Advertisment

ଘରେ ସମସ୍ତେ ଶୋଇଥିବା ବେଳେ ପୁଅ ସହ ଏମିତି କାଣ୍ଡ ଘଟାଇଲା ମା’

ଥିରୁଭନନ୍ତପୁରମ: ଅନ୍ଧ ବିଶ୍ୱାସର ଅନ୍ଧାରି ଗଳିରେ ହଜିଗଲା ମା’ର ମମତା। ପରିବାରର ସମସ୍ତ ସଦସ୍ୟ ରାତିରେ ଶୋଇଥିବା ବେଳେ ନିଜର ୬ ବର୍ଷର ପୁଅକୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛି ମା’। ଖାଲି ସେତିକି ନୁହେଁ, ଭଗବାନଙ୍କ ଉଦ୍ଦେଶ୍ୟରେ ମା’ ଜଣଙ୍କ ପୁଅକୁ ଉର୍ତ୍ସଗ ମଧ୍ୟ କରିଦେଇଛି। ପୁଅକୁ ମାରିବା ପରେ ମା’ ନିଜେ ହିଁ ପୁଲିସ୍‌କୁ ଫୋନ କରି ଡାକିଥିଲା ଓ ପୂରା ଘଟଣା ବିଷୟରେ ବର୍ଣ୍ଣନା କରିଥିଲା। କେରଳ ପାଲାକ୍କଡ ଜିଲ୍ଲାରେ ଘଟିଥିବା […]

ଅଦ୍ୟତନ ହୋଇଛି
ଘରେ ସମସ୍ତେ ଶୋଇଥିବା ବେଳେ ପୁଅ ସହ ଏମିତି କାଣ୍ଡ ଘଟାଇଲା ମା’

Kerala

Advertisment

ଥିରୁଭନନ୍ତପୁରମ: ଅନ୍ଧ ବିଶ୍ୱାସର ଅନ୍ଧାରି ଗଳିରେ ହଜିଗଲା ମା’ର ମମତା। ପରିବାରର ସମସ୍ତ ସଦସ୍ୟ ରାତିରେ ଶୋଇଥିବା ବେଳେ ନିଜର ୬ ବର୍ଷର ପୁଅକୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛି ମା’। ଖାଲି ସେତିକି ନୁହେଁ, ଭଗବାନଙ୍କ ଉଦ୍ଦେଶ୍ୟରେ ମା’ ଜଣଙ୍କ ପୁଅକୁ ଉର୍ତ୍ସଗ ମଧ୍ୟ କରିଦେଇଛି। ପୁଅକୁ ମାରିବା ପରେ ମା’ ନିଜେ ହିଁ ପୁଲିସ୍‌କୁ ଫୋନ କରି ଡାକିଥିଲା ଓ ପୂରା ଘଟଣା ବିଷୟରେ ବର୍ଣ୍ଣନା କରିଥିଲା। କେରଳ ପାଲାକ୍କଡ ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଛି।

Advertisment

ସୂଚନା ଅନୁସାରେ, ଶାହିଦା ନାମକ ମହିଳା ଜଣଙ୍କ ବର୍ତ୍ତମାନ ଗର୍ଭବତୀ ରହିଛନ୍ତି। ସେ ନିଜର ୪ର୍ଥ ସନ୍ତାନଙ୍କୁ ଜନ୍ମ ଦେଇଥାଆନ୍ତେ। ହେଲେ ଏହା ପୂର୍ବରୁ ସେ ତାଙ୍କର ୬ ବର୍ଷୀୟ ପୁଅକୁ ରବିବାର ରାତିରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ବେଳେ ତାଙ୍କ ସ୍ୱାମୀ ଓ ଆଉ ଦୁଇ ଜଣ ପିଲା ଅନ୍ୟ ଏକ ରୁମରେ ଶୋଇଥିଲେ।

ପୁଅକୁ ହତ୍ୟା କରିବା ପରେ ଶାହିଦା ପୁଲିସ୍‌କୁ ଫୋନ କରି ନିଜ ଘରକୁ ଡାକିଥିଲେ। ପୁଲିସ୍‌ ପହଞ୍ଚିବା ପରେ ଯାଇ ଶାହିଦାଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ପିଲାଙ୍କ ନିଦ ଭାଙ୍ଗିଥିଲା। ପୁଲିସ ଶାହିଦାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଜଣଙ୍କ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ପୁଅକୁ ହତ୍ୟା କରିଛନ୍ତି।

Advertisment

ପୁଅର ବଳି ଦେଲେ ଭଗବାନ ତାଙ୍କ ପରିବାରକୁ ଆଶୀର୍ବାଦ ଦେବେ ବୋଲି ବିଶ୍ୱାସ ରଖିଥିଲେ। ଏହି କାରଣରୁ ସେ ନିଜ ପୁଅକୁ ହତ୍ୟା କରିଛନ୍ତି ବୋଲି ପୁଲିସ୍‌କୁ କହିଛନ୍ତି।

ଗତମାସରେ ଆନ୍ଧ୍ରପ୍ରଦେଶର ପ୍ରଫେସର ଦମ୍ପତି ନିଜର ଦୁଇ ଝିଅଙ୍କୁ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଥିଲେ। ହତ୍ୟା ପରେ ଦୁଇ ଝିଅ ପୁଣିଥରେ ଜୀବନ ପାଇବେ ବୋଲି ସେମାନଙ୍କର ବିଶ୍ୱାସ ରହିଥିଲା।

Superstition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe