Advertisment

ଆସନ୍ତାକାଲି ଓଡ଼ିଶା ସମେତ ୨୦ଟି ସହରରେ ଦେଖାଦେବ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ବାତ୍ୟା ଭିତରେ ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏଥର ଚନ୍ଦ୍ର ଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖିପାରିବେ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ । ବିଶେଷ କରି ଆଣ୍ଡାମାନ ନିକୋବର ଦୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଂଚଳରେ ଚନ୍ଦ୍ର ଗ୍ରହଣ ଦେଖାଦେବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୧୫ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଅପରାହ୍ନ ୪ଟା ୫୮ମିନିଟ୍‌ରେ ଚନ୍ଦ୍ର […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ଓଡ଼ିଶା ସମେତ ୨୦ଟି ସହରରେ ଦେଖାଦେବ ଚନ୍ଦ୍ର ଗ୍ରହଣ

blood moon

Advertisment

ନୂଆଦିଲ୍ଲୀ: ବାତ୍ୟା ଭିତରେ ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏଥର ଚନ୍ଦ୍ର ଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖିପାରିବେ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ । ବିଶେଷ କରି ଆଣ୍ଡାମାନ ନିକୋବର ଦୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଂଚଳରେ ଚନ୍ଦ୍ର ଗ୍ରହଣ ଦେଖାଦେବ ।

Advertisment

ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୧୫ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଅପରାହ୍ନ ୪ଟା ୫୮ମିନିଟ୍‌ରେ ଚନ୍ଦ୍ର ଗ୍ରହଣର ପୂରା ପ୍ରକ୍ରିୟା ଶେଷ ହେଉଥିବା ବେଳେ ସନ୍ଧ୍ୟା ୬ଟା ୨୩ମି ଯାଏ ଏହା ଆଂଶିକ ଭାବେ ଦୃଶ୍ୟମାନ ହେବ ।

ଭାରତର ଅଗରତାଲା, ଆଇଜଲ, କୋଲକାତା, ଚେରାପୁଂଜି, କୁଚ୍‌ବିହାର, ଡାଇମଣ୍ଡ ହାରବର, ଦିଘା, ଗୌହାଟି, ଇମ୍ଫାଲ, ଇଟାନଗର, କୋହିମା, ଲମଡିଙ୍ଗ, ମାଲଦା, ଉତ୍ତର ଲକ୍ଷ୍ମୀପୁର, ପାରାଦି, ପାଶିଘାଟ, ପୋର୍ଟ ବ୍ଲେଅର, ଶିଲଙ୍ଗ, ଶିବ ସାଗର, ସିଲଚର ଏବଂ ପୁରୀରେ ଚନ୍ଦ୍ର ଗ୍ରହଣକୁ ଲୋକେ ଦେଖିପାରିବେ ।

Advertisment

ନାସାର ସୂଚନା ଅନୁସାରେ ଆମେରିକା, କାନାଡା, ମେକ୍ସିକୋ, ସେଣ୍ଟ୍ରାଲ ଆମେରିକା ଏବଂ ଇକ୍ୱେଡର, ପଶ୍ଚିମ ପେରୁ, ଦକ୍ଷିଶ ଚିଲି ଏବଂ ଆର୍ଜେଣ୍ଟିନାରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

ଆସନ୍ତାକାଲିର ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ସମ୍ପର୍ଣ୍ଣ ଭାବେ ପୃଥୀବିର ଛାଇରେ ଲୁଚି ଯିବ । ଏହି ସମୟରେ ଚନ୍ଦ୍ର ସାମାନ୍ୟ ଦିନଠାରୁ ଅଧିକ ବଡ ଏବଂ ଉଜ୍ୱଳ ଦେଖାଯିବ । ଆସନ୍ତାକାଲି ଚନ୍ଦ୍ର ଗ୍ରହଣର ଆଉ ଏକ ବିଶେଷତ୍ୱ ହେଉଛି, ଆକାଶରେ ଲାଲ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ । ତେଣୁ ଏହାକୁ ଲାଲ ଚନ୍ଦ୍ର ବା ବ୍ଲଡ ମୁନ୍ ବୋଲି କୁହାଯାଏ । ବୈଜ୍ଞାନିକଙ୍କ ମତ ଅନୁସାରେ ସୂର୍ଯ୍ୟ, ପୃଥୀବି ଓ ଚନ୍ଦ୍ର ଏକ ସରଳ ରେଖାରେ ଅବସ୍ଥାପିତ ହେଲେ ଆକାଶରେ ଏଭଳି ବ୍ଲଡ ମୁନ୍ ଦେଖାଯାଇଥାଏ ।

ଭାରତରେ ଆଗାମୀ ଚନ୍ଦ୍ର ଗ୍ରହଣ ଚଳିତ ବର୍ଷ ନଭେମ୍ବର ୧୯ ତାରିଖରେ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।

Blood Moon Lunar Eclipse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe