Advertisment

ଲଖିମପୁର ମାମଲା: ମନ୍ତ୍ରୀ ପୁଅଙ୍କୁ ଝଟ୍‌କା, ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ ମନ୍ତ୍ରୀ ପୁଅ ତଥା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଝଟ୍‌କା। ଖାରଜ ହେଲା ତାଙ୍କ ଜାମିନ ଆବେଦନ । ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ମୋଦି ସରକାରଙ୍କ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ହେଉଛନ୍ତି ଆଶିଷ ମିଶ୍ରା। ତାଙ୍କ ନାଁରେ କୃଷକଙ୍କ ଉପରେ ନିଜ କାର୍‌ ଚଢ଼ାଇ ମାରି ଦେହଇଥିବା ଅଭିଯୋଗ ରହିଛି। ଚଳିତ ବର୍ଷ ଫେବ୍ରୁଆରୀରେ ହାଇକୋର୍ଟ ଆଶିଷଙ୍କୁ […]

ଲଖିମପୁର ମାମଲା: ମନ୍ତ୍ରୀ ପୁଅଙ୍କୁ ଝଟ୍‌କା, ଜାମିନ ଆବେଦନ ଖାରଜ

lakhimpur-kheri-violence

Advertisment

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ ମନ୍ତ୍ରୀ ପୁଅ ତଥା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଝଟ୍‌କା। ଖାରଜ ହେଲା ତାଙ୍କ ଜାମିନ ଆବେଦନ । ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

Advertisment

ମୋଦି ସରକାରଙ୍କ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ହେଉଛନ୍ତି ଆଶିଷ ମିଶ୍ରା। ତାଙ୍କ ନାଁରେ କୃଷକଙ୍କ ଉପରେ ନିଜ କାର୍‌ ଚଢ଼ାଇ ମାରି ଦେହଇଥିବା ଅଭିଯୋଗ ରହିଛି। ଚଳିତ ବର୍ଷ ଫେବ୍ରୁଆରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ଜାମିନକୁ ଖାରଜ କରି ଦେଇଥିଲେ।

ଏଥିସହ ସର୍ବୋଚ୍ଚ ଅଦାଲତ ଆଶିଷଙ୍କୁ ଜାମିନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ପରେ ଏପ୍ରିଲରେ ସୁପ୍ରିମକୋର୍ଟ ଆଶିଷଙ୍କୁ ହାଇକୋର୍ଟରୁ ଦିଆଯାଇଥିବା ଜାମିନକୁ ରଦ୍ଦ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଥିସହ ପୀଡିତ ପକ୍ଷଙ୍କୁ ଭଲଭାବେ ଶୁଣି ଆଶିଷଙ୍କ ଜାମିନ ଉପରେ ନୂଆ କରି ବିଚାର କରିବା ପାଇଁ ହାଉକୋର୍ଟକୁ କହିଥିଲେ ସୁପ୍ରିମକୋର୍ଟ। ଏହାପରେ ହାଇକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ପୁର୍ନବାର ଶୁଣି କରି ଜୁଲାଇ ୧୫ ଯାଏ ରାୟ ସଂରକ୍ଷିତ ରଖିଥିଲେ। ରାୟ ଶୁଣାଇବା ପାଇଁ ଜୁଲାଇ ୨୬ ତାରିଖ ନିର୍ଦ୍ଧାରିତ କରାଯାଇଥିଲା।

Advertisment

ସୂଚନା ମୁତାବକ, ୨୦୨୧ ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ କୃଷି ଆଇନ ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ଚଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୩ ଜଣ ପ୍ରାଣ ହରାଇଥିଲେ। ଗାଡ଼ି ଚଡ଼ାଇ ଚାଷୀଙ୍କୁ ହତ୍ୟା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe