Advertisment

ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ: କନଷ୍ଟେବଲ ମୃତ, ଏସଆଇ ଗୁରୁତର

କସଗଞ୍ଜ: ଉତ୍ତର ପ୍ରଦେଶର ଗସଗଞ୍ଜରେ ମଦ ମାଫିଆଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ଠିକଣାରେ ପୁଲିସ୍‌ ରେଡ୍‌ କରିବା ବେଳେ ଘଟିଛି ଅଘଟଣ। ମଦ ମାଫିଆମାନେ ପୁଲିସ୍‌ ରେଡ୍‌କୁ ବିରୋଧ କରି ଜୋରଦାର ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ପୁଲିସ୍‌ କନଷ୍ଟେବଲ ପ୍ରାଣ ହରାଇଥିବା ବେଳେ ରେଡ୍‌ରେ ସାମିଲ ଥିବା ସବ୍‌ ଇନସପେକ୍ଟର(ଏସଆଇ) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ କାରଖାନା ଚାଲିଥିବା ଖବର ପାଇ ପୁଲିସ ପକ୍ଷରୁ […]

author-image
Hemant Lenka
ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ: କନଷ୍ଟେବଲ ମୃତ, ଏସଆଇ ଗୁରୁତର

police

କସଗଞ୍ଜ: ଉତ୍ତର ପ୍ରଦେଶର ଗସଗଞ୍ଜରେ ମଦ ମାଫିଆଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ଠିକଣାରେ ପୁଲିସ୍‌ ରେଡ୍‌ କରିବା ବେଳେ ଘଟିଛି ଅଘଟଣ।

Advertisment

ମଦ ମାଫିଆମାନେ ପୁଲିସ୍‌ ରେଡ୍‌କୁ ବିରୋଧ କରି ଜୋରଦାର ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ପୁଲିସ୍‌ କନଷ୍ଟେବଲ ପ୍ରାଣ ହରାଇଥିବା ବେଳେ ରେଡ୍‌ରେ ସାମିଲ ଥିବା ସବ୍‌ ଇନସପେକ୍ଟର(ଏସଆଇ) ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ କାରଖାନା ଚାଲିଥିବା ଖବର ପାଇ ପୁଲିସ ପକ୍ଷରୁ ରେଡ୍‌ କରାଯାଇଥିଲା। ହେଲେ ସେଠାରେ ଉପସ୍ଥିତ ଥିବା ଗ୍ୟାଙ୍ଗର ସଦସ୍ୟମାନେ ପୁଲିସ୍‌କୁ ଚାରିପଟୁ ଘେରି ଯାଇ ଆକ୍ରମଣ କରିଥିଲେ। ଆକ୍ରମଣ ସମ୍ପର୍କରେ ଖବର ପାଇ ଅଧିକ ପୁଲିସ୍‌ ଫୋର୍ସ ସେଠାରେ ପହଞ୍ଚିଥିଲେ। ହେଲେ ସେତେବେଳେକୁ ମଦ ମାଫିଆମାନେ ଫେରାର ହୋଇଯାଇଥିଲେ।

Advertisment

ସର୍ଚ୍ଚ ଅପରେସନ ବେଳେ ନଗଲା ଧିମାର ଗାଁର ଗୋଟିଏ ଖୋଲା ପଡ଼ିଆରେ ଏସଆଇ ଅଶୋକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲେ। ତାଙ୍କ ଶରୀରରେ କେବଳ ଅଣ୍ଡରୱେର ଓ ହାତ କଟା ଗଞ୍ଜି ଛଡ଼ା ଆଉ କିଛି ନଥିଲା। ତାଙ୍କୁ ତୁରନ୍ତ ପୁଲିସ୍‌ କର୍ମଚାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ନିଖୋଜ କନଷ୍ଟେବଲ ଦେବେନ୍ଦ୍ରଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଇଥିଲା।

କିଛି ସମୟ ପରେ ଆଉ ଗୋଟିଏ ସ୍ଥାନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏବେ ପୁଲିସ୍‌ ମାମଲା ରୁଜୁ କରି ମଦ ମାଫିଆମାନଙ୍କୁ ଖୋଜିବା ଆରମ୍ଭ କରିଛି।