Advertisment

ପରମବୀର ସିଂହଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ସରକାର

ମୁମ୍ୱାଇ: ବଟି ଆଦାୟ ମାମଲାରେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସିବିଆଇ କରୁଛି। ଆଉ ସିବିଆଇ ମଧ୍ୟ ପରମବୀରଙ୍କୁ ଜେରା କରିଛି। ଏହାରି ଭିତରେ ମହାରାଷ୍ଟ୍ର ସରକାର ପରମବୀର ସିଂହଙ୍କ କାର୍ଯ୍ୟଶୈଳୀ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସରକାର ପରମବୀରଙ୍କ ବିରୋଧରେ ଦେଇଥିବା ବିଭାଗୀୟ ଯାଞ୍ଚର ତଦନ୍ତ ଦାୟିତ୍ୱ ଡିଜିପି ସଞ୍ଜୟ ପାଣ୍ଡେଙ୍କୁ ଦେଇଛନ୍ତି। ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ। […]

ଅଦ୍ୟତନ ହୋଇଛି
ପରମବୀର ସିଂହଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ସରକାର

parambir-singh

Advertisment

ମୁମ୍ୱାଇ: ବଟି ଆଦାୟ ମାମଲାରେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସିବିଆଇ କରୁଛି। ଆଉ ସିବିଆଇ ମଧ୍ୟ ପରମବୀରଙ୍କୁ ଜେରା କରିଛି। ଏହାରି ଭିତରେ ମହାରାଷ୍ଟ୍ର ସରକାର ପରମବୀର ସିଂହଙ୍କ କାର୍ଯ୍ୟଶୈଳୀ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସରକାର ପରମବୀରଙ୍କ ବିରୋଧରେ ଦେଇଥିବା ବିଭାଗୀୟ ଯାଞ୍ଚର ତଦନ୍ତ ଦାୟିତ୍ୱ ଡିଜିପି ସଞ୍ଜୟ ପାଣ୍ଡେଙ୍କୁ ଦେଇଛନ୍ତି।

Advertisment

ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଅନିଲ ଦେଶମୁଖ ମୁମ୍ବାଇ ପୁଲିସ ଅଧିକାରୀଙ୍କୁ ବଟି ଆଦାୟ କରିବାକୁ କହିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା ​​ଏବଂ ଦେଶମୁଖଙ୍କ ବିରୋଧରେ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ମହାରାଷ୍ଟ୍ର ସରକାର ଓ ଅନିଲ ଦେଶମୁଖ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ହେଲେ କୋର୍ଟ ହାଇକୋର୍ଟଙ୍କ ଆବେଦନକୁ ବଳବତ୍ତର ରଖିଥିଲେ।

ଏବେ ମହାରାଷ୍ଟ୍ର ସରକାର ପରମବୀରଙ୍କ ଉପରେ ଆରମ୍ଭ କରିଛନ୍ତି ତଦନ୍ତ। ମହାରାଷ୍ଟ୍ର ସରକାର ଡିଜିପି ସଞ୍ଜୟ ପାଣ୍ଡେଙ୍କୁ ପରମବୀରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପରମବୀରଙ୍କ ବିରୋଧରେ ତଦନ୍ତ ବେଳେ କିଛି ତୃଟି ମିଳିବ ତାହେଲେ ପରମବୀର ସିଂ ନିଲମ୍ୱିତ ହୋଇରନ୍ତି।

Advertisment

ସୂଚନାଯୋଗ୍ୟ, ଆଣ୍ଟେଲିଆ ଆଗରେ ବୋମା ଭର୍ତ୍ତି କାର ଏବଂ ମନସୁଖ ହିରେନ ମୃତ୍ୟୁ ମାମଲାରେ ସଚିନ ବାଜେ ଗିରଫ ହେବା ପରେ ପରମବୀର ସିଂହ ସନ୍ଦେହ ଘେରରେ ଥିଲେ। ଆଉ ସରକାର ପରମବୀରଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ହଟାଇଥିଲେ। ବଦଳି ପଛରେ ପରମବୀର ସିଂହ ଅନେକ ମାମଲାରେ ତ୍ରୁଟି କରିଥିବାରୁ ତାଙ୍କୁ ପୁଲିସ କମିଶନର ପଦବୀରୁ ହଟାଯାଇ ହୋମଗାର୍ଡ ଡିଜି ଭାବରେ ନିଯୁକ୍ତ କରାଯାଇଛି ବୋଲି ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ। ଏହାପରେ ପରମବୀର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆଣିଛନ୍ତି।

Parambir Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe