Advertisment

ଡିସେମ୍ବର ୫ରେ ହେବ ଲାଲୁଙ୍କ କିଡନୀ ପ୍ରତିରୋପଣ

ପାଟନା: ରାଷ୍ଟ୍ରୀୟ ଜନତା ଦଳର(ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କର ଆସନ୍ତା ଡିସେମ୍ବର ୫ ତାରିଖରେ  କିଡନୀ ପ୍ରତିରୋପଣ ହେବ। ସେ ଏବେ ସିଙ୍ଗାପୁରରେ ଅଛନ୍ତି। ଏ ବିଷୟରେ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୂଚନା ଦେଇଛନ୍ତି।  କୁରହାନିରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ସେ ଏହା କହିଛନ୍ତି । କୁରହାନି ବିଧାନସଭା ନିର୍ବାଚନ ମଣ୍ଡଳୀର  ଅନୀଲ ସାହାଣୀଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ଏଠାରେ ଉପନିର୍ବାଚନ ହେଉଛି। ଡିସେମ୍ବର ୫ରେ […]

ଅଦ୍ୟତନ ହୋଇଛି
ଡିସେମ୍ବର ୫ରେ ହେବ ଲାଲୁଙ୍କ କିଡନୀ ପ୍ରତିରୋପଣ

lalu

Advertisment

ପାଟନା: ରାଷ୍ଟ୍ରୀୟ ଜନତା ଦଳର(ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କର ଆସନ୍ତା ଡିସେମ୍ବର ୫ ତାରିଖରେ  କିଡନୀ ପ୍ରତିରୋପଣ ହେବ। ସେ ଏବେ ସିଙ୍ଗାପୁରରେ ଅଛନ୍ତି। ଏ ବିଷୟରେ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୂଚନା ଦେଇଛନ୍ତି।  କୁରହାନିରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ସେ ଏହା କହିଛନ୍ତି । କୁରହାନି ବିଧାନସଭା ନିର୍ବାଚନ ମଣ୍ଡଳୀର  ଅନୀଲ ସାହାଣୀଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ଏଠାରେ ଉପନିର୍ବାଚନ ହେଉଛି। ଡିସେମ୍ବର ୫ରେ ଏଠାରେ ଉପ ନିର୍ବାଚନ ହେବ।  ତେଜସ୍ୱୀ କହିଛନ୍ତି ଯେ, ଲାଲୁ ଜୀ ଏଠାରେ ଉପସ୍ଥିତ ରହିବାକୁ ଚାହୁଁଥିଲେ, କିନ୍ତୁ ସେ ସିଙ୍ଗାପୁରରେ ଅଛନ୍ତି।  ଯେଉଁଠାରେ ଡିସେମ୍ବର୫ରେ ତାଙ୍କର  କିଡନୀ ପ୍ରତିରୋପଣ ହେବ।

Advertisment

ବିଜେପି ସୁପର ଧନୀଙ୍କ ସ୍ୱାର୍ଥ ପାଇଁ କାମ କରେ । ସାଧାରଣ ଲୋକଙ୍କ ପାଇଁ ଦଳର ସମୟ ନଥାଏ।  ବିହାରକୁ ଏକ ସାମ୍ପ୍ରଦାୟିକ ଦିଗକୁ ଟାଣିନେବାକୁ  ବିଜେପି ଚେଷ୍ଟା କରିଛି ବୋଲି ସେ କହିଛନ୍ତି।  ସୂଚନା ଅନୁଯାୟୀ,  ଗତ କିଛି ବର୍ଷ ଧରି କିଡନୀ ରୋଗରେ ପୀଡିତ ଥିବା ଲାଲୁ ପ୍ରସାଦ ଯାଦବଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଆଗେଇ ଆସିଛନ୍ତି  ।

ରୋହିଣୀ ନିଜ ବାପାଙ୍କୁ ଏକ କିଡନୀ ଦାନ କରିବେ। ସିଙ୍ଗାପୁରରେ ଡାକ୍ତରମାନେ ଲାଲୁ ପ୍ରସାଦ ଯାଦବଙ୍କୁ କିଡନୀ ପ୍ରତିରୋପଣ କରାଇବାକୁ ପରାମର୍ଶ ଦେବା ପରେ ରୋହିଣୀ ତାଙ୍କର ଗୋଟିଏ କିଡନୀକୁ ତାଙ୍କ ବାପାଙ୍କୁ ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଲାଲୁ ପ୍ରସାଦ ପ୍ରଥମେ ରୋହିଣୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। କିନ୍ତୁ ରୋହିଣୀଙ୍କ ବୁଝାଶୁଝା ପରେ ଲାଲୁ ରାଜି ହୋଇଥିଲେ ଏବଂ କିଡନୀ ନେବାକୁ ରାଜି ହୋଇଥିଲେ। ଲାଲୁ ୫୬ରୁ ଅଧିକ ପ୍ରକାରର ରୋଗରେ ପୀଡିତ ଅଛନ୍ତି, ଯାହାର ଚିକିତ୍ସା ପାଇଁ ସେ କିଛି ଦିନ ପୂର୍ବେ ସିଙ୍ଗାପୁର ଯାଉଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe