Advertisment

ଆପ୍‌ ନେତାଙ୍କ ନାଁରେ ମାନହାନୀ କେସ୍‌ କରିବେ ଦିଲ୍ଲୀ ଉପ ରାଜ୍ୟପାଳ!

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଫସିଥିବା ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ନେତାମାନଙ୍କ ନାଁରେ ମାନହାନୀ କେସ୍‌ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆପ୍‌ ବିଧାୟକ ଆତିଶ ଓ ସୌରଭ ଭରଦ୍ୱାଜଙ୍କ ସମେତ ଏକାଧିକ ନେତା ତାଙ୍କ ନାଁରେ ମିଥ୍ୟା ଓ ଅତ୍ୟନ୍ତ ସମ୍ମାନହାନୀ କରିବା ଭଳି ଦୁର୍ନୀତି ଅଭିଯୋଗ ଆଣିଥିବା ସେ କହିଛନ୍ତି। ତେଣୁ ଦରକାର ପଡ଼ିଲେ ଉପ ରାଜ୍ୟପାଳ ସକ୍ସେନା ସମସ୍ତଙ୍କ ନାଁରେ ମାନହାନୀ କେସ୍‌ କରିବେ ବୋଲି […]

ଆପ୍‌ ନେତାଙ୍କ ନାଁରେ ମାନହାନୀ କେସ୍‌ କରିବେ ଦିଲ୍ଲୀ ଉପ ରାଜ୍ୟପାଳ!

VK-saxsena

Advertisment

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଫସିଥିବା ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ନେତାମାନଙ୍କ ନାଁରେ ମାନହାନୀ କେସ୍‌ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆପ୍‌ ବିଧାୟକ ଆତିଶ ଓ ସୌରଭ ଭରଦ୍ୱାଜଙ୍କ ସମେତ ଏକାଧିକ ନେତା ତାଙ୍କ ନାଁରେ ମିଥ୍ୟା ଓ ଅତ୍ୟନ୍ତ ସମ୍ମାନହାନୀ କରିବା ଭଳି ଦୁର୍ନୀତି ଅଭିଯୋଗ ଆଣିଥିବା ସେ କହିଛନ୍ତି। ତେଣୁ ଦରକାର ପଡ଼ିଲେ ଉପ ରାଜ୍ୟପାଳ ସକ୍ସେନା ସମସ୍ତଙ୍କ ନାଁରେ ମାନହାନୀ କେସ୍‌ କରିବେ ବୋଲି କହିଛନ୍ତି।

Advertisment

୨୦୧୬ ବିମୁଦ୍ରାକରଣ ବେଳେ ସରକାରୀ ଖଦି ବୋର୍ଡର ଅଧ୍ୟକ୍ଷ ଭାବେ ସକ୍ସେନା କାମ କରୁଥିଲେ। ଏହି ସମୟରେ ସେ ନିଜର ଦୁଇ ଜଣ କର୍ମଚାରୀଙ୍କୁ ୧୪ଶହ କୋଟି ଟଙ୍କାର ପୁରୁଣା ନୋଟ ବଦଳାଇବାକୁ ଚାପ ପକାଇଥିଲେ ବୋଲି ଆପ୍‌ ଅଭିଯୋଗ କରିଛି। ଏଥିସହ ତାଙ୍କ ଇସ୍ତଫା ଦାବି କରିଛି। ତେବେ ସମସ୍ତ ଅଭିଯୋଗକୁ ସକ୍ସେନା ଖଣ୍ଡନ କରିଛନ୍ତି। ଏହା କେବଳ ଆପ୍ ନେତାମାନଙ୍କ ଭାବନା ବୋଲି ସେ ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି।

ଉପ ରାଜ୍ୟପାଳ ସକ୍ସେନାଙ୍କ ଅଫିସରୁ ଜାରି ବିବୃତିରେ କୁହା କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ଆଣ୍ଡ କୋର ଏହାର ହେଉଛି ହଲମାର୍କ। ସେମାନେ କେବଳ ହଟ୍ଟଗୋଳ କରିବେ ଓ ନାନା ପ୍ରକାରର କଥା କହିବେ। କିନ୍ତୁ ଯେତେବେଳେ ସତ ଜଣାପଡ଼ିବ, ସେମାନେ କ୍ଷମା ମାଗିନେବେ। ଉପ ରାଜ୍ୟପାଳ ବେଶ ଗୁରୁତ୍ୱର ସହ ଆପ୍‌ ନେତାମାନେ ଦେଉଥିବା ମିଛି ଓ ସମ୍ମାନହାନୀ ଭଳି ବୟାନକୁ ନେଇଛନ୍ତି। ଏଥିପାଇଁ ସେ ‌ଆଇନର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଆପନେତାମାନେ ସେମାନଙ୍କର ଶୁଟ ଓ ସ୍କୁଟ ଚରିତ୍ରରୁ ଆଉ ଖସି ପାରିବେ ନାହିଁ।”

Advertisment

ଖଦି ଗ୍ରାମ୍ୟ ଉଦ୍ୟୋଗ ଭବନ ଆକାଉଣ୍ଟରେ କିଛି ପୁରୁଣା ନୋଟ ଜମା କରାଯାଇଥିବା ଘଟଣା ଜଣାପଡ଼ିବା ପରେ ଭିଜିଲାନ୍ସ ତଦନ୍ତ ହୋଇଥିଲା। ୪ ଜଣ ଅଧିକାରୀଙ୍କୁ ଏଥିପାଇଁ ନିଲମ୍ବିତ ମଧ୍ୟ କରାଯାଇଥିଲା। ସିବିଆଇ ଯେତେବେଳେ ଘଟଣାରେ ହସ୍ତକ୍ଷେପ କରିଥିଲା ସେତେବେଳେ ଜଣାପଡ଼ିଥିଲା ଯେ ୧୭,୦୭,୦୦୦ ଟଙ୍କାର ପୁରୁଣା ନୋଟ ଜମା କରାଯାଇଥିଲା। ଏଥିରେ ୨ ଜଣ ଅଧିକାରୀ ସାମିଲ ଥିଲେ।

ଏହି ମାମଲା ଏବେ କୋର୍ଟରେ ବିଚାର ଚାଲିଛି। ଆପ୍‌ ପକ୍ଷରୁ ଏହି ମାମଲାକୁ ଅତି ରଞ୍ଜତି କରି ମିଥ୍ୟା ତଥ୍ୟ ଦିଆଯାଇଛି। ମାତ୍ର ୧୭.୦୭ ଲକ୍ଷ ଟଙ୍କାର ପୁରୁଣା ନୋଟ ସହ ମାମଲା ଜଡ଼ିତ ଥିବା ବେଳେ ଏହାକୁ ସେମାନେ ୧୪ଶହ କୋଟି କହୁଛନ୍ତି। ଏହା କେବଳ ନିଜର ପରିକଳ୍ପନା ଛଡ଼ା ଆଉ କିଛି ନୁହେଁ। ଅଭ୍ୟାସ ଗତ ମିଛୁଆମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆପ୍‌ ଏପରି ମାନହାନୀ ଚେତାବନୀ ଉପରେ ପ୍ରତିକ୍ରିୟା ଦେଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe