Advertisment

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ନାବାଳକ ନୁହେଁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା। ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି କହିଛନ୍ତି। ୮ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ବେଳେ ସେହି ଅଭିଯୁକ୍ତ ଜଣକ ନାବାଳକ ନଥିଲା। ତେଣୁ ଅନ୍ୟ ସାବାଳକ ଅଭିଯୁକ୍ତଙ୍କ ଭଳି ତା’ର ବିଚାର କରିବାକୁ […]

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ନାବାଳକ ନୁହେଁ କହିଲେ ସୁପ୍ରିମକୋର୍ଟ

SC

Advertisment

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା। ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି କହିଛନ୍ତି।

Advertisment

୮ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ବେଳେ ସେହି ଅଭିଯୁକ୍ତ ଜଣକ ନାବାଳକ ନଥିଲା। ତେଣୁ ଅନ୍ୟ ସାବାଳକ ଅଭିଯୁକ୍ତଙ୍କ ଭଳି ତା’ର ବିଚାର କରିବାକୁ ସର୍ବୋଚ୍ଚ ଅଦାଲତକ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ଜେବି ପାରଡିୱାଲାଙ୍କ ଖଣ୍ଡପୀଠ ନିମ୍ନ ଅଦାଲତ ଏ ସମ୍ପର୍କରେ ଦେଇଥିବା ରାୟକୁ ରଦ୍ଦ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ବୟସ ସଂକ୍ରାନ୍ତରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣର ଅନୁପସ୍ଥିତିରେ ମେଡିକାଲ ମତାମତକୁ ବିଚାରକୁ ନିଆଯାଇପାରିବ। ତେବେ ମେଡିକାଲ ମତାମତ ଗ୍ରହଣ କରାଯିବ କି ନାହିଁ, ସେକଥା ପ୍ରମାଣର ଗୁରୁତ୍ୱ ଉପରେ ନିର୍ଭର କରିବ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଶୁଭମ ସାଙ୍ଗ୍ରାକୁ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଓ ହାଇକୋର୍ଟ ନାବାଳକ ଭାବେ ବିବେଚନା କରିଥିଲେ। ଏଥିସହ ତା’ର ବିଚାର ସ୍ୱତନ୍ତ୍ର ଭାବେ କରିବାକୁ କହିଥିଲେ। ତେବେ ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶକୁ ରଦ୍ଦ କରି ଦେଇଛନ୍ତି।

ଜଷ୍ଟିସ ପାରଡିୱାଲା କହିଛନ୍ତି, “ଆମେ ସିଜେଏମ କଠୁଆ ଓ ହାଇକୋର୍ଟ ଦେଇଥିବା ରାୟକୁ ଆମେ ଗ୍ରହଣ କରୁନାହୁଁ। ଆମେ ଏହି ନିଷ୍ପତ୍ତି ନେଉଛୁ ଯେ ଅପରାଧ ଘଟଣାଇବା ବେଳେ ଅଭିଯୁକ୍ତ ନାବାଳକ ନଥିଲା। ତେଣୁ ତା’ ବିଚାର ସାବାଳକ ଭାବେ କରାଯାଉ।”

୨୦୧୮ ଜାନୁଆରୀ ମାସରେ ୮ ବର୍ଷୀୟ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ଗୋଟିଏ ମନ୍ଦିର ଭିତରେ ପଣବନ୍ଦୀ କରି ରଖାଯିବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ୪ ଦିନ କାଳ ଏପରି ଜଘନ୍ୟକାଣ୍ତ ଘଟାଇବା ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିଲା।

ଏହି ଘଟଣାରେ ସଞ୍ଜି ରାମ, ଜଣେ ପୁଲିସ୍‌ ଅଧିକାରୀ ଦୀପକ ଖଜୁରିଆ ଓ ପରଭେଶ କୁମାରକୁ ଆଜୀବନ ଜେଲଦଣ୍ଡ ମିଳିଛି। ସେହିପରି ଅନ୍ୟ ୩ ଅଭିଯୁକ୍ତ ଆନନ୍ଦ ଦତ୍ତ, ହେଡ କନଷ୍ଟେବଲ ତିଲକ ରାଜ ଓ ପୁଲିସ୍‌ ଅଧିକାରୀ ସୁରେନ୍ଦ୍ର ବର୍ମାକୁ ୫ ବର୍ଷ ଲେଖାଏ ଜେଲ ଏବଂ ୫୦ ହଜାର ଲେଖାଏ ଜୋରିମାନା ଲାଗୁ କରାଯାଇଥିଲା। ସଞ୍ଜି ରାମର ପୁଅ ବିଶାଲକୁ ଟ୍ରାଏଲ କୋର୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe