iop
ନୂଆଦିଲ୍ଲୀ: ଆମେରିକାରେ କାଲିଫର୍ଣ୍ଣିଆରେ ରହୁଥିବା ଏକ ଭାରତୀୟ ଶିଖ୍ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ପରିବାର ସଦସ୍ୟଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ଅଛି। ଜଣେ ୪୮ ବର୍ଷୀୟ ଯୁବକ ଏହି ପରିବାର ସଦସ୍ୟଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ଅପହରଣକାରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛନ୍ତି। ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗୁରୁତର ଅବସ୍ଥାରେ ନିଜ ହେପାଜକୁ ନେଇଛି।
ମୃତ ପରିବାର ସଦସ୍ୟଙ୍କ ଘର ପଞ୍ଜାବର ହୋସିରାପୁରରେ। ବ୍ୟବସାୟ ପାଇଁ ଏହି ପରିବାର କାଲିଫର୍ଣ୍ଣିଆରେ ରହୁଥିଲେ। ମୃତକମାନେ ହେଲେ ୮ ବର୍ଷର ଆରୋହୀ ଡେରୀ, ୨୭ ବର୍ଷୀୟ ମା’ ଜସଲିନ କୌର ଏବଂ ବାପା ଜସଦୀପ ସିଂହ। ସୋମବାର ଉକ୍ତ ପରିବାର ମାଲିକାନାରେ ଥିବା ଏକ କାରକୁ ଜବତ କରାଯାଇଛି। ଏହି କାରରେ ଉକ୍ତ ପରିବାର ସଦସ୍ୟଙ୍କୁ ଅପହରଣ କରାଯାଇଥିବା ସେଠିକାର ପୁଲିସ ସୂଚନା ଦେଇଛି।
ସାଉଥ ହାଇୱେ-୫୯ ଉପରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିବା ଜଣାପଡ଼ିଛି । ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି | ରିପୋର୍ଟ ଅନୁଯାୟୀ ପୁଲିସ ଅଧିକାରୀମାନେ ଏପର୍ଯ୍ୟନ୍ତ ସନ୍ଦିଗ୍ଧଙ୍କ ନାମ କହିନଥିବାବେଳେ ଘଟଣା ଘଟାଇବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ମଧ୍ୟ ଜଣା ପଡିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/iop.jpg)