Advertisment

ମାତିଛି ନୀରବ ଘାତକ, ସନ୍ତର୍ପଣରେ ଆସି ଝାମ୍ପି ନେଉଛି ଜୀବନ

ଅହମ୍ମଦାବାଦ/ମୁମ୍ବାଇ/ ଭୁବନେଶ୍ୱର: ମାତିଛି ନୀରବ ଘାତକ। ଅତି ସନ୍ତର୍ପଣରେ ଆସି ଜୀବନ ଝାମ୍ପି ନେଉଛି ସେ। ମାତ୍ର କିଛି ଦିନ ହେବ ହୃଦଘାତରେ  ଜଣକ ପରେ ଜଣେ ମୃତ୍ୟୁ ଘଟିବା ଚିନ୍ତାର କାରଣ ପାଲଟିଛି।  ସବୁ ଘଟଣା ପ୍ରାୟତଃ ମଞ୍ଚ ଉପରେ ଘଟୁଛି। ମଞ୍ଚରେ ଗୀତ ନାଚ ପ୍ରଦର୍ଶନ ବେଳେ ଅତି ଅଳ୍ପ ବୟସର କିଛି ବ୍ୟକ୍ତି ହଠାତ୍‌ ଟଳିପଡ଼ିବା ଚିନ୍ତାର କାରଣ ପାଲଟିଛି। ଗତ କିଛି ଦିନ ହେବ ଗୁଜରାଟ,  ମହାରାଷ୍ଟ୍ର ଏବଂ ଓଡ଼ିଶାରେ ଏଭଳି […]

ମାତିଛି ନୀରବ ଘାତକ, ସନ୍ତର୍ପଣରେ ଆସି ଝାମ୍ପି ନେଉଛି ଜୀବନ

sucide

Advertisment

ଅହମ୍ମଦାବାଦ/ମୁମ୍ବାଇ/ ଭୁବନେଶ୍ୱର: ମାତିଛି ନୀରବ ଘାତକ। ଅତି ସନ୍ତର୍ପଣରେ ଆସି ଜୀବନ ଝାମ୍ପି ନେଉଛି ସେ। ମାତ୍ର କିଛି ଦିନ ହେବ ହୃଦଘାତରେ  ଜଣକ ପରେ ଜଣେ ମୃତ୍ୟୁ ଘଟିବା ଚିନ୍ତାର କାରଣ ପାଲଟିଛି।  ସବୁ ଘଟଣା ପ୍ରାୟତଃ ମଞ୍ଚ ଉପରେ ଘଟୁଛି। ମଞ୍ଚରେ ଗୀତ ନାଚ ପ୍ରଦର୍ଶନ ବେଳେ ଅତି ଅଳ୍ପ ବୟସର କିଛି ବ୍ୟକ୍ତି ହଠାତ୍‌ ଟଳିପଡ଼ିବା ଚିନ୍ତାର କାରଣ ପାଲଟିଛି। ଗତ କିଛି ଦିନ ହେବ ଗୁଜରାଟ,  ମହାରାଷ୍ଟ୍ର ଏବଂ ଓଡ଼ିଶାରେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନୃତ୍ୟ ବେଳେ ଗୁଜରାଟର ଜଣେ ୨୧ ବର୍ଷୀୟ ଯୁବକ ଟଳିପଡ଼ିବା ପରେ ମହାରାଷ୍ଟ୍ରରେ ସମାନ ଚିତ୍ର ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଭିରାର ଟାଉନରେ ଗରବା ନୃତ୍ୟ ନାଚୁଥିବା ବେଳେ  ଜଣେ ୩୫ ବର୍ଷୀୟ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ତେବେ ପୁଅର ମୃତ୍ୟୁ ଖବର ଶୁଣି ବାପା ମଧ୍ୟ ଆରପାରିକୁ ଚାଲିଗଲେ। ମୃତ ପୁଅ ଜଣକ ହେଉଛନ୍ତି ମନିଶ ସୋନିଗ୍ରା।

Advertisment

ଶନିବାର ସେ ଗରବା ନୃତ୍ୟ ନାଚୁଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ ମନିଶ । ତାଙ୍କ ବାପା ନରପାଜି ପୁଅ ମନିଶଙ୍କୁ  ତୁରନ୍ତ ମେଡିକାଲ ନେଇଥିଲେ।  ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଶୁଣି ହୃଦଘାତରେ ନରପାଜି(୬୬)ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।  ଉଭୟ ମୃତ  ଦେହର ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରବିବାର ସମାନ ଘଟଣା ଗୁଜରାଟରେ ଦେଖିବାକୁ ମିଳିଥିଲା । ଗୁଜରାଟର ଆନନ୍ଦ ଜିଲ୍ଲାରେ ଜଣେ ୨୧ ବର୍ଷୀୟ ଯୁବକ ଗରବା ନାଚୁଥିବା ବେଳେ ହଠାତ୍‌ ଟଳି ପଡ଼ି ମୃତ୍ୟୁ ଘଟିଥିଲା। ପୂର୍ବରୁ ଜମ୍ମୁରେ ମଧ୍ୟ ସମାନ ଚିତ୍ର ଆସିଥିଲା। ଏଠାରେ ଏକ ଲାଇଭ ସୋ’ରେ ଜଣେ ୨୦ ବର୍ଷୀୟ ଯୁବକ ନିଜ ପ୍ରତିଭା ପ୍ରଦର୍ଶନ କରୁଥିବା ବେଳେ ସମାନ ଢଙ୍ଗରେ  ମୃତ୍ୟୁ ଘଟିଥିଲା। ସେହିପରି ଓଡ଼ିଶାର କୋରାପୁଟ ଜିଲ୍ଲା ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ପରଲୋକ ଘଟିଛି। ମୁରଲୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗତକାଲି ରାତିରେ ସ୍ଥାନୀୟ ରାଜନଗରଠାରେ ଦୁର୍ଗାପୂଜା ଉପଲକ୍ଷେ ସଙ୍ଗୀତ ସଂଧ୍ୟାର ଆୟୋଜନ ହୋଇଥିଲା। ଏଥିରେ ଗୀତ ଗାଉଥିଲେ ମୁରଲୀ। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ସ୍ୱର୍ଗୀୟ ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଗାଇଥିଲେ। ଗୀତ ଗାଇବା ପରେ ଷ୍ଟେଜରେ ପଡ଼ିଥିବା ଚେୟାରରେ ବସିଥିଲେ। ଷ୍ଟେଜରେ ଆଉ ଜଣେ କଣ୍ଠଶିଳ୍ପୀ ଗୀତ ଗାଉଥିଲେ। ମୁରଲୀ ପଛରେ ବସି କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ। ଏହି ସମୟରେ ହଠାତ୍ ସେ ଚେୟାରରୁ ଟଳି ପଡ଼ିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe