Corona
ମୁମ୍ୱାଇ: ବିଗତ କିଛି ଦିନ ହେବ ମହାରାଷ୍ଟ୍ର ସରକାର କୋଭିଡ ମୃତକଙ୍କ ସଂଖ୍ୟା ସଂଶୋଧନ କରି ଚାଲିଛି। ନୂଆ ସଂଶୋଧନ ଡାଟା ଅନୁଯାୟୀ ମହାରାଷ୍ଟ୍ରରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧.୦୮ ଲକ୍ଷ ଟପିଛି। ମୋଟ୍ ମୃତକଙ୍କ ସଂଖ୍ୟା ୧୨ ଦିନରେ ମହାରାଷ୍ଟ୍ର ସରକାର ୮,୮୦୦ ବଢ଼ାଇଛନ୍ତି।
ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ ଜୁନ ୧ ପରେ କୋଭିଡ ମୃତ୍ୟୁ ସଂଖ୍ୟାରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ଅଡିଟ ପରେ ମୃତ୍ୟୁ ସଂଖ୍ୟାରେ ସଂଶୋଧନ ହୋଇଛି। ପୁଣେ, ଥାନେ ଏବଂ ନାଗପୁରରୁ ୧,୩୬୮, ନାସିକ, ଔରାଙ୍ଗାବାଦ ଏବଂ ଅହମଦନଗରରୁ ୧,୧୬୭ ଏବଂ ୟବତମାଲରୁ ୫୦୩ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ସଂଶୋଧିତ ସଂଖ୍ୟା ମିଶିବା ପରେ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧.୦୮ ଲକ୍ଷ ଛୁଇଁଛି।
ଏବେ ପ୍ରତ୍ୟେକ ଦିନ ରାତିରେ ମୃତ୍ୟୁ ତାଲିକା ରାଜ୍ୟର ଆନାଲିଟିକ୍ସ ପୋର୍ଟାଲରୁ ଡାଉନଲୋଡ୍ କରୁଛନ୍ତି ସରକାର। ଜିଲ୍ଲା ସ୍ତରର ଏଣ୍ଟ୍ରିଗୁଡିକ ହଟାଯାଉଛି। ପରେ ଏହି ତାଲିକା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଯାଞ୍ଚ ପାଇଁ ପଠାଯାଏ। ଏହା ପରେ ଅନ୍ତିମ ତାଲିକା ପରଦିନ ଅପରାହ୍ନ ୫ଟା ସୁଦ୍ଧା ତିଆରି କରାଯାଏ। ଏଭଳି କରିବା ପରେ ପ୍ରକୃତ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଥିବା କୁହାଯାଉଛି।
ଜିଲ୍ଲା ସ୍ତରରେ ଥିବା ଡାକ୍ତରଖାନା ଗୁଡ଼ିକ ଠିକ୍ ସମୟର କରୋନା ମୃତକଙ୍କ ବାବଦରେ ସୂଚନା ଅପଡେଟ୍ କରୁନଥିବାରୁ ଅନେକ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଇପାରିନଥିଲା ବୋଲି ଜଣାପଡ଼ିଛି। ଏପ୍ରିଲ୍ ଏବଂ ମେ ମାସରେ ଅକ୍ସିଜେନ ଏବଂ ବେଡ୍ ଅଭାବରୁ ଅନେକ ସଂକ୍ରମିତ ଆଖି ବୁଜିଛନ୍ତି। ଏହି ସମୟରେ ମାନବ ସମ୍ୱଳର ଅଭାବ ପାଇଁ ସଠିକ ତଥ୍ୟ ଅପଡେଟ କରାଯାଇ ପାରିନଥିଲା ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/6.jpg)