Advertisment

ରଙ୍ଗିଲା ପ୍ରେମିକ: ପ୍ରଥମ ଗାର୍ଲଫ୍ରେଣ୍ଡକୁ ବଞ୍ଚାଇବାକୁ ଯାଇ ନିଜେ ବୁଡିଗଲା

ବେଙ୍ଗାଲୁରୁ: ଏକା ସଙ୍ଗେ ଦୁଇ ଜଣ ଯୁବତୀଙ୍କ ସହ ପ୍ରେମ କରିବା ଯୁବକଙ୍କୁ ପଡିଲା ମହଙ୍ଗା। ଧରାପଡିବା ପରେ ଚାଲିଗଲା ଜୀବନ। ପ୍ରଥମ ଗାର୍ଲଫ୍ରେଣ୍ଡକୁ ବଞ୍ଚାଇବାକୁ ଯାଇ ନିଜେ ହାରିଦେଲେ ଜୀବନ। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକରେ। କର୍ଣ୍ଣାଟକର ୨୮ ବର୍ଷୀୟ ଯୁବକ ଲୟଡ ଡିସୁଜା। ସେ ଏକା ସହ ଦୁଇ ଜଣ ଯୁବତୀଙ୍କୁ ଡେଟ୍‌ କରୁଥିଲେ। ଏକଥା ତାଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ଜାଣିବା ପରେ ର୍ସମେଶ୍ୱର ନିକଟ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। […]

author-image
Madhupriya Mistry
ରଙ୍ଗିଲା ପ୍ରେମିକ: ପ୍ରଥମ ଗାର୍ଲଫ୍ରେଣ୍ଡକୁ ବଞ୍ଚାଇବାକୁ ଯାଇ ନିଜେ ବୁଡିଗଲା

Fatal love triangle

ବେଙ୍ଗାଲୁରୁ: ଏକା ସଙ୍ଗେ ଦୁଇ ଜଣ ଯୁବତୀଙ୍କ ସହ ପ୍ରେମ କରିବା ଯୁବକଙ୍କୁ ପଡିଲା ମହଙ୍ଗା। ଧରାପଡିବା ପରେ ଚାଲିଗଲା ଜୀବନ। ପ୍ରଥମ ଗାର୍ଲଫ୍ରେଣ୍ଡକୁ ବଞ୍ଚାଇବାକୁ ଯାଇ ନିଜେ ହାରିଦେଲେ ଜୀବନ। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକରେ।

Advertisment

କର୍ଣ୍ଣାଟକର ୨୮ ବର୍ଷୀୟ ଯୁବକ ଲୟଡ ଡିସୁଜା। ସେ ଏକା ସହ ଦୁଇ ଜଣ ଯୁବତୀଙ୍କୁ ଡେଟ୍‌ କରୁଥିଲେ। ଏକଥା ତାଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ଜାଣିବା ପରେ ର୍ସମେଶ୍ୱର ନିକଟ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରେମିକାକୁ ଉଦ୍ଧାର କରିବାକୁ ଯାଇ ଲୟଡ ନିଜେ ବୁଡି ପ୍ରାଣ ହରାଇଛନ୍ତି।

ପୁଲିସ କହିବା ଅନୁସାରେ, ଉକ୍ତ ଯୁବକ ହେଉଛନ୍ତି ଏଲିୟାର୍‌ପଦାବର ବାସିନ୍ଦା। ସେ ଉଭୟଙ୍କୁ ଠକୁଛନ୍ତି ବୋଲି ଦୁଇ ଯୁବତୀ ଜାଣିବା ପରେ ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ପାଇଁ ଡି'ସୁଜା ଉଭୟଙ୍କୁ ସୋମେଶ୍ୱର ବେଳାଭୂମିକୁ ଡକାଇଥିଲେ। ଉଭୟ ସେଠାରେ ପହଞ୍ଚିବା ପରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଲୟଡଙ୍କ ପ୍ରଥମ ପ୍ରେମିକା ଜୀବନ ହାରିବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଲୟଡ ମଧ୍ୟ ସମୁଦ୍ରକୁ ଡେଇଁଥିଲେ।

Advertisment

କୌଣସିମତେ ଉକ୍ତ ଯୁବତୀଙ୍କୁ ସମୁଦ୍ରରୁ ଉଦ୍ଧାର କରିନେଇଥିଲେ ଡିସୁଜା କିନ୍ତୁ, ସୁଅ ମୁହଁରେ ପଡ଼ିଥିବା ପଥ‌ରରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା। ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ସେଠାରେ ଥିବା ଲୋକେ ତାଙ୍କୁ ସମୁଦ୍ରରୁ ଟାଣି ଆଣି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ସମୁଦ୍ରରୁ ଉଦ୍ଧାର ହୋଇଥିବା ଯୁବତୀ ଜଣକଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ସଂକ୍ରାନ୍ତରେ ଉଲ୍ଲାଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ପୁଲିସ ମଧ୍ୟ କହିଛି ଯେ, ଡିସୁଜା ଉପସାଗରୀୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ କିନ୍ତୁ, କୋଭିଡ୍‌-୧୯ ମହାମାରୀ ବ୍ୟାପିବାରୁ ମୂଳନିବାସ କର୍ଣ୍ଣାଟକକୁ ଫେରିଆସିଥିଲେ। ତାଙ୍କର ପୂର୍ବ ପରିଚିତ ଦୁଇ ଯୁବତୀଙ୍କ ସହ ସେ ଗତବର୍ଷ ଘନିଷ୍ଠ ହୋଇଥିଲେ। ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ବେଳେ ସେ ଆଉ ଜଣେ ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ଡିସୁଜା ଦୁହିଁଙ୍କ ପ୍ରତି ବିଶ୍ୱାସଘାତକତା କରୁଥିବା ଏବଂ ଠକୁ ଥିବା କଥା ଦୁଇ ପ୍ରେମିକା ଜାଣିବା ପରେ ବିବାଦ ଆରମ୍ଭ ହୋଇଥିଲା।