ଟିପୁ ସୁଲତାନଙ୍କୁ ମୁସଲିମ ଗୁଣ୍ଡା କହିଲେ ବିଜେପି ବିଧାୟକ, ମିଳିଲା ଧମକପୂର୍ଣ୍ଣ ଚିଠି

ବେଙ୍ଗାଲୁରୁ: କର୍ଣ୍ଣାଟକାର ବିଜେପି ବିଧାୟକ କେଏସ ଈଶ୍ୱରପ୍ପା ବିବାଦୀୟ ବୟାନ ଦେଇଛନ୍ତି। ସେ ଟିପୁ ସୁଲତାନଙ୍କୁ ମୁସଲିମ ଗୁଣ୍ଡା କହି ବିବାଦ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି। ଯଦି ସେ ପୁଣି ଟିପୁ ସୁଲତାନଙ୍କୁ ମୁସଲିମ ଗୁଣ୍ଡ କହିବେ, ତା’ହେଲେ ତାଙ୍କ ଜିଭକୁ କାଟି ଦିଆଯିବ ବୋଲି ଧମକ ଦିଆଯାଇଛି। ଏ ସମ୍ପର୍କରେ ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ତାଙ୍କ ଘରକୁ କେହି ଏପରି ଧମକପୂର୍ଣ୍ଣ ଚିଠି ପଠାଇଥିବା ସେ ତାଙ୍କ ଅଭିଯୋଗରେ […]

BJP

  • Published: Thursday, 25 August 2022
  • , Updated: 25 August 2022, 09:20 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ବିଜେପି ବିଧାୟକ କେଏସ ଈଶ୍ୱରପ୍ପା ବିବାଦୀୟ ବୟାନ ଦେଇଛନ୍ତି। ସେ ଟିପୁ ସୁଲତାନଙ୍କୁ ମୁସଲିମ ଗୁଣ୍ଡା କହି ବିବାଦ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି। ଯଦି ସେ ପୁଣି ଟିପୁ ସୁଲତାନଙ୍କୁ ମୁସଲିମ ଗୁଣ୍ଡ କହିବେ, ତା’ହେଲେ ତାଙ୍କ ଜିଭକୁ କାଟି ଦିଆଯିବ ବୋଲି ଧମକ ଦିଆଯାଇଛି। ଏ ସମ୍ପର୍କରେ ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ତାଙ୍କ ଘରକୁ କେହି ଏପରି ଧମକପୂର୍ଣ୍ଣ ଚିଠି ପଠାଇଥିବା ସେ ତାଙ୍କ ଅଭିଯୋଗରେ କହିଛନ୍ତି।

ସ୍ୱାଧୀନତା ଦିବସରେ ଟିପୁ ସୁଲତାନ ଓ ହିନ୍ଦୁତ୍ୱବାଦୀ ନେତା ସାବରକରଙ୍କ ଫଟୋକୁ ନେଇ କର୍ଣ୍ଣାଟକାରେ ବିବାଦ ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ପୋଷ୍ଟର ମରାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଥିଲେ। ତେବେ ଏହି ବିବାଦ ଏଯାଏ ଥମିବାର ନାଁ ଧରୁନି। ଏସବୁ ଭିତରେ ଟିପୁ ସୁଲତାନଙ୍କୁ ମନ୍ତ୍ରୀ ଈଶ୍ୱରପ୍ପା ମୁସଲିମ ଗୁଣ୍ଡା କହିଥିବା ଅଭିଯୋଗ ହୋଇଛି। ତେବେ ସେ ସମସ୍ତ ମୁସଲିମଙ୍କୁ କେବେ ଗୁଣ୍ଡା ବୋଲି କହି ନାହାନ୍ତି ଓ ସେ ଧମକରେ ଡରିଯିବା ଲୋକ ନୁହନ୍ତି ବୋଲି କହିଛନ୍ତି।

ମଙ୍ଗଳବାର ଈଶ୍ୱରପ୍ପା କର୍ଣ୍ଣାଟକାର ଶିବମୋଗାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ। ସେ କହିଛନ୍ତି, “ମୁଁ ସମସ୍ତ ମୁସଲିମ ସଂପ୍ରଦାୟର ବରିଷ୍ଠ ଲୋକମାନଙ୍କୁ କହିବାକୁ ଚାହେଁ ଯେ ମୁଁ ସେମାନଙ୍କ ସଂପ୍ରଦାୟର ସବୁ ଲୋକଙ୍କୁ ଗୁଣ୍ଡା ବୋଲି କହିନାହିଁ। ପୂର୍ବରୁ ଅନେକ ଥର ମୁସଲିମ ସଂପ୍ରଦାୟର ବରିଷ୍ଠ ଲୋକମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନଙ୍କ ଯୁବଗୋଷ୍ଠୀ ଏବେ ଗୁଣ୍ଡାଗିରିରେ ମାତିଛନ୍ତି। ଯଦି ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତା’ହେଲେ ଏହାକୁ ସାମ୍ନା କରିବାକୁ ସେମାନେ ପ୍ରସ୍ତୁତ ରୁହନ୍ତୁ।”

ସ୍ୱାଧୀନତା ଦିବସରେ ଅମୀର ଅହମଦ ଛକରେ କିଛି ଲୋକ ସାବରକରଙ୍କ ଫଟୋ ଲଗାଇଥିଲେ। ଏହାକୁ ବିରୋଧ କରି କିଛି ଲୋକ ଟିପୁ ସୁଲତାନଙ୍କ ଫଟୋ ଲଗାଇଥିଲେ। ଦୁଇ ଗୋଷ୍ଠୀ ପୋଷ୍ଟର ମରାକୁ ନେଇ ମୁହାଁମୁହିଁ ହେବାରୁ ଶିବମୋଗାରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ୧୬ ତାରିଖରେ କେମ୍ପେଗୌଡ଼ା ମେଟ୍ରୋ ଷ୍ଟେସନରେ ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିଃ ପକ୍ଷରୁ ସାବରକରଙ୍କ ଗୋଟିଏ ପେଣ୍ଟିଂ ପ୍ରଦର୍ଶନ କରିବାରୁ ବିବାଦ ଆହୁରି ତୀବ୍ର ହୋଇଥିଲା।

Related story