Advertisment

ବାବାଙ୍କୁ କ୍ରାଇମ ସ୍ପଟକୁ ନେଲା ପୁଲିସ

ବେଙ୍ଗାଲୁରୁ: ଦୁଷ୍କର୍ମ ଅଭିଯୋଗରେ ଫସିଥିବା କର୍ଣ୍ଣାଟକର ଲିଙ୍ଗାୟତ ସମ୍ପ୍ରଦାୟର ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ଆଜି କ୍ରାଇମ ସ୍ପଟକୁ ନେଇଥିଲା ପୁଲିସ।  ଯେଉଁଠି ୨ ଜଣ ନାବାଳିକାଙ୍କକୁ ଦୁଷ୍କର୍ମ କରାଯାଥିବା ଅଭିଯୋଗ ହୋଇଥିଲା। ଫଳରେ ବାବାଙ୍କ ପାଇଁ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାଳେ କିଛି ବାବାଙ୍କ ସମର୍ଥକ ଅଘଟଣ ଘଟାଇବେ ସେଥିପାଇଁ ପୁଲିସ ସତର୍କ ରହିଥିଲା। ଡିଏସପି ଅନିଲ କୁମାର ବାବାଙ୍କୁ ଘଟଣାସ୍ଥଳକୁ ନେଇ ଜେରା କରିଥିଲେ। ଏବେ ୪ ଦିନ ପାଇଁ ପୁଲିସ ରିମାଣ୍ଡରେ […]

author-image
Tapas Behera
ବାବାଙ୍କୁ କ୍ରାଇମ ସ୍ପଟକୁ ନେଲା ପୁଲିସ

baba-1

ବେଙ୍ଗାଲୁରୁ: ଦୁଷ୍କର୍ମ ଅଭିଯୋଗରେ ଫସିଥିବା କର୍ଣ୍ଣାଟକର ଲିଙ୍ଗାୟତ ସମ୍ପ୍ରଦାୟର ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ଆଜି କ୍ରାଇମ ସ୍ପଟକୁ ନେଇଥିଲା ପୁଲିସ।  ଯେଉଁଠି ୨ ଜଣ ନାବାଳିକାଙ୍କକୁ ଦୁଷ୍କର୍ମ କରାଯାଥିବା ଅଭିଯୋଗ ହୋଇଥିଲା। ଫଳରେ ବାବାଙ୍କ ପାଇଁ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାଳେ କିଛି ବାବାଙ୍କ ସମର୍ଥକ ଅଘଟଣ ଘଟାଇବେ ସେଥିପାଇଁ ପୁଲିସ ସତର୍କ ରହିଥିଲା। ଡିଏସପି ଅନିଲ କୁମାର ବାବାଙ୍କୁ ଘଟଣାସ୍ଥଳକୁ ନେଇ ଜେରା

Advertisment

କରିଥିଲେ। ଏବେ ୪ ଦିନ ପାଇଁ ପୁଲିସ ରିମାଣ୍ଡରେ ବାବା ଅଛନ୍ତି।  ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା।  ଅଭିଯୋଗ ଆଣିଥିବା ୨ ନାବାଳିକାଙ୍କର ବୟସ ଯଥାକ୍ରମେ ୧୫ ଏବଂ ୧୬ ହେବ। ଉଭୟେ ବାବାଙ୍କ ଦ୍ୱାରା ପରିଚାଳିତ ମଠରେ ପଢ଼ନ୍ତି। ଯେଉଁଠି ଉଭୟଙ୍କୁ ସାଢ଼େ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଯୌନ ନିର୍ଯାତନା ଦିଆଯାଇ ଆସୁ‌ଥିଲା।  ଗତ ଜୁଲାଇ ୨୪ରେ  ଉଭୟ ଛାତ୍ରୀ ହଷ୍ଟେଲ ଛାଡ଼ିଥିଲେ। ଜୁଲାଇ ୨୫ରେ ପୁଲିସରେ ବାବାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଜୁଲାଇ ୨୬ରେ ନଜରବାଦ ପୁଲିସ ଏତଲା ରୁଜୁ କରିଥିଲା। ତେବେ ଅଭିଯୋଗକୁ ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁ ଅଶ୍ୱୀକାର କରିଛନ୍ତି।ଚିତ୍ରଦୁର୍ଗା ସ୍ଥିତ ଏକ ମୁରାଘାରାଜେନ୍ଦ୍ର ମଠ ବିଦ୍ୟାଳୟରେ ପଢୁଥିବା ଏବଂ ଏହାର ହଷ୍ଟେଲରେ ରହୁଥିବା

୧୪ ଏବଂ ୧୬ ବର୍ଷ ବୟସର ଦୁଇ ନାବାଳିକାଙ୍କୁ ଗତ ତିନି ବର୍ଷ ଧରି ସାଧୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏବଂ ଏହି ଅଭିଯୋଗ ଆଧାରରେ, ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଥିଲା। ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଅଧିନିୟମର କଠୋର ବ୍ୟବସ୍ଥା ଅନୁଯାୟୀ ସାଧୁଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଏହା ପରେ ଦୁଇ ପୀଡ଼ିତାଙ୍କ ବିବୃତ୍ତି ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯିବା ସହ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା।

Advertisment