Advertisment

'ସାବରକର' ଓ 'ଟିପୁ'ଙ୍କ ବ୍ୟାନର୍‌କୁ ନେଇ ସଂଘର୍ଷ, ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବୀର ସାବରକର ଓ ମୈସୁର ଶାସକ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ ଉପୁଜିଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା, ଯାହା ପରେ ପ୍ରଶାସନ ସମଗ୍ର ସହରରେ ଧାରା ୧୪୪ ଲାଗୁ କରିଛି। ସ୍ୱାଧୀନତା ଦିବସଅର୍ଥାତ୍ ସୋମବାର ଦିନ ଏଭଳି କିଛି ଘଟଣା ଘଟିଥିଲା। ସୂଚନା ମୁତାବକ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକର ଆମୀର ଅହମ୍ମଦ ଛକରେ ଥିବା ଏକ ବିଦ୍ୟୁତ […]

author-image
Madhupriya Mistry
ଅଦ୍ୟତନ ହୋଇଛି
'ସାବରକର' ଓ 'ଟିପୁ'ଙ୍କ ବ୍ୟାନର୍‌କୁ ନେଇ ସଂଘର୍ଷ, ୧୪୪ ଧାରା ଲାଗୁ

TENSION OBER POSTER

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବୀର ସାବରକର ଓ ମୈସୁର ଶାସକ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ ଉପୁଜିଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା, ଯାହା ପରେ ପ୍ରଶାସନ ସମଗ୍ର ସହରରେ ଧାରା ୧୪୪ ଲାଗୁ କରିଛି। ସ୍ୱାଧୀନତା ଦିବସଅର୍ଥାତ୍ ସୋମବାର ଦିନ ଏଭଳି କିଛି ଘଟଣା ଘଟିଥିଲା।

Advertisment

ସୂଚନା ମୁତାବକ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକର ଆମୀର ଅହମ୍ମଦ ଛକରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଏକ ଗୋଷ୍ଠୀ  ସାବରକରଙ୍କ ବ୍ୟାନର୍‌ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ସେହି ଖୁଣ୍ଟରେ ଟିପୁ ସୁଲତାନଙ୍କୁ ବ୍ୟାନର ଲଗାଇବାକୁ ଉକ୍ତ ଗୋଷ୍ଠୀ ଚାହୁଥିଁଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ପରେ ଏହା ସଂଘର୍ଷର ରୂପ ନେଇଥିଲା।

https://twitter.com/ANI/status/1559143637606596608?s=20&t=iiqt5uEVjCgs2YSqvB1dhw

Advertisment

ପୁଲିସ ସୂଚନା ଅନୁସାରେ, ଏହି ସଂଘର୍ଷରେ କିଛି ଅଜ୍ଞାତ ଅପରାଧୀ ପ୍ରେମ ସିଂହ ନାମକ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ପ୍ରେମ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏହି ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଆହତ ଯୁବକଙ୍କୁ ମ୍ୟାକଗାନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସେପଟେ ବ୍ୟାନର ବିବାଦକୁ ନେଇ ସହରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ ହଟାଇବା ପାଇଁ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଯେଉଁଠି ଟିପୁ ଓ ସାବରକରଙ୍କ ବ୍ୟାନର ଲଗାଇବା ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା ସେଠାରେ ପ୍ରଶାସନ ପକ୍ଷରୁ ଜାତୀୟ ପତାକା ଲଗାଇ ଦିଆଯାଇଥିଲା। ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଥିଲା।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି ଯେ ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସ ସମସ୍ତ ପଦକ୍ଷେପ ନେଇଛି। ଅପରାଧୀ ଏବଂ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।