Advertisment

ମନ୍ତ୍ରୀ ପୁଅଙ୍କ ଜାମିନ ଖାରଜ, ସପ୍ତାହକ ଭିତରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ବଢ଼ିଲା ମନ୍ତ୍ରୀ ପୁଅ  ତଥା ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ। ସୁପ୍ରିମକୋର୍ଟରୁ ଲାଗିଲା ତାଙ୍କୁ ବଡ ଝଟ୍‌କା। ଖାରଜ ହେଲା ତାଙ୍କ ଜାମିନ। ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା […]

ଅଦ୍ୟତନ ହୋଇଛି
ମନ୍ତ୍ରୀ ପୁଅଙ୍କ ଜାମିନ ଖାରଜ, ସପ୍ତାହକ ଭିତରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ

ashish-mishra

Advertisment

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ବଢ଼ିଲା ମନ୍ତ୍ରୀ ପୁଅ  ତଥା ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ। ସୁପ୍ରିମକୋର୍ଟରୁ ଲାଗିଲା ତାଙ୍କୁ ବଡ ଝଟ୍‌କା। ଖାରଜ ହେଲା ତାଙ୍କ ଜାମିନ। ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେଖ ଯୋଗ୍ୟ ଯେ, ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ପୁଅ। ଲଖିମପୁର ଖେରିରେ କୃଷକଙ୍କ ଉପରେ ଗାଡି ଚଢ଼ାଇବା ମାମଲରେ ଆଶିଷ ମିଶ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା। ସେ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମାଣିତ ହେବା ପରେ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦର ହାଇକୋର୍ଟରେ ଜାମିନ ମିଳିଥିଲା। ତେବେ ଆହ୍ଲାବାଦ ହାଇକୋର୍ଟର ଏହି ଜାମିନକୁ ଏବେ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ପୁନର୍ବିଚାର କରିବା ଉଚିତ୍। ପୀଡିତ ପକ୍ଷଙ୍କ ଓକିଲ ଦୁଶାନ୍ତ ଦବେ ଅନୁରୋଧ କରିଛନ୍ତି ଯେ ସୁପ୍ରିମକୋର୍ଟ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ କୁହନ୍ତୁ ଯେ, ଏଥର ଏହି ମାମଲାରେ ଅନ୍ୟ କୌଣସି ବେଞ୍ଚ ନିଷ୍ପତି ନିଅନ୍ତୁ। ଏହାର ଉତ୍ତରରେ ସିଜେଇଆ କହିଛନ୍ତି ଏଭଳି ନିର୍ଦ୍ଦେଶ ପାସ୍‌ କରିବା ଠିକ୍ ହେବ ନାହିଁ।

Advertisment

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଫଳରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ସାମ୍ବାଦିକ ମଧ୍ୟ ଏହି ପୂରା ଘଟଣାରେ ଜୀବନ ହରାଇଥିଲେ।

ଅଭିଯୋଗ ହୋଇଥିଲା ଯେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ର ଓରଫ ମୋନୁ ତାଙ୍କ ଜିପ୍  ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଚଢ଼ାଇ ଦେଇଥିଲେ। ଏହି ମାମଲାରେ ଉତ୍ତରପ୍ରଦେଶ ଏସ୍ଏ‌ଆଇଟି ୫୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ଏସଆଇଟି ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲା।

Lakhimpur Kheri Updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe