Advertisment

ଆଉ ୧୫ ଦିନ ଲକଡାଉନ ବଢ଼ାଇଲା ଏହି ରାଜ୍ୟ, ଜୁନ୍‌ ୧ରେ ଆସିବ ଗାଇଡଲାଇନ୍‌

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କଟକଣାକୁ ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ତେବେ ଏହି ସଂକ୍ରାନ୍ତରେ ନୂଆ ଗାଇଡଲାଇନ ଆସନ୍ତା ୧ ତାରିଖରେ ଜାରି ହେବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ପୂର୍ବରୁ ମହାରାଷ୍ଟ୍ରରେ ଜୁନ ୧ ତାରିଖ ଯାଏ ଲକଡାଉନ ଲାଗୁ କରାଯାଇଥିଲା। ଏହାର ଅବଧି ଶେଷ ହେବା ପୂର୍ବରୁ ଏହାକୁ ଆଉ ୧୫ ଦିନ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି […]

author-image
Hemant Lenka
ଫେରିଲା ଲକଡାଉନ୍‌

LockDown.jpg1

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କଟକଣାକୁ ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ତେବେ ଏହି ସଂକ୍ରାନ୍ତରେ ନୂଆ ଗାଇଡଲାଇନ ଆସନ୍ତା ୧ ତାରିଖରେ ଜାରି ହେବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି।

Advertisment

ପୂର୍ବରୁ ମହାରାଷ୍ଟ୍ରରେ ଜୁନ ୧ ତାରିଖ ଯାଏ ଲକଡାଉନ ଲାଗୁ କରାଯାଇଥିଲା। ଏହାର ଅବଧି ଶେଷ ହେବା ପୂର୍ବରୁ ଏହାକୁ ଆଉ ୧୫ ଦିନ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ଟୋପେ କହିଛନ୍ତି, ଲକଡାଉନ କଥା ଯଦି ଆମେ ବିଚାରକୁ ନେବା, ତା’ହେଲେ ଏହା ଆଉ ୧୫ ଦିନ ବୃଦ୍ଧି କରାଯାଇଛି। ତେବେ ଏ ସଂକ୍ରାନ୍ତରେ ନୂଆ ଗାଇଡଲାଇନ ଜାରି କରାଯିବ।

ଜୁନ୍‌ ୧ରେ ସମସ୍ତେ କଟକଣା ସମ୍ପର୍କରେ ଜାଣିବେ। ଯେଉଁ ସବୁ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ଓ ପଜିଟିଭିଟି ରେଟ୍‌ ଏବେ ବି ଅଧିକ ରହିଛି, ସେଠାରେ କୌଣସି ପ୍ରକାରର କୋହଳ ନୀତି ଅବଲମ୍ବନ କରାଯିବ ନାହିଁ। କିନ୍ତୁ ଯେଉଁ ଅଞ୍ଚଳରେ ସଂକ୍ରମଣ କମିଛି, ସେଠାରେ କଟକଣା ସାମାନ୍ୟ କୋହଳ କରାଯାଇପାରେ। ନୂଆ ଗାଇଡଲାଇନରେ ସବୁ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Advertisment

କ’ଣ ଜୁନ୍‌ ୧ରୁ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ଉପରେ ନିଷ୍ପତ୍ତି ଜୁନ୍‌ ୧ ଗାଇଡଲାଇନରେ ରହିବ। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ କଟକଣା ଜୁନ୍‌ ୧ ପରେ ମଧ୍ୟ ଜାରି ରହିବ।

ଏହାପରେ ଆମେ ପର୍ଯ୍ୟାୟକ୍ରମେ ଅନଲକ ପ୍ରକ୍ରିୟା ଆରମ୍ଭ କରିବୁ। ୧୦ରୁ ୧୫ ଜିଲ୍ଲାରେ ଏବେ ବି ପଜିଟିଭିଟି ରେଟ ଅଧିକ ରହିଛି। ଏହାବାଦ ବ୍ଲାକ ଫଙ୍ଗସର ବିପଦ ମଧ୍ୟ ରହିଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, କରୋନା ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏକଦା ଏଠାରେ ଦୈନିକ ସଂକ୍ରମଣ ୭୦ ହଜାର ରହୁଥିଲା। ହେଲେ ଏବେ ଏହା ୩୦ ହଜାର ତଳକୁ ଖସିଛି। ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ ମଧ୍ୟ ଭାଗରୁ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି।