Advertisment

କେରଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ତୁଟୁନି

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଏବଂ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏ ବିବାଦ ଅଧିକ ହେଉଥିବାରୁ ଆଇନଗତ ଉପାୟରେ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ବିଜୟନ ବାଟ ଖୋଜୁଛନ୍ତି। ଯେମିତି ହେଉ ଏ ବିବାଦକୁ ଶେଷ କରିବା ଲାଗି ବିଜୟନ ତତ୍ପର ହୋଇ ଉଠିଛନ୍ତି। ଏଥିଲାଗି ସେ ଦେଶର ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ୍ ଫଲି ଏସ୍. ନରିମନଙ୍କ […]

୯ କୁଳପତିଙ୍କ ଇସ୍ତଫା ମାଗିଲେ ରାଜ୍ୟପାଳ, ବର୍ଷିଲେ କେରଳ ମୁଖ୍ୟମନ୍ତ୍ରୀ

kerala-cm-slams-governor

Advertisment

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଏବଂ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏ ବିବାଦ ଅଧିକ ହେଉଥିବାରୁ ଆଇନଗତ ଉପାୟରେ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ବିଜୟନ ବାଟ ଖୋଜୁଛନ୍ତି। ଯେମିତି ହେଉ ଏ ବିବାଦକୁ ଶେଷ କରିବା ଲାଗି ବିଜୟନ ତତ୍ପର ହୋଇ ଉଠିଛନ୍ତି। ଏଥିଲାଗି ସେ ଦେଶର ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ୍ ଫଲି ଏସ୍. ନରିମନଙ୍କ ପରାମର୍ଶ ଲୋଡ଼ିଛନ୍ତି। ଏ ବିବାଦକୁ କୌଣସି ଆଇନଗତ ରାସ୍ତାରେ ସମାଧାନ କରାଯାଇ ପାରିବ କି ବୋଲି ବିଜୟନ ତାଙ୍କଠାରୁ ଜାଣିବାକୁ ଚାହିଁଛନ୍ତି।

Advertisment

କେରଳ ଏବେ ଘୋର ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ କରୁଥିବାବେଳେ ନରିମନ ଓ ତାଙ୍କ ଟିମ୍ ପାଇଁ ୪୬.୯୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏ ବାବଦରେ ରାଜ୍ୟ ସରକାରଙ୍କ ୱେବସାଇଟରେ ମଧ୍ୟ ସୂଚନା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଧେୟକ ସଂପର୍କରେ ଆଇନଗତ ପରାମର୍ଶ ଦେବା ଲାଗି ପାରିଶ୍ରମିକ ବାବଦରେ ନରିମନଙ୍କୁ ଏହି ଟଙ୍କା ଦିଆଯାଉଛି ବୋଲି ସୂଚନା ରହିଛି।

ରାଜ୍ୟପାଳଙ୍କ ସହ ବିବାଦକୁ ନେଇ ବାମମେଣ୍ଟ ଓ ନିଜ ଦଳ ସିପିଏମ୍ ତରଫରୁ ସମାଲୋଚନାର ସରବ୍ୟ ହେବା ପରେ ବିଜୟନ ତୁରନ୍ତ କିଛି ଗୋଟେ ରାସ୍ତା ବାହାର କରିବାକୁ ଲାଗି ପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ବିଧେୟକଗୁଡ଼ିକୁ ରାଜ୍ୟପାଳ ଯେମିତି ସୁରୁଖୁରୁରେ ପାସ୍ କରାଇବେ ସେନେଇ ଆଇନଗତ ପରାମର୍ଶ ଲୋଡ଼ିଛନ୍ତି ବିଜୟନ। ବିଶେଷ କରି ରାଜ୍ୟ ସରକାରଙ୍କ ୨ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ରାଜ୍ୟପାଳ ସ୍ଥଗିତ ରଖିବାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଉପୁଜିଛି। ଲୋକାୟୁକ୍ତ ବିଲ୍ ଓ କୁଳାଧିପତିଙ୍କୁ କ୍ଷମତା ଦେବା ନେଇ ଏକ ବିଧେୟକକୁ ରାଜ୍ୟପାଳ ସ୍ଥଗିତ ରଖିଥିଲେ। ଯାହାକି ବାମମେଣ୍ଟର ସରକାରକୁ ଶକ୍ତ ଆଘାତ ଦେଇଛି।

Advertisment

ବିଜୟନ ଏବେ ଏପରି ଏକ ରାସ୍ତା ଖୋଜୁଛନ୍ତି, ଯେଉଁଥିରେ ଏ ଦୁଇଟି ବିଧେୟକକୁ ପାସ କରାଇବା ଲାଗି ରାଜ୍ୟପାଳଙ୍କୁ ଆଇନଗତ ରାସ୍ତାରେ ବାଧ୍ୟ କରାଯାଇପାରିବ। ବଡ଼କଥା ହେଉଛି, ଏ ଦୁଇଟି ଯାକ ବିଧେୟକ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ପାଇଁ ଅନେକ ମହତ୍ୱ ରଖୁଛି। କିଛିଦିନ ହେଲା ରାଜ୍ୟପାଳ ରାଜ୍ୟ ସରକାରଙ୍କ ବିରୋଧରେ ଶକ୍ତ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ସୁପ୍ରିମକୋର୍ଟଙ୍କ ରାୟର ଦ୍ୱାହି ଦେଇ ରାଜ୍ୟରେ ୯ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ପୁଣି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଅଫିସ ସୁନା ସ୍ମଗଲିଂରେ ଯଦି ସଂପୃକ୍ତ ଥିବାର ଜଣାପଡ଼େ, ସେ ହସ୍ତକ୍ଷେପ କରିବା ସହ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe