Advertisment

ଉତ୍କଟ ଦାରିଦ୍ର୍ୟ: ପରିବାରର ବିଷ ପିଇଦେଲେ ୬ ଜଣ

ଭୋପାଳ: ଉତ୍କଟ ଦାରିଦ୍ର୍ୟର ବିକଳ ରୂପ। ଅଭାବ ଅନଟନ କେମିତି ଜୀବନକୁ ମରିବାକୁ ବାଧ୍ୟ କରିପାରେ ତାର ଏକ କରୁଣ ପରିଣତି ସାମ୍ନାକୁ ଆସିଛି। ପେଟର ଭୋକ ମାରିବାକୁ ଦାନା ନଥିବାରୁ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଗୋଟି ପରିବାରର ୬ ଜଣ। ଏହି ୬ ଜଣ ଦାରିଦ୍ରତାର ତାଜନା ସହି ନପାରି ବିଷ ପିଇ ଦେଇଛନ୍ତି। ମଧ୍ୟପ୍ରଦେଶର ଭୋପାଳରୁ  ଆସିଛି ଏମିତି ଚିତ୍ର। ପରିବାରର ୬ ଜଣ ବିଷ ପିଇବା ପରେ ଗୁରୁବାର ଜଣକର ମୃତ୍ୟୁ […]

ଉତ୍କଟ ଦାରିଦ୍ର୍ୟ: ପରିବାରର ବିଷ ପିଇଦେଲେ ୬ ଜଣ

tyu

Advertisment

ଭୋପାଳ: ଉତ୍କଟ ଦାରିଦ୍ର୍ୟର ବିକଳ ରୂପ। ଅଭାବ ଅନଟନ କେମିତି ଜୀବନକୁ ମରିବାକୁ ବାଧ୍ୟ କରିପାରେ ତାର ଏକ କରୁଣ ପରିଣତି ସାମ୍ନାକୁ ଆସିଛି। ପେଟର ଭୋକ ମାରିବାକୁ ଦାନା ନଥିବାରୁ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଗୋଟି ପରିବାରର ୬ ଜଣ। ଏହି ୬ ଜଣ ଦାରିଦ୍ରତାର ତାଜନା ସହି ନପାରି ବିଷ ପିଇ ଦେଇଛନ୍ତି। ମଧ୍ୟପ୍ରଦେଶର ଭୋପାଳରୁ  ଆସିଛି ଏମିତି ଚିତ୍ର। ପରିବାରର ୬ ଜଣ ବିଷ ପିଇବା ପରେ ଗୁରୁବାର ଜଣକର ମୃତ୍ୟୁ ଘଟିଛି। ମୃତ ପିଲାର ବୟସ ୮ ବର୍ଷ।

Advertisment

୪୦ବର୍ଷୀୟ କିଶୋର ଜାଟଭ ନାମକ ଜଣେ କଣ୍ଟ୍ରାକ୍ଟର ଖଜୁରୀ ଅଞ୍ଚଳରେ  ନିଜ ପରିବାର ସହ ରୁହନ୍ତି। ତେବେ ପରିବାର ଆର୍ଥିକ ଅନଟନ ହେତୁ ୬ ଜଣ ବିଷ ପିଇ ଦେଇଥିଲେ। ବୁଧବାର  ଜାଟଭ ଏବଂ ତାଙ୍କର ୩୫ ବର୍ଷିୟା ପତ୍ନୀ ସୀତା ତାଙ୍କ ପିଲା କାଞ୍ଚନ (୧୫), ପୁରଭା (୮), ଅନ୍ନୁ (୧୦) ଏବଂ ଅଭୟ (୧୨) ବିଷ ପିଇଦେଇଥିଲେ। ତେବେ ପୁରଭାଙ୍କ ମୃତ୍ୟୁ ଘଟିଛି।  ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ଅନ୍ୟମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ପୁଲିସ ଏହି ଘଟଣାରା ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe