Advertisment

ନୀତୀଶ କୁମାର ଓ ତେଜସ୍ୱୀଙ୍କୁ ଭେଟିଲେ କେସିଆର, ପୁଣି ବିରୋଧୀ ମେଣ୍ଟକୁ ନେଇ ଚର୍ଚ୍ଚା

ପାଟନା: ବିଜେପି ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋରଧରିଛି। କଂଗ୍ରେସକୁ ବାଦ ଦେଇ ବିଜେପି ବିରୋଧରେ ଗୋଟିଏ ମେଣ୍ଟ ଗଠନ ପାଇଁ ଚାଲିଥିବା ପ୍ରୟାସ ଆଜି ଆଉ ପାଦେ ଆଗେଇଛି। ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପାଟନା ଆସି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ସେମାନେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। ପୂର୍ବରୁ କେସିଆର ବିରୋଧୀ ମେଣ୍ଟକୁ […]

ଅଦ୍ୟତନ ହୋଇଛି
ନୀତୀଶ କୁମାର ଓ ତେଜସ୍ୱୀଙ୍କୁ ଭେଟିଲେ କେସିଆର, ପୁଣି ବିରୋଧୀ ମେଣ୍ଟକୁ ନେଇ ଚର୍ଚ୍ଚା

KCR

Advertisment

ପାଟନା: ବିଜେପି ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋରଧରିଛି। କଂଗ୍ରେସକୁ ବାଦ ଦେଇ ବିଜେପି ବିରୋଧରେ ଗୋଟିଏ ମେଣ୍ଟ ଗଠନ ପାଇଁ ଚାଲିଥିବା ପ୍ରୟାସ ଆଜି ଆଉ ପାଦେ ଆଗେଇଛି। ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପାଟନା ଆସି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି।

Advertisment

ଏଥିସହ ସେମାନେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। ପୂର୍ବରୁ କେସିଆର ବିରୋଧୀ ମେଣ୍ଟକୁ ଏକାଠି ହେବା ଦରକାର ବୋଲି କହିଥିଲେ। ନୀତୀଶ କୁମାର ମଧ୍ୟ ବିଜେପି ଠାରୁ ଅଲଗା ହେବା ପରେ ସମାନ କଥା କହିଥିଲେ। ତେଣୁ ଆଜି ସେମାନଙ୍କ ଭେଟଘାଟ ନୂଆ ରାଜନୀତିକ ଚର୍ଚ୍ଚାକୁ ଖୋରାଗ ଯୋଗାଇଛି।

କେସିଆର ଆଜି ନୀତୀଶ ଓ ତେଜସ୍ୱୀଙ୍କ ବ୍ୟତୀତ ମହାମେଣ୍ଟରେ ଥିବା ଆଉ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ରାଜନୀତିକ ଆଲୋଚନା ବ୍ୟତୀତ କେସିଆର ଚାଇନିଜ ଟ୍ରୁପ ସହ ଲଢ଼େଇ କରି ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତାର ଚେକ୍‌ ପ୍ରଦାନ କରିବେ।

Advertisment

ପୂର୍ବରୁ ଅଣ ବିଜେପି ଓ ଅଣ କଂଗ୍ରେସ ମହାମେଣ୍ଟ କଥା କହୁଥିବା କେସିଆରଙ୍କ ଆଜିର ପାଟନା ଗସ୍ତକୁ ନେଇ ନାନା ପ୍ରକାରର ଆଲୋଚନା ଆରମ୍ଭ ହୋଇଛି। ସେହିପରି ଜାନୁଆରୀ ୧୧ ତାରିଖରେ ତେଜସ୍ୱୀ ଯାଦବ ଓ ଅନ୍ୟ ୩ ଆରଜେଡି ନେତା ହାଇଦ୍ରାବାଦ ଯାଇ କେସିଆରଙ୍କୁ ଭେଟିଥିଲେ। ଆଜି କେସିଆର ଉଭୟ ତେଜସ୍ୱୀ ଓ ନୀତୀଶ କୁମାରଙ୍କୁ ପାଟନା ଆସି ଭେଟିଛନ୍ତି। ଏହି ଭେଟଘାଟ ପରବର୍ତ୍ତୀ ସମୟରେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ଗଠନରେ ସହାୟତା କରିବ ବୋଲି ରାଜାନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

ଅନ୍ୟପକ୍ଷରେ କେସିଆରଙ୍କ ଏପରି ଭେଟଘାଟକୁ ସମାଲୋଚନା କରିଛି ବିଜେପି। ଏଥିସହ ଏହାର ପ୍ରଭାବ ଦେଶ କିମ୍ବା ରାଜନୀତିରେ ପଢ଼ିବ ନାହିଁ ବୋଲି ଦଳ ପକ୍ଷରୁ କହାଯାଇଛି। ବିଜେପି ସାଂସଦ ସୁଶୀଲ ମୋଦି କହିଛନ୍ତି, ଦିବା ସ୍ୱପ୍ନ ଦେଖୁଥିବା ଦୁଇ ନେତାଙ୍କ ଆଜି ବୈଠକ ହୋଇଛି। ସେମାନେ କେବେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ଛିଡ଼ା ହୋଇ ପାରିବେ ନାହିଁ। ଏହା ବିରୋଧୀ ଏକତାର ସଦସ୍ୟତମ କମେଡି ଶୋ’ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe