Advertisment

ଦେଶ ପାଇଁ ଗର୍ବ: ୟୁକେରେ ଗୃହ ସଚିବ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ୍‌: ଦେଶ ପାଇଁ ଗର୍ବ ଗୌରବର ବିଷୟ। ବିଦେଶ ମାଟିରେ ଆଉ ଜଣେ ଭାରତୀୟଙ୍କ କୀର୍ତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନବନିର୍ବାଚିତ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଭାରତୀୟ ‌ବଂଶୋଦ୍ଭବ ବାରିଷ୍ଟର୍‌ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ୟୁକେର ଗୃହ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।  ତାଙ୍କ ପୂର୍ବରୁ ପ୍ରୀତି ପଟେଲ୍‌ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏହି ପଦବୀରେ ଥିଲେ। ଏବେ ପ୍ରୀତି ପଟେଲ୍‌ଙ୍କ ଉତ୍ତରାଧିକାରୀ ଭାବେ ସୁଏଲା ବ୍ରେଭର୍‌ମ୍ୟାନ୍‌ ନିଯୁକ୍ତ କରାଯାଇଛି। ୪୨ ବର୍ଷୀୟ […]

ଅଦ୍ୟତନ ହୋଇଛି
ଦେଶ ପାଇଁ ଗର୍ବ: ୟୁକେରେ ଗୃହ ସଚିବ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ  

london

Advertisment

ଲଣ୍ଡନ୍‌: ଦେଶ ପାଇଁ ଗର୍ବ ଗୌରବର ବିଷୟ। ବିଦେଶ ମାଟିରେ ଆଉ ଜଣେ ଭାରତୀୟଙ୍କ କୀର୍ତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନବନିର୍ବାଚିତ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଭାରତୀୟ ‌ବଂଶୋଦ୍ଭବ ବାରିଷ୍ଟର୍‌ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ୟୁକେର ଗୃହ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।  ତାଙ୍କ ପୂର୍ବରୁ ପ୍ରୀତି ପଟେଲ୍‌ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏହି ପଦବୀରେ ଥିଲେ। ଏବେ ପ୍ରୀତି ପଟେଲ୍‌ଙ୍କ ଉତ୍ତରାଧିକାରୀ ଭାବେ ସୁଏଲା ବ୍ରେଭର୍‌ମ୍ୟାନ୍‌ ନିଯୁକ୍ତ କରାଯାଇଛି। ୪୨ ବର୍ଷୀୟ ବ୍ରେଭର୍‌ମ୍ୟାନ୍‌ କଞ୍ଜରଭେଟିଭ ପାର୍ଟିର ଦକ୍ଷିଣ ପୂର୍ବ ଇଂଲଣ୍ଡର ଫେର୍‌ହମ୍‌ ଏମପି ଅଛନ୍ତି। ବୋରିସ୍‌ ଜନସନ୍‌ଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ସୁଏଲା ବ୍ରେଭର୍‌ମ୍ୟାନ୍‌ ଆଟୋର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସ୍ପାର୍ଟମ ଟରି (କଞ୍ଜର୍‌ଭେଟିଭ୍‌ ପାର୍ଟି) ନେତା ତଥା ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ଙ୍କ ସ୍ଥାନରେ ଆଉ ଜଣଙ୍କୁ ନିର୍ବାଚିତ କରାଯାଉ ବୋଲି ଯେଉଁ କେତେ ଜଣ ପ୍ରସ୍ଥାବ ଦେଇଥିଲେ ସେଥିରେ ସୁଏଲା ଥିଲେ ଅନ୍ୟତମା।

Advertisment

୧୯୮୦ ଏପ୍ରିଲ ୩ତାରିଖରେ ସୁଏଲା ଜନ୍ମଗ୍ରହଣ କରିଥିଲେ। ଦୁଇ ସନ୍ତାନର ଜନନୀ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କ ମା ଜଣେ ତାମିଲ ହିନ୍ଦୁ ହୋଇଥିବା ବେଳେ ବାପା ଖ୍ରିଷ୍ଟିଆନ୍‌। ମାରୁଟିୟସରେ ରହୁଥିବା ୧୯୬୦ ମସିହାରେ ସୁଏଲାଙ୍କ ମା’ ୟୁକେ ପଳାଇ ଯାଇଥିବା ବେଳେ ତାଙ୍କ ବାପା କେନିଆରୁ ୟୁକେ ପଳାଇ ଆସିଥିଲେ। ୨୦୧୫ରେ  ସୁଏଲା ଇଂଲଣ୍ଡର ଫେର୍‌ହମ୍‌ ଏମପି ଭାବେ ନିର୍ବାଚିତ ହୋଇଥିଲା। ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସୁଏଲା ସମର୍ଥନ କରିଥିଲେ। ବିବିସି ରିପୋର୍ଟ ଅନୁଯାୟୀ, ସୁଏଲାଙ୍କୁ ଅନେକ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ମିଳିଛି।

ଇଂଲଣ୍ଡର ପୂର୍ବତନ ଆଟୋର୍ଣ୍ଣି ଜେନେରାଲ ସୁଏଲା ହେଉଛନ୍ତି  ବ୍ରିକ୍ସଟ ସମର୍ଥକ। ସେ ମଧ୍ୟ  କଞ୍ଜରଭେଟିଭ ପାର୍ଟିର ଶାଖା ବ୍ରିକ୍ସିଟ୍‌ର ସଦସ୍ୟ ଅଛନ୍ତି। ଇୟୋରୁପଠାରୁ ସମ୍ପୂର୍ଣ୍ଣ ଅଲଗା ହେବା ପାଇଁ ଏହି   ବ୍ରିକ୍ସିଟ୍‌ ଦାବି କରି ଆସୁଛି। ଏମିତିକି ୟୁରୋପର ମାନବିକ ଅଧିକାର କୋର୍ଟରୁ  ଭିନ୍ନ ହେବା ପାଇଁ ଚାହୁଁଛି। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ୍‌ କରିଛନ୍ତି ସୁଏଲା । ୨୦୧୮ରେ ରାଏଲ୍‌ ବ୍ରେଭର୍‌ମ୍ୟାନ୍‌ଙ୍କୁ ସେ ବିବାହ କରିଥିଲେ। ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିବାରୁ ନିୟମିତ ‘ଲଣ୍ଡନ୍‌ ବୁଦ୍ଧିଷ୍ଟ୍‌ ସେଣ୍ଟର୍‌’କୁ ଯାଆନ୍ତି। ପାର୍ଲାମେଣ୍ଟ୍‌ରେ ମଧ୍ୟ ସେ ଭଗବାନ ବୁଦ୍ଧଙ୍କ ବାଣୀ ଥିବା ଗ୍ରନ୍ଥ ‘ଧମ୍ମପଦ’ ଛୁଇଁ ଶପଥ ପାଠ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe