Advertisment

ଚାଇନାର ଟିକାକରଣକୁ ବାମପନ୍ଥୀଙ୍କ ପ୍ରଶଂସା, ନିଜ ଦେଶ ବାବଦରେ ନିରବ!

ନୂଆଦିଲ୍ଲୀ: ଚାଇନାର ଟିକାକରଣରେ ଗଦ ଗଦ ହୋଇ ଖୁସି ବ୍ୟକ୍ତ କରିଛି ସିପିଆଇ-ଏମ୍। ହେଲେ ନିଜ ଦେଶର ଟିକାକରଣର ସର୍ବକାଳୀନ ରେକର୍ଡକୁ ନେଇ ନିରବ ବାମପନ୍ଥୀ ଦଳ। ଶୁକ୍ରବାର ଭାରତରେ ୧ କୋଟିରୁ ଅଧିକ ଲୋକ ଟିକାକରଣରେ ସାମିଲ୍ ହୋଇଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ନେତା ମଧ୍ୟ ଏହାକୁ ପ୍ରଶଂସା କରିଥିଲେ। ଯେଉଁମାନେ ଟିକାକରଣରେ ସାମିଲ୍ ହୋଇଥିଲେ ଏବଂ ଟିକାକରଣ କରାଉଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଏବଂ […]

ଅଦ୍ୟତନ ହୋଇଛି
ଚାଇନାର ଟିକାକରଣକୁ ବାମପନ୍ଥୀଙ୍କ ପ୍ରଶଂସା, ନିଜ ଦେଶ ବାବଦରେ ନିରବ!

CPIM-PRAISE-CHINA

Advertisment

ନୂଆଦିଲ୍ଲୀ: ଚାଇନାର ଟିକାକରଣରେ ଗଦ ଗଦ ହୋଇ ଖୁସି ବ୍ୟକ୍ତ କରିଛି ସିପିଆଇ-ଏମ୍। ହେଲେ ନିଜ ଦେଶର ଟିକାକରଣର ସର୍ବକାଳୀନ ରେକର୍ଡକୁ ନେଇ ନିରବ ବାମପନ୍ଥୀ ଦଳ। ଶୁକ୍ରବାର ଭାରତରେ ୧ କୋଟିରୁ ଅଧିକ ଲୋକ ଟିକାକରଣରେ ସାମିଲ୍ ହୋଇଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ନେତା ମଧ୍ୟ ଏହାକୁ ପ୍ରଶଂସା କରିଥିଲେ। ଯେଉଁମାନେ ଟିକାକରଣରେ ସାମିଲ୍ ହୋଇଥିଲେ ଏବଂ ଟିକାକରଣ କରାଉଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତା।

Advertisment

ହେଲେ ସିପିଆଇ-ଏମ ଏବେ ଏକ ଟ୍ୱିଟ୍ କରି ଚାଇନାରେ ୨୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବାରୁ ପ୍ରଶଂସା କରିଛି। ଏହି ଟ୍ୱିଟ ତାମିଲନାଡୁର ସିପିଆଇ-ଏମର ଅଫିସିଆଲ୍ ହ୍ୟାଣ୍ଡଲରୁ ହୋଇଛି। ଯେଉଁଥିରେ ଚାଇନାର ଟିକାକରଣ ବାବଦରେ ସବିଶେଷ ତଥ୍ୟ ରହିଛି। ଚାଇନା ଏହାର ନାଗରିକଙ୍କୁ ୨୦୦ ନିୟୁତ ଡୋଜ ଟିକାକରଣ କରାଇ ସଫଳ କରିଛି ବୋଲି କୁହାଯାଇଛି। ଏଥିରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫଟୋ ମଧ୍ୟ ଲାଗିଛି।

https://twitter.com/tncpim/status/1431277829300256775?s=20

ସୂଚନାଯୋଗ୍ୟ, ଗତ ମାସରେ ସିପିଆଇ-ଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ସାଧାରଣ ସମ୍ପାଦକ ଡି ରାଜା ଚାଇନା କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂର୍ତ୍ତି ଉତ୍ସବରେ ଭରଚୁଆଲ ମିଡିଅମରେ ଅଂଶଗ୍ରହଣ କରିଥିଲେ। ୟେଚୁରୀ ଏବଂ ରାଜାଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନ୍ୟ ଭାରତୀୟମାନେ ହେଲେ ଡିଏମକେ ସାଂସଦ ଡିଏନଭି ସେଣ୍ଟିଲକୁମାର ଏବଂ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର କେନ୍ଦ୍ରୀୟ କମିଟିର ସଚିବ ଜି ଦେବରାଜନ୍।

Advertisment

ଦେଶରେ ବିଜେପି କ୍ଷମତାକୁ ଆସିବା ପରେ ଅଭିଯୋଗ କରେ ଯେ ବାମପନ୍ଥୀ ନେତା ସବୁବେଳେ ଦେଶର ସ୍ୱାର୍ଥ ବିରୋଧରେ ଏବଂ ବିଦେଶୀ ଶକ୍ତି ପ୍ରତି ଆନୁଗତ୍ୟ ଦେଖାଉଛନ୍ତି। ସେହପିର ବାମପନ୍ଥୀମାନେ ଏହାର ଜବାବ ଦେବାକୁ ଯାଇ କୁହନ୍ତି ନିଜେ କେନ୍ଦ୍ର ସରକାର ଚାଇନା ସହ ବିଭିନ୍ନ ପ୍ରସଙ୍ଗରେ ଜଡିତ। କେବଳ ମୋଦି ସରକାରଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ବିଜେପି ତାଙ୍କ ବିରୋଧରେ ଅମୂଳକ ଯୁକ୍ତି ରଖେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe