Advertisment

ଜାନୁଆରୀ ୧ରୁ ଟିକା ପାଇଁ ପଞ୍ଜୀକରଣ କରିପାରିବେ ଛୋଟ ପିଲା

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ।  ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏହାପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାଁ ପଞ୍ଜୀକରଣ କରିବେ। ପ୍ରାପ୍ତ ବୟସ୍କଙ୍କ ଭଳି ଛୋଟ ପିଲାମାନେ କୋୱିନ ପ୍ଲାଟଫର୍ମରେ ହିଁ ଟିକା ପାଇଁ ପଞ୍ଜୀକରଣ କରିପାରିବେ। ଏ ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। […]

author-image
Hemant Lenka
ଜାନୁଆରୀ ୧ରୁ ଟିକା ପାଇଁ ପଞ୍ଜୀକରଣ କରିପାରିବେ ଛୋଟ ପିଲା

cowin

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ।  ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏହାପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାଁ ପଞ୍ଜୀକରଣ କରିବେ। ପ୍ରାପ୍ତ ବୟସ୍କଙ୍କ ଭଳି ଛୋଟ ପିଲାମାନେ କୋୱିନ ପ୍ଲାଟଫର୍ମରେ ହିଁ ଟିକା ପାଇଁ ପଞ୍ଜୀକରଣ କରିପାରିବେ। ଏ ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି।

Advertisment

କୋୱିନ ପ୍ଲାଟଫର୍ମର ମୁଖ୍ୟ ଡା ଆରଏସ୍‌ ଶର୍ମା କହିଛନ୍ତି, “୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କୋୱିନ ଦ୍ୱାରା ଜାନୁଆରୀ ୧ରୁ ଟିକା ପାଇଁ ନିଜ ନାଁ ପଞ୍ଜୀକରଣ କରିପାରିବେ। ଆମେ ଏହି ଆପ୍‌ରେ ଅତିରିକ୍ତ ସ୍ଲଟ ଭାବେ ଆଇଡି କାର୍ଡ ପଞ୍ଜୀକରଣ ବ୍ୟବସ୍ଥା କରିଛୁ। ଛାତ୍ରଛାତ୍ରୀମାନେ ନିଜ ଆଇଡି କାର୍ଡ ବ୍ୟବହାର କରି ଟିକା ପାଇଁ ପଞ୍ଜୀକରଣ କରିପାରିବେ। କାରଣ ସବୁ ପିଲାମାନଙ୍କ ପାଖରେ ଆଧାର କିମ୍ବା ଅନ୍ୟ କାର୍ଡ ନାହିଁ। ତେଣୁ କୋୱିନ ପ୍ଲାଟଫର୍ମରେ ଆଇଡି କାର୍ଡର ବିକଳ୍ପ ରଖାଯାଇଛି। ଏହାକୁ ସେମାନେ ବେଶ ଆରାମରେ ବ୍ୟବହାର କରି ଟିକା ପାଇଁ ସ୍ଲଟ ବୁକ କରିପାରିବେ।”

ସୂଚନାଯୋଗ୍ୟ, ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦିଆଯିବ। କାରଣ ଡିସିଜିଆଇ କିଛି ଦିନ ତଳେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

Advertisment

ଏହାବାଦ ଜାୟଡସ କାଡିଲା ଟିକା ମଧ୍ୟ ଛୋଟ ପିଲାମାନଙ୍କୁ ଦେବା ପାଇଁ ସ୍ୱୀକୃତି ଲାଭ କରିଛି। ହେଲେ ଏହା ଏଯାଏ ମାର୍କେଟକୁ ଆସିନି। ତେଣୁ ବର୍ତ୍ତମାନ ପିଲାମାନେ କୋଭାକ୍ସିନ ପାଇଁ ହିଁ ପଞ୍ଜୀକରଣ କରିବାର ସୁବିଧା ପାଇପାରନ୍ତି। ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ପ୍ରାୟ ୬ରୁ ୭ କୋଟି ପିଲା ରହିଛନ୍ତି। ସେମାନଙ୍କ ଟିକାକରଣ ଯଥାଶୀଘ୍ର ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ ବୋଲି ସେ କହିଥିଲେ।