Advertisment

ଦୁର୍ଗା ପୂଜା ଯାଏ କଟକଣା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବେ ରାଜ୍ୟ ସରକାରମାନେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଭିନ୍ନ ସେବାକୁ ଅନୁମତି ଦେବା ସହ ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଉଛି। ତେବେ ରାଜ୍ୟଗୁଡ଼ିକ ଅନଲକ କରିବା ପୂର୍ବରୁ ଆଉ ଥରେ ଚିନ୍ତା କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏଥିସହ କରୋନାର ତୃତୀୟ ୱେଭ ଆସିବାର ଥିବାରୁ ଦୁର୍ଗା ପୂଜା ଯାଏ ସ୍ଥାନୀୟ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ […]

ଅଦ୍ୟତନ ହୋଇଛି
ଦୁର୍ଗା ପୂଜା ଯାଏ କଟକଣା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

Durga-Puja

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବେ ରାଜ୍ୟ ସରକାରମାନେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଭିନ୍ନ ସେବାକୁ ଅନୁମତି ଦେବା ସହ ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଉଛି। ତେବେ ରାଜ୍ୟଗୁଡ଼ିକ ଅନଲକ କରିବା ପୂର୍ବରୁ ଆଉ ଥରେ ଚିନ୍ତା କରିବାକୁ କେନ୍ଦ୍ର ସରକାର କହିଛନ୍ତି।

Advertisment

ଏଥିସହ କରୋନାର ତୃତୀୟ ୱେଭ ଆସିବାର ଥିବାରୁ ଦୁର୍ଗା ପୂଜା ଯାଏ ସ୍ଥାନୀୟ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଅକ୍ଟୋବର ମଧ୍ୟ ଭାଗରେ ଦୁର୍ଗା ପୂଜା ପାଳନ ହେବାକୁ ଥିବାରୁ ସେ ଯାଏ କଟକଣା ସପକ୍ଷରେ କେନ୍ଦ୍ର ସରକାର ରହିଛନ୍ତି।

ଆଗକୁ ଦୁର୍ଗା ପୂଜା ସହ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ଜମିବ। ଏହି ସମୟରେ ସଂକ୍ରମଣ ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସତର୍କ ସୂଚନା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କହିଛନ୍ତି ଯେ ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଭଡ଼ ଜମିବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାରମାନେ ବେଶ ସକ୍ରିୟ ଓ ଗୁରୁତ୍ୱର ସହ ସ୍ଥାନୀୟ କଟକଣା ଲାଗୁ କରିବାକୁ ବିଚାର କରନ୍ତୁ। ସବୁ କ୍ଷେତ୍ରରେ ପୂର୍ଣ୍ଣ କୋହଳ ନୀତି ଲାଗୁ କରନ୍ତୁ ନାହିଁ।

Advertisment

ସେହିପରି ଯଥା ସମ୍ଭବ ଭିଡ଼ କମ କରିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ। ଅଗଷ୍ଟ ୧୯ରୁ ମହରମ ସହ ପାର୍ବଣ ଋତୁ ଆରମ୍ଭ ହେବ। ଅକ୍ଟୋବର ୧୫ ଦୁର୍ଗା ପୂଜା ଯାଏ ପାର୍ବଣ ଚାଲିବ। ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର। ଆଇସିଏମଆର ଓ ଏନସିଡି ପାର୍ବଣ ବେଳେ ଜମୁ ଥିବା ଭିଡ଼ ସୁପର ସ୍ପ୍ରେଡ ଇଭେଣ୍ଟରେ ପରିଣତ ହେବାର ଆଶଙ୍କା କରି ଚିନ୍ତା ପ୍ରକଟ କରିଛନ୍ତି।


ସୁପର ସ୍ପ୍ରେଡର ଇଭେଣ୍ଟକୁ ରୋକିବା ପାଇଁ କଟକଣା ହିଁ ଏକମାତ୍ର ଉପାୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବେଶ ଗୁରୁତ୍ୱର ସହ ସ୍ଥାନୀୟ କଟକଣା ଉପରେ ବିଚାର କରନ୍ତୁ ବୋଲି ଶ୍ରୀ ଭୂଷଣ ଚିଠିରେ ଉଲ୍ଲେଖ କରିଛନ୍ତି।

COVID Guideline Third Wave Of Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe