Advertisment

୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ, କେବଳ ଏହି ବର୍ଗର ଲୋକଙ୍କୁ ମିଳିବ

ନୂଆଦିଲ୍ଲୀ: ଭାରତରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଥିବା ସରକାର କହୁଛନ୍ତି। ତଥାପି ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଟିକା ଅଭାବରୁ ଲୋକଙ୍କୁ ଠିକ୍‌ ଭାବେ ଟିକାକରଣ କରାଯାଉ ପାରୁନି। ଟିକାର ଅଭାବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଆଉ କୋଭାକ୍ସିନ ଟିକା ନେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଟିକାକରଣ କରାଯିବ ନାହିଁ। ପ୍ରଥମେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ […]

author-image
Hemant Lenka
ଅଦ୍ୟତନ ହୋଇଛି
୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ, କେବଳ ଏହି ବର୍ଗର ଲୋକଙ୍କୁ ମିଳିବ

Vaccine

ନୂଆଦିଲ୍ଲୀ: ଭାରତରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଥିବା ସରକାର କହୁଛନ୍ତି। ତଥାପି ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଟିକା ଅଭାବରୁ ଲୋକଙ୍କୁ ଠିକ୍‌ ଭାବେ ଟିକାକରଣ କରାଯାଉ ପାରୁନି। ଟିକାର ଅଭାବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

Advertisment

ବର୍ତ୍ତମାନ ରାଜ୍ୟରେ ଆଉ କୋଭାକ୍ସିନ ଟିକା ନେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଟିକାକରଣ କରାଯିବ ନାହିଁ। ପ୍ରଥମେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ। ଏହି କାରଣରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଥିବା ଟିକାକୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ କ୍ଷେତ୍ରରେ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କୋଭାକ୍ସିନ ଟିକାର ଲକ୍ଷାଧିକ ଡୋଜ୍‌ ରହିଛି। ଏହାକୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଷ୍ଟକ କରି ରଖାଯାଇଥିଲା। ହେଲେ ଏବେ ଏହି ଷ୍ଟକକୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବ୍ୟବହାର କରାଯିବ। ଏଥିପାଇଁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

Advertisment


ମହାରାଷ୍ଟ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ସେକେଣ୍ଡ ଡୋଜ୍‌ ଦେବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହି କାରଣରୁ ଷ୍ଟକ ରହିଥିବା କୋଭାକ୍ସିନ ଟିକାକୁ ସେମାନଙ୍କ ପାଇଁ ବ୍ୟବହାର କରାଯିବ। ଟିକାର ସଂଖ୍ୟା କମ ରହିଥିବାରୁ ଆମେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣକୁ ଏବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ।

ଏହି ବର୍ଗର ଲୋକଙ୍କ ପାଇଁ ୨.୭୫ ଲକ୍ଷ ଡୋଜ୍‌ ରହିଥିଲା। ଏବେ ୪୫ ବର୍ଷ କିମ୍ବା ଏହାଠାରୁ ଅଧିକ ବର୍ଗଙ୍କ ଟିକାକରଣରେ ଏହି ଡୋଜଗୁଡ଼ିକ ବ୍ୟବହାର କରାଯିବ। କାରଣ ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ହିଁ ସରକାରଙ୍କ ପ୍ରାଥମିକତା।

୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାତ୍ର ୩୫ ହଜାର ଡୋଜ୍ କୋଭାକ୍ସିନ ଟିକା ରହିଛି। ହେଲେ ପ୍ରାୟ ୫ ଲକ୍ଷରୁ ଅଧିକ ବୟସ୍କ ଲୋକ ସେମାନଙ୍କର ସେକେଣ୍ଡ ଡୋଜ୍‌ ନେବାକୁ ଅପେକ୍ଷା କରିଛନ୍ତି। ଆମ ପାଖରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ପ୍ରାୟ ୩ ଲକ୍ଷ କୋଭାକ୍ସିନ ଡୋଜ୍‌ ଥିଲା। ଏବେ ସେଗୁଡ଼ିକୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।