Advertisment

ଜନସନର ବେବୀ ପାଉଡର ଲାଇସେନ୍ସ ବାତିଲ, କୋର୍ଟ ଗଲା କମ୍ପାନୀ

ମୁମ୍ବାଇ: ମହାରାଷ୍ଟ୍ରର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ(ଏଫଡିଏ) ବେବୀ ପାଉଡର ଉତ୍ପାଦନକାରୀ ସଂସ୍ଥା ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିଃର ଲାଇସେନ୍ସ ବାତିଲ କରି ଦେଇଛି। ଏହି ପାଉଡର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବାରୁ ଏଫଡିଏ ଏପରି ପଦକ୍ଷେପ ନେଇଛି। ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରୁଥିବା ପାଉଡର ନବଜାତଙ୍କ ଚର୍ମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ କମ୍ପାନୀର ଲାଇସେନ୍ସକୁ ବାତିଲ କରାଯାଇଛି। ପାଉଡରର ନମୁନାକୁ ଲ୍ୟାବରେ ଟେଷ୍ଟ କରାଯାଇଥିଲା। ଏହି ସମୟରେ […]

ଜନସନର ବେବୀ ପାଉଡର ଲାଇସେନ୍ସ ବାତିଲ, କୋର୍ଟ ଗଲା କମ୍ପାନୀ

baby

Advertisment

ମୁମ୍ବାଇ: ମହାରାଷ୍ଟ୍ରର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ(ଏଫଡିଏ) ବେବୀ ପାଉଡର ଉତ୍ପାଦନକାରୀ ସଂସ୍ଥା ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିଃର ଲାଇସେନ୍ସ ବାତିଲ କରି ଦେଇଛି। ଏହି ପାଉଡର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବାରୁ ଏଫଡିଏ ଏପରି ପଦକ୍ଷେପ ନେଇଛି। ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରୁଥିବା ପାଉଡର ନବଜାତଙ୍କ ଚର୍ମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ କମ୍ପାନୀର ଲାଇସେନ୍ସକୁ ବାତିଲ କରାଯାଇଛି।

Advertisment

ପାଉଡରର ନମୁନାକୁ ଲ୍ୟାବରେ ଟେଷ୍ଟ କରାଯାଇଥିଲା। ଏହି ସମୟରେ ଏହା ଧାର୍ଯ୍ୟ ପିଏଚ୍‌ ଭ୍ୟାଲୁକୁ ହାସଲ କରିପାରି ନଥିଲା। କୋଲକାତାରେ ଥିବା କେନ୍ଦ୍ରୀୟ ଡ୍ରଗ୍ସ ଲ୍ୟାବ ରିପୋର୍ଟରେ କୁହାଯାଇଛି ଯେ ଜନସନ ଆଣ୍ଡ ଜନସନର ବେବୀ ପାଉଡର ନମୁନା IS 5339:2004 ଷ୍ଟାଣ୍ଡାର୍ଡକୁ ମ୍ୟାଚ୍‌ କରୁନି।

ପାଉଡରର ଗୁଣବତ୍ତା ପରୀକ୍ଷା କରିବାକୁ ନାଶିକ ଓ ପୁଣେରୁ ନମୁନା ସଂଗ୍ରହ କରାଯାଇଥିଲା। ପାଉଡର ମାନ ଖରାପ ଥିବାରୁ ଜନସନ ଆଣ୍ଡ ଜନସନକୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା। ହେଲେ କମ୍ପାନୀ ରିପୋର୍ଟକୁ ଗ୍ରହଣ କରି ନଥିଲା। ଶେଷରେ କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କୋର୍ଟ ନୋଟିସ୍‌ କେନ୍ଦ୍ରୀୟ ଡ୍ରଗ୍ସ ଲ୍ୟାବକୁ ପଠାଇଥିବା ଏଫଡିଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଏଯାଏ ଜନସନ ଆଣ୍ଡ ଜନସନ ପୂରା ଘଟଣା ବିଷୟରେ ବିସ୍ତୃତ ତଥ୍ୟ ଦେଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe