Advertisment

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ ଲରେନ୍ସ ବିଷ୍ଣୋଇ: ପୁଲିସ

ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଆଜି ଦିଲ୍ଲୀ ପୁଲିସ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି  ଦିଲ୍ଲୀ ସ୍ପେସିଆଲ କମିଶନର। ଏହି ମାମଲାରେ ପୁଲିସ ୫ ଜଣ ଶୁଟରଙ୍କୁ ଗିରଫ କରିଛି। ସେହିପରି ଘଟଣାରେ ସିଦ୍ଧେଶ ହିରାମନ କମଲେ ଓରଫ ମହାକାଳଙ୍କୁ ଗିରଫ କରାଯାଇଛି। ସିଦ୍ଧୁଙ୍କ ମୁଖ୍ୟ ଶୁଟରର ମହାକାଳ ହେଉଛନ୍ତି ଘନିଷ୍ଠ ସହଯୋଗୀ ବୋଲି ପୋଲିସ […]

ଅଦ୍ୟତନ ହୋଇଛି
ମୁସେୱାଲାଙ୍କୁ ହତ୍ୟା କରାଇଥିବା ସ୍ୱୀକାର କଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

Mossewala

Advertisment

ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଆଜି ଦିଲ୍ଲୀ ପୁଲିସ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି  ଦିଲ୍ଲୀ ସ୍ପେସିଆଲ କମିଶନର।

Advertisment

ଏହି ମାମଲାରେ ପୁଲିସ ୫ ଜଣ ଶୁଟରଙ୍କୁ ଗିରଫ କରିଛି। ସେହିପରି ଘଟଣାରେ ସିଦ୍ଧେଶ ହିରାମନ କମଲେ ଓରଫ ମହାକାଳଙ୍କୁ ଗିରଫ କରାଯାଇଛି। ସିଦ୍ଧୁଙ୍କ ମୁଖ୍ୟ ଶୁଟରର ମହାକାଳ ହେଉଛନ୍ତି ଘନିଷ୍ଠ ସହଯୋଗୀ ବୋଲି ପୋଲିସ କହିଛି। ଏପର୍ଯ୍ୟନ୍ତ ଆଠ ଜଣଙ୍କୁ ଗିରଫ କରିଛି ପୁଲିସ।  ଲରେନ୍ସ ବିଷ୍ଣୋଇ ଏହା ପୂର୍ବରୁ ହତ୍ୟାକଣ୍ଡାରେ ତାଙ୍କ ଗ୍ୟାଙ୍ଗ ଥିଲେ ବି ତାଙ୍କର ଏଥିରେ କୌଣସି ଭୂମିକା ନଥିବା କହିଥିଲା।

ସେ ମୋବାଇଲ୍‌ରେ ଧରୁ ନାହିଁ କି ହତ୍ୟାକାଣ୍ଡ ପାଇଁ ଷଡ଼ଯନ୍ତ୍ର ରଚିନଥିବା ଲରେନ୍ସ କହିଥିଲା। ହେଲେ ଦିଲ୍ଲୀ ପୁଲିସ ବିଷ୍ଣୋଇ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କହିଛି। ବୁଧବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସ୍ପେଶିଆଲ୍‌ କମିଶନର ଅଫି ପୁଲିସ ଏଚ୍‌ଏସ୍‌ ଧାଲିୱାଲ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ଏହି ଘଟଣାରେ ଆଉ ୫ ଜଣ ଶୁଟର ଧରାପଡ଼ିଛନ୍ତି।

Advertisment

ସେ କହିଛନ୍ତି “ଦିଲ୍ଲୀ ପୁଲିସର ସ୍ପେଶିଆଲ୍‌ ସେଲ୍‌ ମୁସେୱାଲା କେସ୍‌ରେ ତଦନ୍ତ ଜାରି ରଖିଛି। ଯଥାଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ଏନେଇ ପଞ୍ଜାବରେ ମାମଲା ରୁଜୁ ହୋଇଛି।  ସୂଚନା ଅନୁଯାୟୀ ୨୯ ତାରିଖରେ ପଞ୍ଜାବର ଲୋକପ୍ରିୟ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ପଞ୍ଜାବର ମନ୍‌ସା ଜିଲ୍ଲାରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ପିଛା କରି ୨୫ ରାଉଣ୍ଡ ଗୁଳି ଚଳାଇଥିଲେଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ଫେସବୁକ ପୋଷ୍ଟ ଜରିଆରେ ଘଟଣା ପାଇଁ ନିଜକୁ ଦାୟୀ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe