Wine
ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ଦିଲ୍ଲୀରେ ଆଜି ରାତି ୧୦ଟାରୁ ୬ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଲାଗୁ ହେବ। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି ୬ ଦିନ ପାଇଁ ମଦ ଷ୍ଟକ ରଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।
[caption id="" align="aligncenter" width="808"]
ମଦ ଦୋକାନ ଆଗରେ ଲାଗିଥିବା ଭିଡ[/caption]
୨୦୨୦ ଲକଡାଉନ ବେଳେ ଯେଉଁଭଳି ଭିଡ଼ ମଦ ଦୋକାନ ଆଗରେ ଦେଖିବାକୁ ମିଳିଥିଲା,ଆଜି ଅନୁରୂପ ଘଟଣା ଘଟିଛି। ଲୋକମାନେ ସାମାଜିକ ଦୂରତା ଭୁଲି ମଦ ପାଇଁ ଦୋକାନ ଆଗରେ ଧାଡ଼ିରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଲୋକମାନେ ବ୍ୟାଗ ଠାରୁ ଆରମ୍ଭ କରି ଅଖାରେ ମଦ ବୋହିନେଉଛନ୍ତି।
ଦରିୟାଗଞ୍ଜ, କାର୍ଲୋ ବାଗ, ଗୋଏଲ ମାର୍କେଟ ଠାରୁ ଆରମ୍ଭ କରି ଖାନ ମାର୍କେଟରେ ଥିବା ମଦ ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଲୋକମାନେ ଢୁଢୁ ଖରାରେ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ୬ ଦିନ ପାଇଁ ମଦ ଷ୍ଟକ କରିବାରେ ଲାଗିଛନ୍ତି। ଧାଡ଼ିରେ ଛିଡ଼ା ହେବା ବେଳେ ଠେଲାପେଲାର ମଧ୍ୟ ଘଟୁଛି। କରୋନା ପାଇଁ ଜାରି ଗାଇଡଲାଇନକୁ ମଦ ପାଇଁ ସମସ୍ତେ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି।
ଗୋଟିଏ ପଟେ ଦିଲ୍ଲୀରେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ମଦ ପାଇଁ ଏପରି ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ସ୍ଥାନରେ ପ୍ରବଳ ଭିଡ଼ ହେବାରୁ ପୁଲିସ୍ ମଧ୍ୟ ମୁତୟନ କରାଯାଇଛି। କେବଳ ବିଦେଶୀ ନୁହେଁ ଦେଶୀ ମଦ ମିଳୁଥିବା ଦୋକାନ ଗୁଡ଼ିକରେ ମଧ୍ୟ ଲୋକମାନେ ଭିଡ଼ ଜମାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Wine-1.jpg)