Advertisment

ଲାଉଡସ୍ପିକର୍‌ ବିବାଦ: ଅଜାନ ବେଳେ ହନୁମାନ ଚାଳିଶା ବଜାଇବାକୁ ମନା

ମୁମ୍ବାଇ: ଅଜାନ ବନାମ ହନୁମାନ ଚାଳିଶା। ମସ୍‌ଜିଦଗୁଡିକରେ ଲାଉଡସ୍ପିକର୍‌ ଲଗାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି କିଛି ଲୋକେ ଏବେ ମସଜିଦ ଆଗରେ ଲାଉଡସ୍ପିକର ଲଗାଇ ହନୁମାନ ଚାଳିଶା ପାଠ କରୁଛନ୍ତି। ତେବେ ଏଣିକି ଆଉ ଏଭଳି କରିପାବେନି ଲୋକେ। ଅଜାନ ସମୟରେ ଲାଉଡସ୍ପିକରରେ ହନୁମାନ ଚାଳିଶା କିମ୍ବା ଭଜନ ବଜାଇପାରିବେ ନାହିଁ। ଏଥିପାଇଁ ଅନୁମତି ନେବାକୁ ପଡିବ। ନାସିକ ପ୍ରଶାସନ ପକ୍ଷରୁ ଏଭଳି ଏକ ବଡ ନିଷ୍ପତ୍ତି ନିଆଯାଇଛି। ଅଜାନର ୧୫ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଲାଉଡସ୍ପିକର୍‌ ବିବାଦ: ଅଜାନ ବେଳେ ହନୁମାନ ଚାଳିଶା ବଜାଇବାକୁ ମନା

loudspeaker

ମୁମ୍ବାଇ: ଅଜାନ ବନାମ ହନୁମାନ ଚାଳିଶା। ମସ୍‌ଜିଦଗୁଡିକରେ ଲାଉଡସ୍ପିକର୍‌ ଲଗାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି କିଛି ଲୋକେ ଏବେ ମସଜିଦ ଆଗରେ ଲାଉଡସ୍ପିକର ଲଗାଇ ହନୁମାନ ଚାଳିଶା ପାଠ କରୁଛନ୍ତି। ତେବେ ଏଣିକି ଆଉ ଏଭଳି କରିପାବେନି ଲୋକେ। ଅଜାନ ସମୟରେ ଲାଉଡସ୍ପିକରରେ ହନୁମାନ ଚାଳିଶା କିମ୍ବା ଭଜନ ବଜାଇପାରିବେ ନାହିଁ। ଏଥିପାଇଁ ଅନୁମତି ନେବାକୁ ପଡିବ। ନାସିକ ପ୍ରଶାସନ ପକ୍ଷରୁ ଏଭଳି ଏକ ବଡ ନିଷ୍ପତ୍ତି ନିଆଯାଇଛି।

Advertisment

ଅଜାନର ୧୫ ମିନିଟ୍ ପୂର୍ବରୁ କିମ୍ବା ୧୫ ମିନିଟ୍ ପରେ ହିଁ ଲାଉଡସ୍ପିକରରେ ହନୁମାନ ଚାଳିଶା ଓ ଭଜନ ବଜାଇବାକୁ ଅନୁମତି ମିଳିବ। ମସଜିଦର ୧୦୦ ମିଟର ଭିତରେ ଲାଉଡସ୍ପିକରରେ ହନୁମାନ ଚାଳିଶା ବଜାଇବାକୁ ଅନୁମତି ମିଳିବ ନାହିଁ। ନାସିକ ପୁଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି, ରାଜ୍ୟରେ ଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହାଛଡା ମେ’ ୩ ପର୍ଯ୍ୟନ୍ତ ସମସ୍ତ ଧାର୍ମିକସ୍ଥଳରେ ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି ନେବାକୁ ପଡିବ। କେହି ଯଦି ନିୟମ ଭଙ୍ଗ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ନାସିକ ନୁହେଁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ନିଷ୍ପତ୍ତି ଲାଗୁ କରାଯାଇପାରେ ବୋଲି ସୂଚନା ମିଳିଛି।

Advertisment

ଏହାରି ଭିତରେ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି, ଲାଉଡସ୍ପିକରର ବ୍ୟବହାର ନେଇ ରାଜ୍ୟ ପୁଲିସ ଓ ମୁମ୍ବାଇ କମିଶନର ଆଲୋଚନା କରି ନିର୍ଣ୍ଣୟ ନେବା ସହ ଗାଇଡଲାଇନ ପ୍ରସ୍ତୁତ କରିବେ। ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୁଲିସ ବିଭାଗ ପକ୍ଷରୁ କଡା ନଜର ରଖାଯିବ।

ଏହାପୂର୍ବରୁ ଏମଏନଏସ ମୁଖ୍ୟ ରାଜ ଠାକରେ ମସଜିଦଗୁଡିକରୁ ଲାଉଡସ୍ପିକର ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ କଣ୍ଟ ଦେଇଥିଲେ। ସେ କହିଥିଲେ, ଯଦି ୩ ମେ’ ସୁଦ୍ଧା ମସଜିଦରୁ ଲାଉଡସ୍ପିକର ହଟାନଯାଏ ତେବେ ମସଜିଦ ସାମ୍ନାରେ ଲାଉଡସ୍ପିକର ଲଗାଇ ହନୁମାନ ଚାଳିଶା ବଜାଇବା ଆରମ୍ଭ କରିବୁ। ରାଜ ଠାକରେଙ୍କ ଏହି ବୟାନକୁ ନେଇ ବିବାଦ ଉପୁଜିଛି।