Advertisment

ସାମ୍ବରରୁ ବାହାରିଲା ଝିଟିପିଟି, ହସ୍ପିଟାଲରେ ୭୦ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ: ସାମ୍ବର ଭିତରୁ ବାହାରିଲା ଝିଟିପିଟ। ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ସାମ୍ଭର ଖାଇ ପ୍ରାୟ ୭୦ ଛାତ୍ରଛ୍ରତୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ଚାମରାଜନଗରରେ। ସୂଚନାନୁସାରେ, କର୍ଣ୍ଣାଟକ ଚାମରାଜନଗର ଜିଲ୍ଲାର ଭଡକେଲା ଗାଁରେ ସ୍କୁଲ ପିଲାମାନେ ସୋମବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ପାଖିପାଖି ୭୦ ସ୍କୁଲ ପିଲା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସାମ୍ବରରୁ ବାହାରିଲା ଝିଟିପିଟି, ହସ୍ପିଟାଲରେ ୭୦ ଛାତ୍ରଛାତ୍ରୀ

lizard-in-mid-day-meal

ବେଙ୍ଗାଲୁରୁ: ସାମ୍ବର ଭିତରୁ ବାହାରିଲା ଝିଟିପିଟ। ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ସାମ୍ଭର ଖାଇ ପ୍ରାୟ ୭୦ ଛାତ୍ରଛ୍ରତୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ଚାମରାଜନଗରରେ।

Advertisment

ସୂଚନାନୁସାରେ, କର୍ଣ୍ଣାଟକ ଚାମରାଜନଗର ଜିଲ୍ଲାର ଭଡକେଲା ଗାଁରେ ସ୍କୁଲ ପିଲାମାନେ ସୋମବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ପାଖିପାଖି ୭୦ ସ୍କୁଲ ପିଲା ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏବେ ସେମାନେ ସୁସ୍ଥ ଥିବା ତାଙ୍କୁ  ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି।

ଏନ୍‌ଡିଟିଭିର ରିପୋର୍ଟ ଅନୁଯାୟୀ, ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ ଇନ୍‌ଷ୍ଟ୍ରକ୍‌ସନର ଡେପୁଟି ଡାଇରେକ୍ଟର ମଞ୍ଜୁନାଥଙ୍କ କହିବା ମୁତାବକ, ଚାମରାଜାନଗର କହିଛନ୍ତି ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଜଣେ ବ୍ୟକ୍ତି ପିଲାଙ୍କୁ ପରସା ଯାଇଥିବା ସାମ୍ବରରେ ଏକ ଝିଟିପିଟି ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଏହା ଖାଇବା ପାଇଁ ମନା କରିଥିଲେ।

Advertisment

ଏହି ଘଟଣା ପରେ ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ ଇନ୍‌ଷ୍ଟ୍ରକ୍‌ସନ ପିଲାମାନଙ୍କର ବାପା ମା' ଏବଂ ବିଦ୍ୟାଳୟ ପ୍ରଶାସନକୁ ନେଇ ଏକ ଜରୁରୀ ବୈଠକ ଡାକିଛି। ଏହି ବୈଠକ ଆଧାରରେ କିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଏତେ ବଡ ଅବହେଳା ଘଟିଲା ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ମୁତାବକ, ବଢ଼ୁଥିବା କରୋନା ମାହାମାରୀ ଯୋଗୁଁ ବାଙ୍ଗାଲୁରୁରେ ସ୍କୁଲ ସବୁ ବନ୍ଦ ରହିଛି। କିନ୍ତୁ କର୍ଣ୍ଣାଟକର ଅନ୍ୟାନ୍ୟ ଜିଲ୍ଲାରେ ସ୍କୁଲ କଲେଜ ଖୋଲା ରହିଛି। ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯାଇ ଅଫ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି।