Advertisment

କେବଳ ସପ୍ତାହାନ୍ତ ନାଇଟ କର୍ଫ୍ୟୁକୁ ଛାଡ଼ି ଆଉ ସବୁ ଖୋଲିଦେଲେ ସରକାର

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାର କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର। ଅନଲକ ୩.୦ ଘୋଷଣା କରି ରାଜ୍ୟ ସରକାର ରାଜ୍ୟରେ ନାଇଟ କର୍ଫ୍ୟୁକୁ କେବଳ ୨ ଦିନରେ ସୀମିତ ରଖିଛନ୍ତି। ସେହିପରି ସପ୍ତାହାନ୍ତ ଶଟଡାଉନକୁ ମଧ୍ୟ ହଟାଇ ଦେଇଛନ୍ତି। ଏବେ କେବଳ ଶନିବାର ଓ ରବିବାର ରାତି ୯ଟାରୁ ଭୋର ୫ଟା ଯାଏ ପୂରା ରାଜ୍ୟରେ ରାତ୍ରୀ କାଳୀନ କର୍ଫ୍ୟୁ ଲାଗିବ। ସରକାରଙ୍କ ଘୋଷଣା ଅନୁଯାୟୀ, ରାଜ୍ୟରେ ସୋମବାର ଠାରୁ […]

ଅଦ୍ୟତନ ହୋଇଛି
କେବଳ ସପ୍ତାହାନ୍ତ ନାଇଟ କର୍ଫ୍ୟୁକୁ ଛାଡ଼ି ଆଉ ସବୁ ଖୋଲିଦେଲେ ସରକାର

LockDown

Advertisment

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାର କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର। ଅନଲକ ୩.୦ ଘୋଷଣା କରି ରାଜ୍ୟ ସରକାର ରାଜ୍ୟରେ ନାଇଟ କର୍ଫ୍ୟୁକୁ କେବଳ ୨ ଦିନରେ ସୀମିତ ରଖିଛନ୍ତି। ସେହିପରି ସପ୍ତାହାନ୍ତ ଶଟଡାଉନକୁ ମଧ୍ୟ ହଟାଇ ଦେଇଛନ୍ତି। ଏବେ କେବଳ ଶନିବାର ଓ ରବିବାର ରାତି ୯ଟାରୁ ଭୋର ୫ଟା ଯାଏ ପୂରା ରାଜ୍ୟରେ ରାତ୍ରୀ କାଳୀନ କର୍ଫ୍ୟୁ ଲାଗିବ।

Advertisment

ସରକାରଙ୍କ ଘୋଷଣା ଅନୁଯାୟୀ, ରାଜ୍ୟରେ ସୋମବାର ଠାରୁ ମଲ, ସାଧାରଣ ପରିବହନ, ମେଟ୍ରୋ ଠାରୁ ଆରମ୍ଭ କରି ସବୁ କିଛି ଖୋଲିବ। ସେହିପରି ସରକାରୀ ଅଫିସ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ମଧ୍ୟ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା କହିଛନ୍ତି, ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ରାଜ୍ୟ ସରକାର ବର୍ତ୍ତମାନ ଜାରି କୋଭିଡ କଟକଣା ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି କୋହଳ ନୀତି ଜୁଲାଇ ୫ରୁ ୧୯ ତାରିଖ ଯାଏ କାର୍ଯ୍ୟକାରୀ ହେବ। ନାଇଟ କର୍ଫ୍ୟୁକୁ କେବଳ ସପ୍ତାହାନ୍ତରେ ଲାଗୁ କରାଯିବ। ରାତି ୯ଟାରୁ ଭୋର ୫ଟା ଯାଏ ଏହା ବଳବତ୍ତ ରହିବ। ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୋମବାର ଭୋର ୫ଟା ଯାଏ ଲାଗୁଥିବା କର୍ଫ୍ୟୁକୁ ପ୍ରତ୍ୟାହାର କରି ନିଆଯାଇଛି।

Advertisment

ସୋମବାର ଠାରୁ ବାହାଘର କାର୍ଯ୍ୟକ୍ରମରେ ୧୦୦ ଜଣ ଓ ଅନ୍ତିମ ସଂସ୍କାରରେ ୨୦ ଜଣ ଯୋଗ ଦେଇପାରିବେ। ସୋମବାର ଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଧର୍ମାନୁଷ୍ଠାନ ଖୋଲିବ। ଏଠାରେ କେବଳ ଦର୍ଶନ ବ୍ୟତୀତ ଆଉ କୌଣସି ପ୍ରକାରର ସେବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ସ୍ପୋର୍ଟସ କମ୍ଲେକ୍ସ, ଷ୍ଟାଡିୟମ ଓ ସୁଇମିଂ ପୁଲ କେବଳ ଅଭ୍ୟାସ ପାଇଁ ଖୋଲିବ।

ଅନ୍ୟପକ୍ଷରେ ପୂର୍ବଭଳି ସିନେମା ହଲ, ଥିଏଟର ଓ ପବ୍ସ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ଏହା ଉପରେ ନିଷ୍ପତ୍ତି ନେବାକୁ ଆଉ ଥରେ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାର କଟକଣା କୋହଳ କରିବା ସମ୍ପର୍କରେ ଘୋଷଣା କରିଥିଲେ ହେଁ ଜିଲ୍ଲା ପ୍ରଶାସନକୁ ସ୍ୱତନ୍ତ୍ର କ୍ଷମତା ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସଂକ୍ରମଣର ସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ କଟକଣା ଲଗାଇ ପାରିବେ।

Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe