MADRAS-HC
ଚେନ୍ନାଇ: ନିର୍ବାଚନ କମିଶନରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର। ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ। ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ଏକାକା ଦାୟୀ। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର। ମାଡ୍ରାସ ହାଇକୋର୍ଟ ଆଜି ଏଭଳି କଟୂ ଭାଷାରେ ନିର୍ବାଚନ କମିଶନରଙ୍କ ଉପରେ ବର୍ଷିଛନ୍ତି।
ମେ ୨ ତାରିଖ ଦିନ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେଣୁ ଏହି ଦିନ ଭୋଟ୍ ଗଣତି ହେବ। ଦେଶରେ କୋଭିଡ୍ ସଂକ୍ରମଣ ଚରମ ସୀମାରେ ଥିବା ବେଳେ ଭୋଟ୍ ଗଣତି ପାଇଁ କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ରହିଛି ସେ ନେଇ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଯଦି ବ୍ଲୁ ପ୍ରିଣ୍ଟ ଉପସ୍ଥାପନ ନକାରିପାରିବେ ତାହେଲେ ତାମିଲନାଡୁରେ ଭୋଟ୍ ଗଣତି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି।
ହାଇକୋର୍ଟ କହିଛନ୍ତି, ନିର୍ବାଚନ କମିଶନର ପ୍ରଚାର ବେଳେ ରାଜନୀତିକ ଦଳ ଉପରେ ରୋକ୍ ଲଗାଇବା ପାଇଁ ବିଫଳ ହୋଇଛନ୍ତି। ତେଣୁ ନିର୍ବାଚନ କମିଶନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ଦରକାର। ପରିଚାଳନାଗତ ବିଫଳତା ପାଇଁ କମିଶନ କୋର୍ଟ ଚାଲାଣ ହେବା ଦରକାର।
ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ତାମିଲନାଡୁ ସରକାର ରାଜ୍ୟରେ କୋଭିଡ୍ ଆଇନକୁ କଡାକଡି କରିଛନ୍ତି। ଗତକାଲି ତାମିଲନାଡୁରେ ୧୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଯାବତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦.୮୧ ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ଗତକାଲି ୮୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୩,୫୫୭ ଜଣ କରୋନାରେ ଆଖି ବୁଜିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/MADRAS-HC.jpg)