Advertisment

'ମୋଦି, ନୀତୀଶଙ୍କର ପିଲାପିଲି ନାହିଁ, ସେଥିରେ ମୁଁ କ'ଣ କରିବି'

ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ଯଦି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପିଲାପିଲି ନାହାନ୍ତି, ତାହେଲେ ସେ କ’ଣ କରିବେ। ନ୍ୟୁଜ ଏଜେନ୍ସ ଏଏନଆଇର ଏକ ସାକ୍ଷାତକାତାରେ ପିଏମ୍ ମୋଦି କହିଥିଲେ ଯେ ଗଣତନ୍ତ୍ର ପାଇଁ ପରିବାରବାଦ ରାଜନୀତି ବହୁତ ବିପଦ। ଏହାସହ […]

'ମୋଦି, ନୀତୀଶଙ୍କର ପିଲାପିଲି ନାହିଁ, ସେଥିରେ ମୁଁ କ'ଣ କରିବି'

modi-and-nitish-kumar

Advertisment

ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ଯଦି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପିଲାପିଲି ନାହାନ୍ତି, ତାହେଲେ ସେ କ'ଣ କରିବେ। ନ୍ୟୁଜ ଏଜେନ୍ସ ଏଏନଆଇର ଏକ ସାକ୍ଷାତକାତାରେ ପିଏମ୍ ମୋଦି କହିଥିଲେ ଯେ ଗଣତନ୍ତ୍ର ପାଇଁ ପରିବାରବାଦ ରାଜନୀତି ବହୁତ ବିପଦ। ଏହାସହ ମୋଦି ସିଏମ୍ ନୀତୀଶ କୁମାରଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ମୋଦିଙ୍କ ଏହି ଟିପ୍ପଣୀ ଉପରେ ଲାଲୁ ପ୍ରସାଦ ଯାଦବ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଲାଲୁ କଟାକ୍ଷ କରି କହିଛନ୍ତି, ମୋଦି ଓ ନୀତୀଶ କୁମାରଙ୍କ ପିଲାପିଲି ନାହାନ୍ତି, ତାହେଲେ ଏଥିରେ ମୁଁ କ'ଣ କରିପାରିବୁ। ନୀତୀଶଙ୍କର ଏକ ପୁଅ ଅଛି, କିନ୍ତୁ ସେ ରାଜନୀତି ପାଇଁ ଫିଟ୍ ନୁହନ୍ତି। ଏଥିପାଇଁ ଆମେ କ'ଣ କରିପାରିବୁ। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେମାନଙ୍କୁ (ମୋଦି ଓ ନୀତୀଶ) ପିଲା ମିଳୁ, ଯାହାଦ୍ୱାରା ପରିବାରବାଦରେ ସାମିଲ ହୋଇପାରିବେ।

https://twitter.com/RJDforIndia/status/1492080973336489985?s=20&t=4ElAjlNp9wBHXqsULWpnWw

Advertisment

ସୂଚନାଯୋଗ୍ୟ, ବୁଧବାର ଏଏନଆଇ ସହ ସାକ୍ଷାତକାରରେ ମୋଦି କହିଥିଲେ, ମୁଁ ସମାଜ ପାଇଁ ଅଛି। ଯେତେବେଳେ ମୁଁ ନକଲି ସମାଜବାଦ କଥା କୁହେ, ତାହା ପରିବାରବାଦ ହୋଇଥାଏ। କ'ଣ ଆପଙ୍କୁ ଲୋହିୟାର ପରିବାର କେଉଁଠି ଦେଖିବାକୁ ମିଳୁଛି? ସେମାନେ ସମାଜବାଦ ଥିଲେ। କ'ଣ ଆପଣମାନେ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ପରିବାରକୁ ଦେଖିଛନ୍ତି? ସେ ମଧ୍ୟ ଜଣେ ସମାଜବାଦ ଥିଲେ। ନୀତୀଶ ବାବୁ ଆମ ସହିତ କାମ କରୁଛନ୍ତି, ସେ ମଧ୍ୟ ସମାଜବାଦୀ। କ'ଣ ଆପଣମାନେ ତାଙ୍କ ପରିବାରକୁ ଦେଖୁଛନ୍ତି?

ପିଏମ ମୋଦି ଆହୁରି କହିଥିଲେ, 'ଯେତେବେଳେ ଗୋଟିଏ ପାର୍ଟି କୌଣସି ଏକ ପରିବାର ଦ୍ୱାରା ପିଢି ଧରି ଚାଲିଆସିଛି, ତାହେଲେ ଏହା କେବଳ ବଂଶ ହୋଇଥାଏ, ଗତିଶୀଳ ନୁହେଁ। ଜମ୍ମୁ-କଶ୍ମୀରରେ ଦୁଇଟି ଅଲଗା ଅଲଗା ପରିବାର ଦ୍ୱାରା ପରିଚାଳିତ ଦୁଇଟି ପାର୍ଟି ଅଛି। ହରିୟାଣା, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଏବଂ ତାମିଲନାଡୁରେ ସାମନ ଚିତ୍ର ଦେଖିବାକୁ ମିଳିଛି। ପରିବାରବାଦ ରାଜନୀତି ଗଣତନ୍ତ୍ରର ସବୁଠାରୁ ବଡ଼ ଶତ୍ରୁ।'

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe