Advertisment

ସିବିଆଇକୁ ଆଜି ସାମ୍ନା କରିବେ ରିୟା!

ନୂଆଦିଲ୍ଲୀ: ଗତ ୩ ଦିନ ହେଲା ସିବିଆଇ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି। ଶନିବାର ସିବିଆଇ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚିଥିଲା। ସେଠାରେ କ୍ରାଇମ୍ ସିନ୍-ରିକ୍ରିଏଟ୍ କରାଯାଇଥିଲା। ଏହାରି ଭିତରେ ଜୁନ୍ ୧୪ ଅର୍ଥାତ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘରେ ଉପସ୍ଥିତ ଥିବା ହାଉସକିପର ନୀରଜ, ବନ୍ଧୁ ସିଦ୍ଧାର୍ଥ ପିଠାନୀ, ଦୀପେଶ ସାଓ୍ୱନ୍ତଙ୍କ ବୟାନ ରେକର୍ଡ କରିଛି ସିବିଆଇ। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ […]

ସିବିଆଇକୁ ଆଜି ସାମ୍ନା କରିବେ ରିୟା!

sushant

Advertisment

ନୂଆଦିଲ୍ଲୀ: ଗତ ୩ ଦିନ ହେଲା ସିବିଆଇ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି। ଶନିବାର ସିବିଆଇ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚିଥିଲା। ସେଠାରେ କ୍ରାଇମ୍ ସିନ୍-ରିକ୍ରିଏଟ୍ କରାଯାଇଥିଲା। ଏହାରି ଭିତରେ ଜୁନ୍ ୧୪ ଅର୍ଥାତ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘରେ ଉପସ୍ଥିତ ଥିବା ହାଉସକିପର ନୀରଜ, ବନ୍ଧୁ ସିଦ୍ଧାର୍ଥ ପିଠାନୀ, ଦୀପେଶ ସାଓ୍ୱନ୍ତଙ୍କ ବୟାନ ରେକର୍ଡ କରିଛି ସିବିଆଇ।

Advertisment

ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁର ତଦନ୍ତ ଭାର ଏବେ ସିବିଆଇ ଉପରେ। ଏନେଇ ସିବିଆଇ ଟିମ୍ ଜୋରଶୋର ଖୋଳତାଡ଼ ଆରମ୍ଭ କରିସାରିଛନ୍ତି। ତେବେ ଆଜି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ସୁଦ୍ଧା ମାମଲାରେ ରିୟା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେ.କେ. ସିଂହ ପାଟନାରେ ରିୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। କେ.କେ. ସିଂହ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ସିଧଆସଳଖ ଦାୟୀ କରିବା ସହ ଟଙ୍କା ହେରଫେର ଭଳି ଏକାଧିକ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ସୁଦ୍ଧା ଇଡି ମନି ଲଣ୍ଡ୍ରିଂ ମାମଲାରେ ଅନେକ ଥର ରିୟାଙ୍କୁ ଜେରା କରିସାରିଛି।

Advertisment

ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ, ବାପା ଇନ୍ଦ୍ରଜିତ ଏବଂ ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜର ଶ୍ରୁତି ମୋଦିଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତେବେ ରିୟା ଓ ସୌଭିକଙ୍କ ବୟାନରେ ଇଡି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଇଡି ସମ୍ମୁଖରେ ରିୟା ନିଜ ଆୟ ଏବଂ ବ୍ୟୟର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିପାରିନାହାନ୍ତି।

ନୀରଜ, ସିଦ୍ଧାର୍ଥ ଏବଂ ଦୀପେଶଙ୍କ ବୟାନ ନେବା ପରେ ରବିବାର ରିୟାଙ୍କୁ ଜେରା କରିପାରେ ସିବିଆଇ। ନିକଟରେ ବିବାଦୀୟ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ରିୟାଙ୍କ ହ୍ୱାଟସଆପ୍ ଚାଟ୍ ଭାଇରାଲ ହେବା ପରେ ମାମଲାରେ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ଘର ଛାଡ଼ି ଚାଲିଆସିବା ପରେ ରିୟା ମହେଶଙ୍କୁ ମେସେଜ୍ କରୁଥିଲେ। ଏହାଛଡ଼ା ପୋଷ୍ଟମର୍ଟମ ହାଉସ ବା ବ୍ୟବଚ୍ଛେଦ ଗୃହରେ ସୁଶାନ୍ତଙ୍କ ଅନ୍ତିମ ଦର୍ଶନ କରିବା ସମୟରେ ରିୟା ତାଙ୍କୁ 'ସରି ବାବୁ' କହିବା ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ରିୟା ହିଁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥିବା ଅଭିଯୋଗ ରହିଛି।

ରିୟାଙ୍କ ବ୍ୟତୀତ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନଙ୍କୁ ମଧ୍ୟ ସିବିଆଉ ଜେରା କରିପାରେ। ଏହା ସହ ଘଟଣା ଦିନ ସୁଶାନ୍ତଙ୍କ ଘରେ ସର୍ବପ୍ରଥମେ ପହଞ୍ଚିଥିବା ପୁଲିସ କର୍ମୀଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ। ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ସମସ୍ତ ଦସ୍ତାବିଜ୍ ଏବଂ ଜିନିଷପତ୍ର ମୁମ୍ବାଇ ପୁଲିସ ସିବିଆଇକୁ ହସ୍ତାନ୍ତର କରିଛି।

ଅନ୍ୟପଟେ ବର୍ତ୍ତମାନ ସୁ୍ଦ୍ଧା ସିବିଆଇର ଫୋରେନ୍ସିକ୍ ଟିମ୍ ସୁଶାନ୍ତଙ୍କ ଘରେ ପ୍ରାୟ ୬ ଘଣ୍ଟା ଧରି ତଦନ୍ତ କରିଛି। କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଯାଇଛି। ସୁଶାନ୍ତଙ୍କ ପଡ଼ୋଶୀଙ୍କ ବୟାନ ରେକର୍ଡ କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ତେବେ ଆଜି କ୍ରାଇମ୍ ସିନ୍ ବିଶ୍ଲେଷଣ କରିବ ସିବିଆଇ।

Sushant Singh Rajput CBI Rhea Chakraborty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe