Advertisment

୫ ଜିଲ୍ଲାରେ ଲକଡାଉନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ: କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଆହ୍ଲାବାଦ ହାଇକୋର୍ଟ ୫ଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରିଛନ୍ତି। ରାଜଧାନୀ ଲକ୍ଷ୍ନୌ, ବାରଣାସୀ, କାନପୁର ନଗର, ଗୋରଖପୁର, ପ୍ରୟାଗରାଜରେ ଏପ୍ରିଲ ୨୬ ଯାଏ ଲକଡାଉନ୍ ଲାଗୁ କରାଯାଇଛି। ହାଇକୋର୍ଟ ସୋମବାର ଉତ୍ତରପ୍ରଦେଶ ସରକାରଙ୍କୁ ଏହି ୫ଟି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ବା ଦୋକାନକୁ ଛାଡ଼ି ଦେଲେ ସବୁକିଛି ବନ୍ଦ ରହିବ ବୋଲି ହାଇକୋର୍ଟ କହିଛନ୍ତି। […]

ଅଦ୍ୟତନ ହୋଇଛି
୫ ଜିଲ୍ଲାରେ ଲକଡାଉନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

up-lockdown

Advertisment

ଲକ୍ଷ୍ନୌ: କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଆହ୍ଲାବାଦ ହାଇକୋର୍ଟ ୫ଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରିଛନ୍ତି। ରାଜଧାନୀ ଲକ୍ଷ୍ନୌ, ବାରଣାସୀ, କାନପୁର ନଗର, ଗୋରଖପୁର, ପ୍ରୟାଗରାଜରେ ଏପ୍ରିଲ ୨୬ ଯାଏ ଲକଡାଉନ୍ ଲାଗୁ କରାଯାଇଛି।

Advertisment

ହାଇକୋର୍ଟ ସୋମବାର ଉତ୍ତରପ୍ରଦେଶ ସରକାରଙ୍କୁ ଏହି ୫ଟି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ବା ଦୋକାନକୁ ଛାଡ଼ି ଦେଲେ ସବୁକିଛି ବନ୍ଦ ରହିବ ବୋଲି ହାଇକୋର୍ଟ କହିଛନ୍ତି।

ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଆର୍ଥିକ ପ୍ରତିଷ୍ଠାନ ବିଭାଗ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା, ଶିଳ୍ପ ଏବଂ ବୈଜ୍ଞାନିକ ପ୍ରତିଷ୍ଠାନ, ପୌରପାଳିକା କାର୍ଯ୍ୟ ଏବଂ ସାଧାରଣ ପରିବହନ ସମେତ ଅତ୍ୟାବଶ୍ୟକ ସେବା ଛାଡ କରାଯିବ। ସେହିପରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନ୍ ଲାଇନ୍ ଅର୍ଡର ଉପରେ ନିର୍ଭର କରିବା ଦରକାର। ଆବଶ୍ୟକ ନଥିଲେ ଘରୁ ବାହାରିବା ଠିକ୍ ନୁହେଁ ବୋଲି କହିଛନ୍ତି।

Advertisment

କୋର୍ଟ କହିଛନ୍ତି ଯେଉଁ ଗ୍ରୋସରୀ ଦୋକାନରେ ତିନିରୁ ଅଧିକ କାମ କରୁଥିବା ସେଗୁଡ଼ିକ ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ ଔଷଦ ଦୋକାନ ଖୋଲା ରହିବ। ଆଉ କୋର୍ଟ ଭରଚୁଆଲ ମୋଡରେ ସମସ୍ତ ଶୁଣାଣି କରିବେ ବୋଲି କହିଛନ୍ତି।

ଅନ୍ୟପଟେ ଏବେ କୋଭିଡ ପରିସ୍ଥିତିକୁ ନଜରରେ ରଖି ତେଲେଙ୍ଗାନା ହାଇକୋର୍ଟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲକଡାଉନ୍ କିମ୍ବା କର୍ଫ୍ୟୁ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe