Advertisment

ଫସିଗଲେ କେଜ୍ରିୱାଲଙ୍କ ଝିଅ, ଖୋଳ କରିଦେଲେ ଡିଜିଟାଲ ଡକାୟତ

ନୂଆଦିଲ୍ଲୀ: ଅନଲାଇନ ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ। ସେ ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ସୋଫା ବିକ୍ରି କରିବାକୁ ଚାହୁଁଥିଲେ। ଏହାର ଫାଇଦା ଉଠାଇ ଅନଲାଇନ ଠକମାନେ ତାଙ୍କ ଠାରୁ ୩୪ ହଜାର ଟଙ୍କା ପଟି ମାରିନେଇଛନ୍ତି। ଅନଲାଇନ ପ୍ଲାଟଫର୍ମ ଓଏଲଏକ୍ସରେ ସୋଫା ବିକ୍ରି କରିବାକୁ କେଜ୍ରିୱାଲଙ୍କ ଝିଅ ହରଶିତା ବିଜ୍ଞାପନ ଦେଇଥିଲେ। ଜଣେ ବ୍ୟକ୍ତି ସୋଫା କିଣିବାକୁ ଡିଲ୍‌ କରିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ସେ ହରଶିତାଙ୍କ ଆକାଉଣ୍ଟକୁ ବାର୍‌ କୋଡ୍‌ […]

ଅଦ୍ୟତନ ହୋଇଛି
ଫସିଗଲେ କେଜ୍ରିୱାଲଙ୍କ ଝିଅ, ଖୋଳ କରିଦେଲେ ଡିଜିଟାଲ ଡକାୟତ

harshita

Advertisment

ନୂଆଦିଲ୍ଲୀ: ଅନଲାଇନ ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ। ସେ ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ସୋଫା ବିକ୍ରି କରିବାକୁ ଚାହୁଁଥିଲେ। ଏହାର ଫାଇଦା ଉଠାଇ ଅନଲାଇନ ଠକମାନେ ତାଙ୍କ ଠାରୁ ୩୪ ହଜାର ଟଙ୍କା ପଟି ମାରିନେଇଛନ୍ତି।

Advertisment

ଅନଲାଇନ ପ୍ଲାଟଫର୍ମ ଓଏଲଏକ୍ସରେ ସୋଫା ବିକ୍ରି କରିବାକୁ କେଜ୍ରିୱାଲଙ୍କ ଝିଅ ହରଶିତା ବିଜ୍ଞାପନ ଦେଇଥିଲେ। ଜଣେ ବ୍ୟକ୍ତି ସୋଫା କିଣିବାକୁ ଡିଲ୍‌ କରିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ସେ ହରଶିତାଙ୍କ ଆକାଉଣ୍ଟକୁ ବାର୍‌ କୋଡ୍‌ ସ୍କାନ କରି ପ୍ରଥମେ ଅଳ୍ପ ପରିମାଣର ଟଙ୍କା ପଠାଇଥିଲେ।

ଏହାପରେ ସେ ହରଶିତାଙ୍କୁ ଆଉ ଗୋଟିଏ ବାର୍‌ କୋଡ୍‌ ସ୍କାନ ପଠାଇଥିଲେ। ଏହି ବାର୍‌ କୋଡକୁ ସ୍କାନ କଲେ, ଟଙ୍କା ଆକାଉଣ୍ଟକୁ ଚାଲିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାର୍‌ କୋଡ ସ୍କାନ କରିବା କ୍ଷଣି ବ୍ୟକ୍ତି ଜଣଙ୍କ ଦୁଇଟି ଇନଷ୍ଟଲମେଣ୍ଟରେ ତାଙ୍କ ଠାରୁ ୩୪ ହଜାର ଟଙ୍କା ଲୁଟି ନେଇଛନ୍ତି। ପ୍ରଥମଥର ୨୦ ହଜାର ଓ ଦ୍ୱିତୀୟ ଥର ୧୪ ହଜାର ଟଙ୍କା ହରାଇ ହତାଶ ହୋଇଛନ୍ତି ହରଶିତା।

Advertisment

ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଖରେ ଥିବା ସିଭିଲ ଲାଇନ ପୁଲିସ୍‌ ଷ୍ଟେସନରେ ସେ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଠକେଇ କରିଥିବା ଡିଜିଟାଲ ଡକାୟତଙ୍କୁ ଖୋଜିବା ଆରମ୍ଭ କରିଛି।

Online Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe