ଜାମିନରେ ଘରକୁ ଫେରିଥିଲେ, ଏବେ ପୁଣି ଜେଲ ଯିବେ ଲାଲୁ

ପାଟନା: ପୁଣି ଜେଲ୍‌ ଯିବେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦ। ୯୫୦ କୋଟି ଟଙ୍କର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ପଞ୍ଚମ ମାମଲାରେ ସେ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଦୋରନ୍ଦା ଟ୍ରେଜେରୀରୁ ବେଆଇନ ଅର୍ଥ ଉଠାଣ ମାମଲାରେ ଦୋଷୀ ହୋଇଛନ୍ତି। ତେବେ ଲାଲୁଙ୍କୁ କେଉଁ ଦଣ୍ଡ ମିଳିବ? କେତେ ଦିନ ପାଇଁ ସେ ପୁଣି ଜେଲ୍‌ ଯିବେ ନା ମିଳିବ […]

Lalu yadav

Madhupriya Mistry
  • Published: Tuesday, 15 February 2022
  • , Updated: 15 February 2022, 01:13 PM IST

ପାଟନା: ପୁଣି ଜେଲ୍‌ ଯିବେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦ। ୯୫୦ କୋଟି ଟଙ୍କର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ପଞ୍ଚମ ମାମଲାରେ ସେ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଦୋରନ୍ଦା ଟ୍ରେଜେରୀରୁ ବେଆଇନ ଅର୍ଥ ଉଠାଣ ମାମଲାରେ ଦୋଷୀ ହୋଇଛନ୍ତି। ତେବେ ଲାଲୁଙ୍କୁ କେଉଁ ଦଣ୍ଡ ମିଳିବ? କେତେ ଦିନ ପାଇଁ ସେ ପୁଣି ଜେଲ୍‌ ଯିବେ ନା ମିଳିବ ବେଲ୍‌? ସେ ନେଇ କିଛି ଶୁଣାଣୀ ହୋଇନି । ଆସନ୍ତା ୨୧ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ। ଲାଲୁଙ୍କ ସହ ଅନ୍ୟ ୭୫ ଜଣ ବି ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି।

ପୂର୍ବରୁ ଲାଲୁ ଗୋଖାଦ୍ୟ ଦୁର୍ନୀତି ସହ ଜଡିିତ ଅନ୍ୟ ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ଏହି ଚାରୋଟି ମାମଲାରେ କୋର୍ଟ ତାଙ୍କୁ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ତାଙ୍କୁ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିଥିଲା। ଲାଲୁ ଯାଦବ ବର୍ତ୍ତମାନ ଜାମିନରେ ଅଛନ୍ତି।

ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନ କୋର୍ଟ ଏହି ମାମଲାରେ ଏହି ଦଣ୍ଡଦେଶର ଘୋଷଣା କରିନାହାଁନ୍ତି। ଏହି ମାମଲାରେ ଲାଲୁଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଅଭିଯୁକ୍ତ ଥିଲେ। କିନ୍ତୁ ଶୁଣାଣି ସମୟରେ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଏହି ଚାର୍ଜ ଫ୍ରେମ ପ୍ରସ୍ତୁତ କରାଯାଇଥିଲା।

ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। କୁହାଯାଉଛି ଯେ, ସିବିଆଇ କୋର୍ଟ ଏହାକୁ  ଧ୍ୟାନରେ ରଖି ତାଙ୍କୁ ଆଶ୍ୱସ୍ତି ଦେଇପାରେ। ତେବେ ଗତ ମାମଲାକୁ ଯଦି ଦେଖାଯାଏ ତେବେ ସିବିଆଇ କୋର୍ଟ ପକ୍ଷରୁ କିନ୍ତୁ ଲାଲୁଙ୍କୁ ଆଶ୍ୱସ୍ତ ମିଳିନଥିଲା। ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ମାମଲା ଲାଲୁଙ୍କୁ ପାଞ୍ଚରୁ ସାତ ବର୍ଷ ଯାଏଁ ଦଣ୍ଡାଦେଶ ମିଳିଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖାର ହେବା ଯୋଗୁଁ ହାଇକୋର୍ଟରୁ ଲାଲୁଙ୍କୁ ଜାମିନ ମିଳିଥିଲା।

Related story