Advertisment

ଚାଷୀଙ୍କ ଚରମ ନିଷ୍ପତ୍ତି, ଆନ୍ଦୋଳନ ସ୍ଥଳରେ ଫାଶୀ ଲଗାଇ ଝୁଲିପଡ଼ିଲେ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ଆନ୍ଦୋଳନ ସ୍ଥଳରେ ହିଁ ଜଣେ ଚାଷୀ ଚରମ ନିଷ୍ପତ୍ତି ନେଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ଟିକ୍ରି ସୀମାରେ ଫାଶି ଲଗାଇ ଝୁଲି ପଡିଛନ୍ତି ଜଣେ ଛାଷୀ। ଗତ ବିଳମ୍ବିତ ରାତିରେ ଜଣେ ଚାଷୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପ୍ରିନସିପାଲ ମାଡ଼ ମାରିବାରୁ ଆତ୍ମହତ୍ୟା କଲେ ଛାତ୍ରୀ !

sucide

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ଆନ୍ଦୋଳନ ସ୍ଥଳରେ ହିଁ ଜଣେ ଚାଷୀ ଚରମ ନିଷ୍ପତ୍ତି ନେଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ଟିକ୍ରି ସୀମାରେ ଫାଶି ଲଗାଇ ଝୁଲି ପଡିଛନ୍ତି ଜଣେ ଛାଷୀ। ଗତ ବିଳମ୍ବିତ ରାତିରେ ଜଣେ ଚାଷୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଚାଷୀ ଜଣକ ହେଉଛନ୍ତି ହିରୟାଣା ଜିନ୍ଦ ଜିଲ୍ଲାର ୫୨ ବର୍ଷୀୟ କରମବୀର। ତାଙ୍କ ମୃତଦେହ ନିକଟରୁ ଏକ ସୁସାଇଡ  ନୋଟ ମଧ୍ୟ ଜବତ ହୋଇଛି। ଏଥିରେ ସେ ତାଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସେ ତାଙ୍କ ସୁସାଇଡ ନୋଟରେ ଲେଖିଛନ୍ତି, “ଭାରତୀୟ କୃଷକ ୟୁନିଅନ ଜିନ୍ଦାବାଦ। ମୋଦି ସରକାର ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି। କେନ୍ଦ୍ରର ଏହି କଳା ଆଇନ କେବେ ବନ୍ଦ ହେବ ତାହା ଜଣାନାହିଁ।  ଯେତେ ଯାଏଁ ଏହି କଳା ଆଇନ ରଦ୍ଦ ନହେବ ସେତେ ଯାଏଁ ଆମେ ଆନ୍ଦୋଳନରୁ ହଟିବୁ ନାହିଁ।”

ଗତକିଛି ଦିନ ତଳେ ହିଁ କରମବୀର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଗତ ରାତିରେ ସେ ବେଶ ଦୁଃଖିତ ଥିଲେ ଏବଂ ପରେ ନିରାଶ ହୋଇ ଟିକ୍ରି ସୀମାରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ କୃଷକ ସାଥୀମାନେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।publive-image

Advertisment

ସେପଟେ ଆଜି ସକାଳୁ ସୁଖବିନ୍ଦର ସିଂହ ନାମକ ଜଣେ ୬୦ ବର୍ଷୀୟ ଚାଷୀଙ୍କ ହୃଦଘାତ ଯୋଗୁଁ ଆନ୍ଦୋଳନ ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେ ଦୁରକୋଟ ଜିଲ୍ଲାର ମୋଗାରେ ବାସ କରୁଥିଲେ।

ଏହାପୂର୍ବରୁ ମଧ୍ୟ କିଛି ଦିନ ତଳେ ଟିକ୍ରି ସୀମରେ ଜୟ ଭଗବାନ ନାମକ ଜଣେ ଚାଷୀ ବିଷ ପିଇଦେଇଥିଲ। ତାଙ୍କୁ  ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୟ ଭଗବାନ୍ ବିଷ ଖାଇବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ ଛାଡି ଯାଇଥିଲେ।

Farmer Protest