Advertisment

ହଠାତ ଇସ୍ତଫା ଦେଲେ ଦିଲ୍ଲୀ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ହଠାତ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ। ଦୀର୍ଘ ଦିନ ହେଲା ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାରଙ୍କ ସହ ତାଙ୍କର ବିବାଦ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ଆଜି ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିବା କୁହାଯାଇଛି। ହେଲେ ଶ୍ରୀ ବୈଜଲ ବ୍ୟକ୍ତିଗତ କାରଣରୁ ଏପରି ପଦକ୍ଷେପ ନେଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଶ୍ରୀ ବୈଜଲ ଦିଲ୍ଲୀର ୨୧ତମ ଉପ […]

ଅଦ୍ୟତନ ହୋଇଛି
ହଠାତ ଇସ୍ତଫା ଦେଲେ ଦିଲ୍ଲୀ ଉପ ରାଜ୍ୟପାଳ

Delhi

Advertisment

ନୂଆଦିଲ୍ଲୀ: ହଠାତ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ। ଦୀର୍ଘ ଦିନ ହେଲା ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାରଙ୍କ ସହ ତାଙ୍କର ବିବାଦ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ଆଜି ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିବା କୁହାଯାଇଛି। ହେଲେ ଶ୍ରୀ ବୈଜଲ ବ୍ୟକ୍ତିଗତ କାରଣରୁ ଏପରି ପଦକ୍ଷେପ ନେଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment

ଶ୍ରୀ ବୈଜଲ ଦିଲ୍ଲୀର ୨୧ତମ ଉପ ରାଜ୍ୟପାଳ ଭାବେ ୨୦୧୬ ମସିହା ଡିସେମ୍ବର ୩୧ରେ ଦାୟିତ୍ୱ ନେଇଥିଲେ। ୨୦୨୧ ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳକୁ ୫ ବର୍ଷ ମଧ୍ୟ ପୂରି ସାରିଛି। ଦିଲ୍ଲୀ ଉପ ରାଜ୍ୟପାଳ ପଦରେ ଜଣେ କେତେ ବର୍ଷ କାମ କରିବେ, ସେକଥା ଧାର୍ଯ୍ୟ ହୋଇନାହିଁ। ତେଣୁ କାର୍ଯ୍ୟକାଳକୁ ୫ ବର୍ଷ ପୂରିଥିଲେ ମଧ୍ୟ ଶ୍ରୀ ବୈଜଲ ଦିଲ୍ଲୀ ଉପ ରାଜ୍ୟପାଳ ଭାବେ କାମ କରି ଚାଲିଥିଲେ।

ଏହାପୂର୍ବରୁ ଉପ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ନଜୀବ ଜଙ୍ଗ ହଠାତ୍‌ ନିଜ ପଦରୁ ଇସ୍ତଫା ଦେବାରୁ ବୈଜଲଙ୍କୁ ଦାୟିତ୍ୱ ମିଳିଥିଲା। କିନ୍ତୁ ସେ ମଧ୍ୟ ଇସ୍ତଫା ଦେଇଛନ୍ତି।

Advertisment

ଶ୍ରୀ ବୈଜଲ ହେଉଛନ୍ତି ୧୯୬୯ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ଉପ ରାଜ୍ୟପାଳ ହେବା ପୂର୍ବରୁ ସେ ଦିଲ୍ଲୀ ଡେଭଲପମେଣ୍ଟ ଅ‌ଥୋରିଟୀ(ଡିଡିଏ)ର ଉପାଧ୍ୟକ୍ଷ ରହିଥିଲେ।

ଏହାବାଦ ପ୍ରସାର ଭାରତୀ ଓ ଇଣ୍ଡିଆନ ଏୟାର ଲାଇନ୍ସ ଭଳି ସରକାରୀ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ୨୦୦୪ରେ ୟୁପିଏ ସରକାର କ୍ଷମତା ଦଖଲ କରିବା ପରେ ଶ୍ରୀ ବୈଜଲଙ୍କୁ କେନ୍ଦ୍ର ଗୃହ ସଚିବ ପଦରୁ ବିଦା କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe