Advertisment

ଥମୁନି ଲାଉଡସ୍ପିକର୍‌ ବିବାଦ, ରାଜ ଠାକରେଙ୍କ ନାଁରେ ନୋଟିସ ଜାରି

ମୁମ୍ବାଇ: ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି ଲାଉଡସ୍ପିକର ବିବାଦ।  ମସ୍‌ଜିଦରେ ଲାଉଡ୍‌ସ୍ପିକର ହଟାଇବା ନେଇ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଦେଇଥିବା ଅଲ୍‌ଟିମେଟମ୍ ଶେଷ ହୋଇଛି। ଗତକାଲି ଠାରୁ ଲାଉଡ୍‌ସ୍ପିକରରେ ଆଜାନ ଶୁଭିଲେ ଲାଉଡ୍‌ସ୍ପିକରରେ ହନୁମାନ ଚାଳିଶା ବଜାଇବା ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍‌ ଠାକରେ। ପୁଲିସର କଡା ଅଭିମୁଖ୍ୟ ସତ୍ତ୍ୱେ ବି ଆଜି ସକାଳେ ମହାରାଷ୍ଟ୍ରର କେତେକ ସ୍ଥାନରେ ମସଜିଦ ସାମ୍ନାରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରାଯାଇଛି। ଠିକ୍‌ ଅଜାନ ପାଠ କରିବା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଥମୁନି ଲାଉଡସ୍ପିକର୍‌ ବିବାଦ, ରାଜ ଠାକରେଙ୍କ ନାଁରେ ନୋଟିସ ଜାରି

Raj Thakrey

ମୁମ୍ବାଇ: ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି ଲାଉଡସ୍ପିକର ବିବାଦ।  ମସ୍‌ଜିଦରେ ଲାଉଡ୍‌ସ୍ପିକର ହଟାଇବା ନେଇ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଦେଇଥିବା ଅଲ୍‌ଟିମେଟମ୍ ଶେଷ ହୋଇଛି। ଗତକାଲି ଠାରୁ ଲାଉଡ୍‌ସ୍ପିକରରେ ଆଜାନ ଶୁଭିଲେ ଲାଉଡ୍‌ସ୍ପିକରରେ ହନୁମାନ ଚାଳିଶା ବଜାଇବା ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍‌ ଠାକରେ। ପୁଲିସର କଡା ଅଭିମୁଖ୍ୟ ସତ୍ତ୍ୱେ ବି ଆଜି ସକାଳେ ମହାରାଷ୍ଟ୍ରର କେତେକ ସ୍ଥାନରେ ମସଜିଦ ସାମ୍ନାରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରାଯାଇଛି।

Advertisment

ଠିକ୍‌ ଅଜାନ ପାଠ କରିବା ସମୟରେ ମୁମ୍ବାଇର କାନ୍ଦିବଲି ସ୍ଥିତ ଚାରକୋପ୍‌ରେ ଏମ୍‌ଏନ୍‌ଏସ କର୍ମୀମାନେ ନିଜ ବିଲ୍ଡିଂର ଛାତ ଉପରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରିଛନ୍ତି। ସେପଟେ ଏହି ବିବାଦ ଭିତରେ ପୁଲିସ ଧାରା ୧୪୯ ଅନୁଯାୟୀ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେଙ୍କୁ ନୋଟିସ ଜାରି କରିଛି। ଜ୍ଞାତ ଅପରାଧିମାନଙ୍କୁ ରୋକିବା ପାଇଁ ଏହି ଧାରାରେ ନୋଟିସ ଜାରି କରାଯାଇଥାଏ। ଏହି ଧାରା ଅନୁଯାୟୀ ପୁଲିସ ବିନା ୱାରେଣ୍ଟରେ ବି ଗିରଫ କରିପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ଲାଉଡସ୍ପିକର ବନ୍ଦ କରିବାକୁ ନେଇ ଏମ୍‌ଏନ୍‌ଏସ୍‌ ନେତା ରାଜ ଠାକରେ ଓ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରାଜ ଠାକରେଙ୍କ ଦ୍ୱାରା ଅଜାନ ବିରୋଧରେ ହନୁମାନ ଚାଳିଶା ପାଠ କରାଯିବ ବୋଲି ଚେତାବନି ଦେବା ପରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କିଛି କର୍ମୀଙ୍କୁ ପୁଲିସ ଅଟକ ରଖିଛି।

Advertisment

ସେପଟେ ରାଜ ଠାକରେଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୁମ୍ବାଇ ଦାଦର ସ୍ଥିତ ଶିବତୀର୍ଥ ବାହାରେ ମଧ୍ୟ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହା ପୂର୍ବରୁ ଘଟଣାରେ ରାଜ ଠାକରେଙ୍କ ବିରୋଧରେ ଔରଙ୍ଗାବାଦ ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଛି।

Loudspeaker Row Raj Thackeray