ଅର୍ଥାତ୍ ପରଦା ଭାରତୀୟ ସଂସ୍କୃତିର ମଧ୍ୟ ଏକ ଅଂଶ। ଆରଏସଏସର ମୁସଲିମ୍ ଶାଖାର ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ ହିଜାବ ପରିଧାନ କରିବା ନେଇ ବିବି ମୁସ୍କାନଙ୍କ ଆବେଦନକୁ ସମର୍ଥନ କରିଛି ଏବଂ ଗେରୁଆ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ହିଜାବ ବିବାଦ: କର୍ଣ୍ଣାଟକ ଛାତ୍ରୀଙ୍କୁ ସମର୍ଥନ କଲା ଆରଏସ୍‌ଏସ୍ ମୁସଲିମ୍ ଶାଖା

muskan

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଉପରେ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)ର ମୁସଲିମ୍ ଶାଖା କର୍ଣ୍ଣାଟକର ଛାତ୍ରୀ ବିବି ମୁସ୍କାନ୍ ଖାନଙ୍କୁ ସମର୍ଥନ କରିଛି। ସଂଘର ମୁସଲିମ୍ ଶାଖା କହିଛି ଯେ ହିଜାବ ଅର୍ଥାତ୍ ପରଦା ଭାରତୀୟ ସଂସ୍କୃତିର ମଧ୍ୟ ଏକ ଅଂଶ।

Advertisment

ଆରଏସଏସର ମୁସଲିମ୍ ଶାଖାର ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ ହିଜାବ ପରିଧାନ କରିବା ନେଇ ବିବି ମୁସ୍କାନଙ୍କ ଆବେଦନକୁ ସମର୍ଥନ କରିଛି ଏବଂ ଗେରୁଆ ପିନ୍ଧି ତାଙ୍କୁ ବିରୋଧ କରୁଥିବା ଗୋଷ୍ଠୀକୁ ନିନ୍ଦା କରିଛି। ଏ ନେଇ ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚର ଅବଧ ପ୍ରାନ୍ତ ସଞ୍ଚାଳକ ଅନୀଲ ସିଂହ କହିଛନ୍ତି, ମୁସ୍କାନ ଆମ ସମ୍ପ୍ରଦାୟର ଝିଅ ଓ ଭଉଣୀ। ଏଭଳି ସଙ୍କଟ ସମୟରେ ମୁଁ ତାଙ୍କ ସହ ଛିଡ଼ା ହୋଇଛି।

ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ ତା’ର ବିବୃତ୍ତିରେ କହିଛି, ହିନ୍ଦୁ ସଂସ୍କୃତି ମହିଳାଙ୍କ ସମ୍ମାନ କରିବା ଶିଖାଇଥାଏ। ଯେଉଁମାନେ ‘ଜୟ ଶ୍ରୀ ରାମ’ ନାରା ଦେଇଛନ୍ତି ଓ ଛାତ୍ରୀଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରିଛନ୍ତି, ସେମାନେ ଭୁଲ୍ ଥିଲେ। ହିଜାବ ପିନ୍ଧିବା ଯୁବତୀଙ୍କର ସାମ୍ବିଧାନିକ ଅଧିକାର। ଯଦି ସେ କ୍ୟାମ୍ପସ୍ ଡ୍ରେସ୍ କୋର୍ଡର ଉଲ୍ଲଙ୍ଘନ କରିଥିଲେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କର ରହିଛି।

Advertisment

ଏହି ଆରଏସଏସ୍ ନେତା କହିଛନ୍ତି, ଉକ୍ତ ଯୁବକମାନେ ଗେରୁଆ ସ୍କାର୍ଫ ପିନ୍ଧିବା ଓ ‘ଜୟ ଶ୍ରୀ ରାମ’ର ନାରା ଦେବା ଅସ୍ୱୀକାର୍ଯ୍ୟ। ସେମାନେ ହିନ୍ଦୁ ଧର୍ମକୁ ବଦନାମ କରିଛନ୍ତି। ହିଜାବ କିମ୍ବା ପରଦା ଭାରତୀୟ ସଂସ୍କୃତିର ଏକ ଅଂଶ। ହିନ୍ଦୁ ମହିଳା ନିଜ ପସନ୍ଦ ଅନୁସାରେ ପରଦା ପରିଧାନ କରନ୍ତି। ତେଣୁ ଏହି ସର୍ତ୍ତ ବିବି ମୁସ୍କାନଙ୍କ ଉପରେ ଲାଗୁ କରାଯାଉ।

ଅନୀଲ ସିଂହ ଆହୁରି କହିଛନ୍ତି, ଆମର ସରସଂଘ ଚାଳକ କହିଛନ୍ତି ଯେ ମୁସଲିମମାନେ ଆମର ଭାଇ ଏବଂ ଉଭୟ ସମ୍ପ୍ରଦାୟଙ୍କ ଡିଏନଏନ ସମାନ। ମୁଁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କୁ ଅପିଲ୍ କରୁଛି ଯେ ସେମାନେ ମୁସଲିମମାନଙ୍କୁ ନିଜର ଭାଇ ରୂପେ ସ୍ୱୀକାର କରନ୍ତୁ।

ତେବେ ଆର୍‌ଏସ୍‌ଏସ୍‌ର ଜଣେ ସମର୍ଥକ ଆର୍‌ଏସ୍‌ଏସ୍‌ ଏଭଳି ମନ୍ତବ୍ୟ ଦେଇନାହାନ୍ତି ବୋଲି ଟ୍ୱିଟ୍‌ କରିଛନ୍ତି।

https://twitter.com/sarojy2k/status/1491662977740640258?s=20&t=XLMSR1LojfPYw0th4PrzEw