Advertisment

ମଣିପୁରର ରାଜ୍ୟପାଳ ହେଲେ ଲା ଗଣେଶନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଣିପୁର ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ମଣିପୁରର ନୂଆ ରାଜ୍ୟପାଳ ଭାବେ ଲା ଗଣେଶନଙ୍କୁ ନିଯୁକ୍ତ କରାଯାଇଛି। ଗଣେଶନ ବିଜେପିର ଜଣେ ବରିଷ୍ଠ ସଦସ୍ୟ ଥିଲେ ଏବଂ ଏହାପୂର୍ବରୁ ସେ ରାଜ୍ୟସଭାର ସଦସ୍ୟ ଥିଲେ। ଲା ଗଣେଶନ ତାମିଲନାଡୁ ବିଜେପିର ସଭାପତି ଭାବରେ ମଧ୍ୟ ପୂର୍ବରୁ ଦାୟିତ୍ୱ ତୁଲାଇ ସାରିଛନ୍ତି। ବିଜେପିର ବିଭିନ୍ନ ପଦବୀରେ ରହି ଦଳକୁ ମଜବୁତ କରିବାରେ ତାଙ୍କର ବଡ଼ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମଣିପୁରର ରାଜ୍ୟପାଳ ହେଲେ ଲା ଗଣେଶନ

m-ganeshan

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଣିପୁର ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ମଣିପୁରର ନୂଆ ରାଜ୍ୟପାଳ ଭାବେ ଲା ଗଣେଶନଙ୍କୁ ନିଯୁକ୍ତ କରାଯାଇଛି। ଗଣେଶନ ବିଜେପିର ଜଣେ ବରିଷ୍ଠ ସଦସ୍ୟ ଥିଲେ ଏବଂ ଏହାପୂର୍ବରୁ ସେ ରାଜ୍ୟସଭାର ସଦସ୍ୟ ଥିଲେ।

Advertisment

ଲା ଗଣେଶନ ତାମିଲନାଡୁ ବିଜେପିର ସଭାପତି ଭାବରେ ମଧ୍ୟ ପୂର୍ବରୁ ଦାୟିତ୍ୱ ତୁଲାଇ ସାରିଛନ୍ତି। ବିଜେପିର ବିଭିନ୍ନ ପଦବୀରେ ରହି ଦଳକୁ ମଜବୁତ କରିବାରେ ତାଙ୍କର ବଡ଼ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ମଧ୍ୟ ଅନେକ ରାଜ୍ୟର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଥିଲା। କିଛି ରାଜ୍ୟରେ ରାଜ୍ୟପାଳଙ୍କୁ ଅତିରିକ୍ତ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା।

https://twitter.com/ANI/status/1429344102076665856?s=20

ଲା ଗଣେଶନ ଏହି ଅବସରରେ କହିଛନ୍ତି, ଯେଉଁ ପଦବୀ ମିଳିଛି ସେଥିପାଇଁ ସେ ବହୁତ ଉତ୍ସାହିତ। ମୋର କାମ ସ୍ୱୀକୃତିପ୍ରାପ୍ତ ହୋଇଛି। ମୁଁ ଭାରତର ଯେକୌଣସି ସ୍ଥାନରେ ରହି କାମ କରିବାକୁ ପ୍ରସ୍ତୁତ।

Advertisment