Advertisment

ମହାରାଷ୍ଟ୍ର ମହାନାଟକ: ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି!

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଘଡିକେ ଘୋଡା ଛୁଟୁଛି। ଠାକ୍‌ରେ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ଜୋରଦାର କନ୍ଦଳ। ଉଭୟ ନେତା ନିଜ ନିଜ ଗୋଷ୍ଠୀଙ୍କୁ ନେଇ ଘନ ଘନ ବୈଠକ କରୁଛନ୍ତି। ମହାବିକାଶ ଅଘାଡି ମେଣ୍ଟ ସହ ସମ୍ପର୍କ ଭାଙ୍ଗିବା ଦାବିରେ ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ସରକାରଙ୍କ ଆସନ ଟଳମଳ ସ୍ଥିତିରେ ରହିଛି। ଏବେ ଶିବସେନା ଉପରେ ଉଦ୍ଧବ ସରକାରଙ୍କ ନିୟନ୍ତ୍ରଣ ମଧ୍ୟ ହାତରୁ ଖସି ଯାଉଥିବା ଭଳି ମନେ ହେଉଛି। ବିଦ୍ରୋହୀ […]

author-image
Madhupriya Mistry
ମହାରାଷ୍ଟ୍ର ମହାନାଟକ: ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି!

maharashtra-crisis

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଘଡିକେ ଘୋଡା ଛୁଟୁଛି। ଠାକ୍‌ରେ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ଜୋରଦାର କନ୍ଦଳ। ଉଭୟ ନେତା ନିଜ ନିଜ ଗୋଷ୍ଠୀଙ୍କୁ ନେଇ ଘନ ଘନ ବୈଠକ କରୁଛନ୍ତି। ମହାବିକାଶ ଅଘାଡି ମେଣ୍ଟ ସହ ସମ୍ପର୍କ ଭାଙ୍ଗିବା ଦାବିରେ ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ସରକାରଙ୍କ ଆସନ ଟଳମଳ ସ୍ଥିତିରେ ରହିଛି। ଏବେ ଶିବସେନା ଉପରେ ଉଦ୍ଧବ ସରକାରଙ୍କ ନିୟନ୍ତ୍ରଣ ମଧ୍ୟ ହାତରୁ ଖସି ଯାଉଥିବା ଭଳି ମନେ ହେଉଛି।

Advertisment

ବିଦ୍ରୋହୀ ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି ପଡିଛି। ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ନେତା ଏକନାଥ ସନ୍ଦେଙ୍କ ନଜର ଏବେ ମହାରାଷ୍ଟ୍ରର ଆସନ ପରେ ଦଳ ଉପରେ ପଡିଛି। ଶିବସେନାର ପ୍ରାୟ ୧୮ରୁ ୧୪ ଜଣ ସାଂସଦ ଏକନାଥ ସିନ୍ଦେ ଓ ବିଜେପି ସହ ଯୋଗଯୋଗରେ ଥିବା ଏକ ସୂତ୍ରରୁ ଜଣାପଡିଛି।

ପୂର୍ବରୁ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିସାରିଛି। ଏବେ ଯଦି ୧୮ ସାଂସଦଙ୍କ ମଧ୍ୟରୁ ୧୪  ଜଣ ସାଂସଦ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୁଅନ୍ତି ତେବେ ଉଦ୍ଧବ ଠାକରେଙ୍କ ଅଡୁଆ ବଢ଼ିପାରେ। ଶିବସେନା ଉପରେ ନିୟନ୍ତ୍ରଣ ବଜାୟ ରଖିବା ତାଙ୍କ ପାଇଁ ମୁସକିଲ ହୋଇପାରେ। ଯଦି ଏହା ଘଟେ, ତେବେ ଶିବସେନାର ପତାକା ଏବଂ ଏହାର ନିର୍ବାଚନ ଚିହ୍ନକୁ ନେଇ ସିନ୍ଦେ କରୁଥିବା ଦାବି ଅଧିକ ଶକ୍ତିଶାଳୀ ହୋଇଯିବ।

Advertisment

ଏହାରି ଭିତରେ ଶିବସେନା ସାଂସଦ ସଞ୍ଜୟ ରାଉତ ଶିବସେନର ଅଧାରୁ ଅଧିକ ବିଦ୍ରୋହୀ ବିଧାୟକ ଉଦ୍ଧବ ଠାକରେଙ୍କ ସହ ଯୋଗଯୋଗରେ ଥିବା ଦାବି କରିଛନ୍ତି। ସେ କହିଛନ୍ତି, 'ଅଧାରୁ ଅଧିକ ବିଦ୍ରୋହୀ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ସେଠାରୁ ଲୁଚି ରହିଛନ୍ତି। ସେମାନେ ଆମର ସମର୍ଥନ କରୁଛନ୍ତି ଓ ସମାନେ ଆମ ଗୋଷ୍ଠୀକୁ ଫେରିବେ।'

ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଆଦିତ୍ୟ ଠାକରେ ମଧ୍ୟ ଏହି ସମାନ କଥା ଦୋହରାଇଛନ୍ତି। ସେ ସୋମବାର କହିଥିଲେ, 'ଗୌହାଟୀରେ ବିଧାୟକଙ୍କ ଦୁଇଟି ଗୋଷ୍ଠୀ ଅଛି। ସେଥିମଧ୍ୟରୁ ୧୫ରୁ ୧୬ ବିଧାୟକଙ୍କ ଗୋଷ୍ଠୀ ଆମ ସହ ଯୋଗାଯୋଗରେ ଅଛନ୍ତି।'

ଏ ସବୁ ରାଜନୀତିକ ହଲଚଲ ଭିତରେ ଆଜି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି। ଏହି ବୈଠକରେ ରାଜ୍ୟପାଳ ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ କହିପାରନ୍ତି।