Advertisment

ବିଜେପିର ୟୁପି ଅଧ୍ୟକ୍ଷ ହେବେ କି ଉପ ମୁଖ୍ୟମନ୍ତ୍ରୀ? ଟ୍ୱିଟ ପରେ ଚାଲିଛି ଆକଳନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ ହେବେ କି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ? ବର୍ତ୍ତମାନ ରାଜ୍ୟର ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମୌର୍ଯ୍ୟଙ୍କ ଗୋଟିଏ ଟ୍ୱିଟ ନୂଆ ଟ୍ୱିଷ୍ଟ ଆଣିଛି। ଅଧ୍ୟକ୍ଷ ବଦଳିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଟ୍ୱିଟ କରି କହିଛନ୍ତି ଯେ “ସରକାର ଠାରୁ ଦଳ ବଡ଼।” ଏହାକୁ ସେ ନିଜ ଆକାଉଣ୍ଟର ପିନ୍‌ ଟୁ ଟପ୍‌ କରି ଅଧିକ ଗୁରୁତ୍ୱ ମଧ୍ୟ ଦେଇଛନ୍ତି। କିଛି ଦିନ ପୂର୍ବରୁ […]

ବିଜେପିର ୟୁପି ଅଧ୍ୟକ୍ଷ ହେବେ କି ଉପ ମୁଖ୍ୟମନ୍ତ୍ରୀ? ଟ୍ୱିଟ ପରେ ଚାଲିଛି ଆକଳନ

BJP

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ ହେବେ କି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ? ବର୍ତ୍ତମାନ ରାଜ୍ୟର ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମୌର୍ଯ୍ୟଙ୍କ ଗୋଟିଏ ଟ୍ୱିଟ ନୂଆ ଟ୍ୱିଷ୍ଟ ଆଣିଛି। ଅଧ୍ୟକ୍ଷ ବଦଳିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଟ୍ୱିଟ କରି କହିଛନ୍ତି ଯେ “ସରକାର ଠାରୁ ଦଳ ବଡ଼।” ଏହାକୁ ସେ ନିଜ ଆକାଉଣ୍ଟର ପିନ୍‌ ଟୁ ଟପ୍‌ କରି ଅଧିକ ଗୁରୁତ୍ୱ ମଧ୍ୟ ଦେଇଛନ୍ତି।

Advertisment

କିଛି ଦିନ ପୂର୍ବରୁ ଶ୍ରୀ ମୌର୍ଯ୍ୟ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବି ଭେଟିଥିଲେ। ତେଣୁ ସେ ରାଜ୍ୟର ପରବର୍ତ୍ତୀ ବିଜେପି ମୁଖିଆ ହୋଇ ପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଏଯାଏ ଦଳ ପକ୍ଷରୁ କୌଣସି ପ୍ରକାରର ସ୍ପଷ୍ଟ ସୂଚନା ଦିଆଯାଇନି।

କେଶବ ମୌର୍ଯ୍ୟ ପୂର୍ବରୁ ମଧ୍ୟ ୟୁପି ବିଜେପିର ଅଧ୍ୟକ୍ଷ ଭାବେ କାମ କରି ସାରିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ବିଜେପି ୨୦୧୭ରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା।

Advertisment

ରାଜ୍ୟ ବିଜେପି ସଭାପତି ପଦରେ ଜଣେ ଦଳିତ କିମ୍ବା ବ୍ରାହ୍ମଣ ନେତାଙ୍କୁ ବସାଇବାକୁ ଚାହୁଁଛି। ତେଣୁ କେଶବ ମୌର୍ଯ୍ୟଙ୍କ ନାଁ ଚର୍ଚ୍ଚାକୁ ଆସିଛି। ତାଙ୍କ ପାଖରେ ମଧ୍ୟ ଅଭିଜ୍ଞତା ରହିଛି। ଜାତିଗତ ରାଜନୀତି ପାଇଁ ମଧ୍ୟ ସେ ପୂରା ଫିଟ। ଏଥିପାଇଁ ସେ ସରକାର ଠାରୁ ଦଳ ବଡ଼ ଟ୍ୱିଟ କରିଥିବା ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

ସେମାନଙ୍କ କହିବା କଥା ହେଲା, ବିଜେପି ବର୍ତ୍ତମାନ ନିଜର ଭାବମୂର୍ତ୍ତି ସୁଧାରିବାକୁ ଜଣେ ବ୍ୟକ୍ତି, ଗୋଟିଏ ପଦବୀ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଚାହୁଁଛି। ଏଥିପାଇଁ ବର୍ତ୍ତମାନର ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କୁ ଏହି ପଦରୁ ହଟାଇବାକୁ ଦଳ ଚାହୁଁଛି। କାରଣ ଶ୍ରୀ ସିଂହ ଏବେ ୟୁପି ସରକାରରେ ମନ୍ତ୍ରୀ ବି ଅଛନ୍ତି। ତେଣୁ ତାଙ୍କୁ ସଭାପତି ପଦରୁ ହଟାଯିବ।


୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେଶବ ପ୍ରସାଦ ମୌର୍ଯ୍ୟ ପରାସ୍ତ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଛି। ସେ ବିଧାନ ପରିଷଦର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe