Advertisment

୭ ଲକ୍ଷ ଟଙ୍କାର ସୁନାହାର ଲୁଟିନେଲେ ମହିଳା, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଓଡ଼ିଆର ଗୋଟେ ଢଗ ଅଛି- ‘ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି। ସେ ଭାବେ ତାକୁ କେହି ଦେଖି ପାରୁନାହାନ୍ତି। ଠିକ୍‌ ଏମିତି ଏକ ଦୃଷ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଗହଣା ଦୋକାନରୁ ହୋଇଛି ଲାଇଭ ଲୁଟ୍‌। ଆଉ  ସିସିଟିଭିରେ ଧରାପଡ଼ିଲା ମହିଳାଙ୍କ କାରନାମା। ଏକ ଗହଣା ଦୋକାନରୁ ଗୋଟିଏ ସୁନା ହାର ଲୁଟ କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଉତ୍ତରପ୍ରଦେଶର ଗୋରଖପୁରରେ ଗତ ନଭେମ୍ବର ୧୭ ତାରିଖରେ ଏହି ଘଟଣା ଘଟିଛି। ଏହି […]

୭ ଲକ୍ଷ ଟଙ୍କାର ସୁନାହାର ଲୁଟିନେଲେ ମହିଳା, ଭିଡିଓ ଭାଇରାଲ

90

Advertisment

ଲକ୍ଷ୍ନୌ: ଓଡ଼ିଆର ଗୋଟେ ଢଗ ଅଛି- 'ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି। ସେ ଭାବେ ତାକୁ କେହି ଦେଖି ପାରୁନାହାନ୍ତି। ଠିକ୍‌ ଏମିତି ଏକ ଦୃଷ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଗହଣା ଦୋକାନରୁ ହୋଇଛି ଲାଇଭ ଲୁଟ୍‌। ଆଉ  ସିସିଟିଭିରେ ଧରାପଡ଼ିଲା ମହିଳାଙ୍କ କାରନାମା। ଏକ ଗହଣା ଦୋକାନରୁ ଗୋଟିଏ ସୁନା ହାର ଲୁଟ କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଉତ୍ତରପ୍ରଦେଶର ଗୋରଖପୁରରେ ଗତ ନଭେମ୍ବର ୧୭ ତାରିଖରେ ଏହି ଘଟଣା ଘଟିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଚୋରି କରିଥିବା ମହିଳା ଜଣକ ଶାଢ଼ି ପିନ୍ଧି ଥିବା ବେଳେ ମୁହଁରେ ମାସ୍କ ଲଗାଇବା ସହ କଳା ଚଷମା ମଧ୍ୟ ପିନ୍ଧିଛନ୍ତି।

Advertisment

ଗୋରଖପୁରର ବଳଦେବ ପ୍ଲାଜା ନିକଟରେ ବେଚୁଲାଲ ସରାଫା ପ୍ରାଇଭେଟ ଲିମିଟେଡ୍‌  ଗହଣା ଦୋକାନକୁ ମହିଳା ଜଣକ ଆସିଥିଲେ। ଏହି ସମୟରେ ଗହଣା ପରଖିବା ବାହାନାରେ ମହିଳା ଜଣକ ୨ଟି ହାର ନେଇଥିଲେ। ପରେ ତାଙ୍କ ବ୍ୟାଗ ଭିତରେ ଏହି ଗହଣାକୁ ରଖୁଥିବା ଲକ୍ଷ୍ୟ କରାଯାଇଛି।  ତେବେ କାଉଣ୍ଟରେ ଗୋଟିଏ ସୁନା ହାର ଫେରାଇ ଦେଉଥିବା ବେଳେ ଆଉ ଗୋଟିଏ ହାର ଶାଢ଼ିରେ ଲୁଚାଇ ଦେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସୁନାହାରର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe