Advertisment

ବେଆଇନ ସୁନା ଚାଲାଣରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ତିନି ମନ୍ତ୍ରୀଙ୍କ ନାଁ !

ଥିରୁଅନନ୍ତପୁରମ: କେରଳରେ ଶାସକ ଦଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଛନ୍ଦି ହୋଇ ରହିଛି। ଏହାରି ଭିତରେ ଆଉ ଏକ ଖୁଲାସା କରିଛନ୍ତି କଷ୍ଟମ ବିଭାଗର ଅଧିକାରୀ। ସେ କହିଛନ୍ତି ଏହି ସୁନା ତସ୍କରୀ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ କିଛି ବଡ଼ ବଡ଼ିଆଙ୍କ ନାଁ ନେଇଛନ୍ତି। ଏହି ବଡ଼ ବଡ଼ିଆଙ୍କ ମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ବାଚସ୍ପତି ପି ଶ୍ରୀରାମକ୍ରିଷ୍ନା ଏବଂ ତିନି ମନ୍ତ୍ରୀ ରହିଛନ୍ତି। ବିଧାନସଭା ନିର୍ବାଚନ ବେଳେ ରାଜ୍ୟ ରାଜନୀତି ସରଗରମ ରହିଛି। […]

ଅଦ୍ୟତନ ହୋଇଛି
ବେଆଇନ ସୁନା ଚାଲାଣରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ତିନି ମନ୍ତ୍ରୀଙ୍କ ନାଁ !

gold-smuggling

Advertisment

ଥିରୁଅନନ୍ତପୁରମ: କେରଳରେ ଶାସକ ଦଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଛନ୍ଦି ହୋଇ ରହିଛି। ଏହାରି ଭିତରେ ଆଉ ଏକ ଖୁଲାସା କରିଛନ୍ତି କଷ୍ଟମ ବିଭାଗର ଅଧିକାରୀ। ସେ କହିଛନ୍ତି ଏହି ସୁନା ତସ୍କରୀ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ କିଛି ବଡ଼ ବଡ଼ିଆଙ୍କ ନାଁ ନେଇଛନ୍ତି। ଏହି ବଡ଼ ବଡ଼ିଆଙ୍କ ମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ବାଚସ୍ପତି ପି ଶ୍ରୀରାମକ୍ରିଷ୍ନା ଏବଂ ତିନି ମନ୍ତ୍ରୀ ରହିଛନ୍ତି।

Advertisment

ବିଧାନସଭା ନିର୍ବାଚନ ବେଳେ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାରି ଭିତରେ କେରଳ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ତିନି ମନ୍ତ୍ରୀଙ୍କ ନାଁରେ ଚୋରି ଅଭିଯୋଗ ନିର୍ବାଚନ ମାହୋଲକୁ ଆହୁରି ଗରମ କରିଛି।

କଷ୍ଟମ ବିଭାଗର କମିଶନର ସୁମୀତ କୁମାର କେରଳ ହାଇକୋର୍ଟକୁ ଏହି କଥା ଅବଗତ କରାଇଛନ୍ତି। ଗିରଫ ଅଭିଯୁକ୍ତ ସ୍ୱପ୍ନା ସୁରେଶ ମଖ୍ୟମନ୍ତ୍ରୀ ଏବଂ ୟୁଏଇର ପୂର୍ବତନ ଜେନେରାଲ କାଉନସେଲଙ୍କ ମଧ୍ୟରେ ଚୋରା ସୁନା ଚାଲାଣ ନେଇଥିବା କନେକସନ କହିଥିବା କଷ୍ଟମ ଅଧିକାରୀ କୋର୍ଟକୁ ଜଣାଇଛନ୍ତି।

Advertisment

ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କ ବୟାନକୁ ଉଦ୍ଧୃତ କରି କମିଶନର କହିଛନ୍ତି, ସ୍ୱପ୍ନା ଏବେ ବେଆଇନ ସୁନା ଚାଲାଣ ମାମଲାକୁ ସ୍ୱୀକାର କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ତିନି ମନ୍ତ୍ରୀଙ୍କ ଇସାରାରେ କିଭଳି କାରବାର ହେଉଥିଲା ସମସ୍ତ କଥା ଜେରା ବେଳେ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ୫ରେ କେରଳର ଥିରୁଅନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ୩୦ କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ୍ କରି ଏହି ସୁନା ଜବତ କରିଥିଲା। ଯାହାକି ବେଆଇନ୍। ଏହା ପରେ ଗୋଲ୍ଡ ସ୍ମଗଲିଂକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଜବତ ହୋଇଥିବା ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାପରେ କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ ନେଇଛି। ସରିତାଙ୍କୁ ପଚରା ଉଚରା କରିବା ପରେ ଗୋଲ୍ଡ ସ୍ମଗଲିଂ ମାମଲାର ମାଷ୍ଟର ମାଇଣ୍ଡ କେରଳ ସରକାରର ଆଇଟି ବିଭାଗର ସଚିବ ସ୍ୱପ୍ନା ସୁରେଶ ଜଣାପଡ଼ିଥିଲା। ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ତାଙ୍କୁ ପଦବୀରୁ ବିଦା କରିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଆଉ ଜଣେ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।

Gold Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe